Posted inଖେଳ

ନୂଆ କୋଚ୍‌ ରିଡ୍‌ଙ୍କ ସହ ସହଜ ମନେ କରୁଛୁ : ମନପ୍ରୀତ

ଭୁବନେଶ୍ୱର,୫।୬(ସ୍ପୋଟର୍‌ସ ବ୍ୟୁରୋ)- ଆଉ ମାତ୍ର ଗୋଟିଏ ଦିନ ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ପାଇନାଲ୍ସ। ୨୦୨୦ ଟୋକିଓ ଅଲିମ୍ପିକ୍ସର ଯୋଗ୍ୟତା ହାସଲ କରିବାକୁ ଏହି ଟୁର୍ନାମେଣ୍ଟ ଭାରତ ପାଇଁ ପ୍ରଥମ ପାହାଚ ବିବେଚିତ ହେଉଛି। ଭାରତ ଏହି ଟୁର୍ନାମେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ଚାମ୍ପିୟନ ହେବ ବୋଲି ଅଧିନାୟକ ମନପ୍ରୀତ ସିଂ କହିଛନ୍ତି। ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଯୋଗ ଦେଇ ମନପ୍ରୀତ୍‌ଙ୍କ ସମେତ ଅନ୍ୟ ୭ ଦଳର ଅଧିନାୟକ ତଥା ଖେଳାଳିମାନେ ନିଜନିଜ ଦଳର ପ୍ରଦର୍ଶନ ଓ ଯୋଜନା ନେଇ ମତ ରଖିଥିଲେ। ନୂଆ କୋଚ୍‌ ଗ୍ରାହାମ ରିଡଙ୍କ ସହ ଦଳର ସବୁ ଖେଳାଳି ବେଶ୍‌ ସହଜ ମନେ କରୁଛନ୍ତି। ରିଡ୍‌ଙ୍କ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ସବୁ ଖେଳାଳିଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଏହି ଟୁର୍ନାମେଣ୍ଟ ଆମ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି। ୬ ତାରିଖ ଅର୍ଥାତ୍‌ ଗରୁବାର ରୁଷିଆ ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ନୂଆ କୋଚ୍‌ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଭାରତ ପ୍ରଥମଥର ପାଇଁ କୌଣସି ବଡ଼ ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି। ରିଡ୍‌ ଖେଳାଳିଙ୍କ ସହ ବନ୍ଧୁଭଳି ବ୍ୟବହାର କରିଥାନ୍ତି ଓ ତାଙ୍କ ମୁହଁରେ ସବୁବେଳେ ହସ ଥାଏ। ସବୁ ଖେଳାଳିଙ୍କ ସହ ସେ ଖୋଲାଖୋଲି ଭାବେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି। ଗ୍ରାଉଣ୍ଡରେ ଅଧିନାୟକଙ୍କ ସମେତ ସବୁ ଖେଳାଳି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ରିଡ ବିଚାର କରିଥାନ୍ତି। ଯଦି କୌଣସି ଖେଳାଳି ଭଲ ପ୍ରଦର୍ଶନ କରି ନ ଥାନ୍ତି ତାହାଲେ ତାଙ୍କୁ ସେ ମୋଟିଭେଟ୍‌ କରିଥାନ୍ତି ଓ ଲୟକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଥାନ୍ତି ବୋଲି ମନପ୍ରୀତ ଖବରତାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।
ଭିନ୍ନ ଭିନ୍ନ କୋଚ୍‌ଙ୍କ ଶୈଳୀ ଅଲଗା ହୋଇଥାଏ। ତେଣୁ ପୂର୍ବ କୋଚ୍‌ ହରେନ୍ଦ୍ର ସିଂଙ୍କଠାରୁ ରିଡ ଶୈଳୀ ଅଲଗା ବୋଲି ମନପ୍ରୀତ କହିଛନ୍ତି। ମ୍ୟାଚ୍‌କୁ ପଢିବା ଓ ହୃଦୟଙ୍ଗମ କରିବା ଓ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରିବାର ଶୈଳୀ ସବୁ କୋଚ୍‌ମାନଙ୍କର ଅଲଗା ଅଲଗା ରହିଥାଏ। ସେହିପରି ହରେନ୍ଦ୍ରଙ୍କଠାରୁ ରିଡ୍‌ ଶୈଳୀ ଭିନ୍ନ। ରିଡ୍‌ଙ୍କ ସହ ସବୁ ଖେଳାଳି ବେଶ୍‌ ସହଜ ମନେ କରୁଛନ୍ତି। ତେଣୁ ଏହାର ସକରାତ୍ମକ ପ୍ରଭାବ ଦଳର ପ୍ରଦର୍ଶନ ଉପରେ ପଡିବ ବୋଲି ମନପ୍ରୀତ କହିଛନ୍ତି।
ପ୍ରଥମ ମ୍ୟାଚ୍‌ରେ ଭାରତ ରୁଷିଆକୁ ଭେଟିବାପରେ ପୋଲାଣ୍ଡ ଓ ଉଜ୍‌ବେକିସ୍ତାନକୁ ଭେଟିବ। ଏହି ଟୁର୍ନାମେଣ୍ଟ ସବୁ ଦଳ ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଭାରତ ଘରୋଇ ପରିବେଶରୁ ଫାଇଦା ଉଠାଇବା ଓ ଅନ୍ୟଦଳଗୁଡିକଠାରୁ ପାଦେ ଆଗରେ ରହିବ। ଏହି ଟୁର୍ନାମେଣ୍ଟ ନେଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ସବୁ ଦଳ ଅଲିମ୍ପିକ୍ସ ଖେଳିବାକୁ ଚାହୁଁଛନ୍ତି। ତେଣୁ କୌଣସି ଦଳକୁ ହେୟ ମନେ କରିହେବ ନାହିଁ। ଯେକୌଣସି ଦଳ ସେମି ଫାଇନାଲରେ ପ୍ରବେଶ କରିପାରିବ।
ଭୁବନେଶ୍ୱରର ଦର୍ଶକ କେବଳ ଭାରତ ନୁହଁ ବାକି ସବୁ ଦଳକୁ ସମର୍ଥନ କରିବେ ବୋଲି ମନପ୍ରୀତ କହିଛନ୍ତି। ଓଡ଼ିଶାରେ ଖେଳିବା ସବୁବେଳେ ଆନନ୍ଦ ଦାୟକ ହୋଇଥାଏ। ଶ୍ରେଷ୍ଠ ପ୍ରଦର୍ଶନ କରି ଆମେ ଫାଇନାଲରେ ପ୍ରବେଶ କରିବୁ। ଗତ ଏସିଆନ ଗେମ୍ସରେ ଭାରତ ସେମଫାଇନାଲରେ ମାଲେସିଆଠାରୁ ହାରି ବିଦାୟ ନେଇଥିଲା। ଏହା ନିଶ୍ଚିତ ଭାବେ କଷ୍ଟ ଦେଇଛି। ତେବେ ଏହାକୁ ପଛରେ ପକାଇ ଆମକୁ ଆଗକୁ ଯିବାକୁ ହେବ। ଏସିଆନ୍‌ ଗେମ୍ସ ଜିତିଥିଲେ ଆମେ ଏହି ଟୁର୍ନାମେଣ୍ଟ ଖେଳିବାକୁ ଆସି ନ ଥାନ୍ତୁ। ଏସିଆନ୍‌ ଗେମ୍ସ ସହ ବିଶ୍ୱକପ୍‌ରେ ମଧ୍ୟ ଆମେ ଅଶାନୁରୂପ ପ୍ରଦର୍ଶନ କରି ନ ଥିଲୁ। ଏଥିପାଇଁ ଆମେ ନୂଆ କୋଚ୍‌ ପାଇଛୁ।
ହେଡ୍‌ କୋଚ୍‌ ରିଡ୍‌ଙ୍କୁ ବାଦଦେଲେ ଭାରତ ପାଇଁ ଅନାଲିଟିକାଲ କୋଚ୍‌ କ୍ରିସ୍‌ ସିରିଏଲୋ, ସପୋର୍ଟ ଷ୍ଟାଫ୍‌ ହିସାବରେ ପୀୟୁଷ ଦୁବେ ଓ ପୂର୍ବତନ ଷ୍ଟ୍ରାଇକର ଶିବେନ୍ଦ୍ର ସିଂ କାର୍ଯ୍ୟ କରୁଛନ୍ତି। ପେନାଲ୍ଟି କନଭର୍ସନ ଓ ଅନ୍ତିମ ମୂହୁର୍ତ୍ତହର ଗୋଲ ବରଣ କରିବାର ଭାରତର ପୁରୁଣା ସମସ୍ୟା ରହିଛି। ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବୁ। ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଆମେ ସଂଘର୍ଷ କରିଥିଲୁ। ଅଷ୍ଟ୍ରେଲିଆ ଏକ ଚାମ୍ପିୟନ ଦଳ। ତେବେ ଆମକୁ ଆହୁରି ଉନ୍ନତି କରିବାକୁ ହେବ ବୋଲି ମନପ୍ରୀତ କହିଛନ୍ତି।
ମନପ୍ରୀତଙ୍କ ସମେତ ଜାପାନ ଅଧିନାୟକ ମନାବୁ ୟାମାସିଟା, ପୋଲାଣ୍ଡ ଟିମ୍‌ ଗୋଲକିପର ମାଟେଉଜ୍‌ ପୋପିଓଲକୋଓ୍ବସ୍କି, ଦକ୍ଷିଣ ଆଫ୍ରିକା ଟିମ୍‌ ଗୋଲକିପର ରାସି ପିଟର୍ସ, ରୁଷିଆର ପାଭେଲ ଗୋଲୁବେଭ, ଆମେରିକା ଅଧିନାୟକ ଅଜଇ ଧାଡଓ୍ବାଲ, ଉଜ୍‌ବେକିସ୍ତାନ ଅଧିନାୟକ ଗୋଲିବ କାଲାଣ୍ଡାରୋଭ ଓ ମେକ୍ସିକୋ ଅଧିନାୟକ ମିଗୁଏଲ ଲେଅନ ନିଜ ରଣନୀତି ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଟୁର୍ନାମେଣ୍ଟରେ ଭାରତ ଫେଭରାଇଟ୍‌ ମନେହେଉଥିଲେ ମଧ୍ୟ ଆମେ ଫାଇନାଲରେ ପ୍ରବେଶ କରିବାକୁ ସବୁ ମତେ ପ୍ରୟାସ କରିବୁ ବୋଲି ଏମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri