ନିର୍ମାଣାଧୀନ ହବିଷିଆଳି ଆଶ୍ରୟସ୍ଥଳ ବୁଲିଲେ ଜିଲାପାଳ

ପୁରୀ ଅଫିସ, ୨୪।୯: ଆସୁଛି ଧର୍ମ ମାସ କାର୍ତ୍ତିକ। ଆଉ ୨୦ଦିନ ପରେ ହବିଷ ବ୍ରତ ପାଳନ କରିବାକୁ ପୁରୀକୁ ଆସିବେ ହଜାର ହଜାର ହବିଷିଆଳି। ପ୍ରାୟ ମାସେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ତେବେ ବିଗତ କିଛିବର୍ଷ ହେବ ରାଜ୍ୟ ସରକାର ଅସ୍ଥାୟୀ ହବିଷିଆଳି ଶିବିର କରି ବ୍ରତଧାରୀଙ୍କ ରହିବା, ଖାଇବା ଆଦି ବ୍ୟବସ୍ଥା କରିଆସୁଛନ୍ତି। ପଞ୍ଜୀକରଣ ଜରିଆରେ ପ୍ରାୟ ଅଢେଇ ହଜାର ହବିଷିଆଳି ଏକାଧିକ ଶିବିରରେ ରହିଥାନ୍ତି ହେଲେ ଚଳିତବର୍ଷଠାରୁ ହବିଷିଆଳି ସେମାନଙ୍କ ଲାଗି ତିଆରି ଚାଲିଥିବା ସ୍ଥାୟୀ ଆଶ୍ରୟସ୍ଥଳରେ ରହିବେ। ଏହାର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସୋମବାର ଜିଲାପାଳ ବଲୱନ୍ତ ସିଂ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ସହ ଏହି ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି। ନିର୍ମାଣକାରୀ ସଂସ୍ଥା ଆସନ୍ତା ୧୦ତାରିଖ ସୁଦ୍ଧା ପ୍ରଶାସନକୁ ଆଶ୍ରୟସ୍ଥଳ ହସ୍ତାନ୍ତର କରିବ।
ପ୍ରତିବର୍ଷ କାର୍ତ୍ତିକ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ରତଧାରୀଙ୍କୁ ଆତିଥେୟତାର ଡୋରିରେ ବାନ୍ଧିଥାଏ ପୁରୁଷୋତ୍ତମ କ୍ଷେତ୍ର। କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ମାସେ ପର୍ଯ୍ୟନ୍ତ ପୁରୀରେ ହବିଷିଆଳିଙ୍କ ଗହଳି ଲାଗେ। ଆଧ୍ୟାତ୍ମିକ ପରିବେଶରେ ଉଛୁଳିପଡ଼େ ଶ୍ରୀକ୍ଷେତ୍ର। ଏଠାକୁ ହବିଷ ପାଳିବାକୁ ଆସୁଥିବା ବ୍ରତଧାରୀଙ୍କ ପାଇଁ ନରେନ୍ଦ୍ର କୋଣସ୍ଥିତ ପୁରୁଣା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ଗ୍ୟାରେଜ ଜମିରେ ୨୦୧୭ ଅକ୍ଟୋବର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ମହଲା ବିଶିଷ୍ଟ ହବିଷିଆଳି ଆଶ୍ରୟସ୍ଥଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨ଏକର ୭୪୪ ଡେସିମିଲ ପରିମିତ ଜମିରେ ୧୫ହଜାର ବର୍ଗମିଟର ଅଞ୍ଚଳରେ ଚାଲିଥିବା ଏହି ହବିଷିଆଳି ଗୃହର ନିର୍ମାଣ କାର୍ଯ୍ୟକୁ ସୋମବାର ଜିଲାପାଳ ବୁଲି ଦେଖିଛନ୍ତି। ପାଚେରି ଏବଂ ଅଳ୍ପ କିଛି କାମ ବାକି ରହିଛି। ୧୦ତାରିଖ ସୁଦ୍ଧା ଏହା ଶେଷ ହୋଇଯିବ ବୋଲି ଜିଲାପାଳଙ୍କୁ ନିର୍ମାଣକାରୀ ସଂସ୍ଥା କର୍ତ୍ତୃପକ୍ଷ କହିଥିଲେ। ହବିଷିଆଳିମାନଙ୍କର ଯେପରି କୌଣସି ଅସୁବିଧା ହେବ ନାହିଁ ସେଥିଲାଗି ସମସ୍ତ ବ୍ୟବସ୍ଥା କରିବାକୁ ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ନୂଆକୋଠାରେ ପ୍ରାୟ ୧୬୦୦, ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ୬୦୦ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ୧୨୦୦ବ୍ରତଧାରୀଙ୍କ ରହିବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛି। ହବିଷିଆଳିଙ୍କ ରହଣି ଓ ପଞ୍ଜୀକରଣ ନେଇ ଆସନ୍ତା ୨୭ରେ ବୈଠକ ବସି ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଜିଲାପାଳଙ୍କ ସହିତ ଉପଜିଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ବିଜୟ ଜେନା, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାଶ, ସହକାରୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା ନିର୍ମାଣାଧୀନ ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri