ନିର୍ମାଣ ଶ୍ରମିକ ସଂଘ ସମନ୍ବୟ କମିଟି ବୈଠକ

ଅନୁଗୋଳ ଅଫିସ, ୨୨।୯ – ଅନୁଗୋଳ ଜିଲା ନିର୍ମାଣ ଶ୍ରମିକ ସଂଘ ସମନ୍ବୟ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିଶୁ ଉଦ୍ୟାନ ଠାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଓଡ଼ିଶା କୋଠାବାଡ଼ି ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ପୂର୍ବରୁ ଦୁଇ ଥର ଖାରଜ ହୋଇଥିବାରୁ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ଏ ନେଇ ଆବେଦନ କରିଥିବା ଶ୍ରମିକମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି ବୋଲି ସଂଘ ସଭାପତି ବିଭୂତି ଭୂଷଣ ସାହୁ କହିଥିଲେ। ସେ କହିଥିଲେ ଯେ, ୨୦୧୮ ମେ ୧୩ରେ ଡିଆର୍‌ଡିଏ ହଲ୍‌ରେ ଅନୁଷ୍ଠିତ ସଭାରେ ତତ୍‌କାଳୀନ ଶ୍ରମ ଅଧିକାରୀଙ୍କୁ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଥିଲା। କିନ୍ତୁ ପଞ୍ଜୀକରଣ ବନ୍ଦ କରାଯାଇଛି। ସେହିପରି ୨୦୧୬ରୁ ଆବେଦନ କରାଯାଇଥିବା ନିର୍ମାଣ ଶ୍ରମିକଙ୍କୁ ସାଇକେଲ, ଶ୍ରମ ଯନ୍ତ୍ରପାତି ଓ ସୁରକ୍ଷା ପୂର୍ବକ ସାମଗ୍ରୀ ବଣ୍ଟନ ବନ୍ଦ ରଖାଯାଇଛି। ୨୦୧୮-୧୯ରେ ମୃତ୍ୟୁକାଳୀନ ସହାୟତା, ବାହାଘର ଓ ଶିକ୍ଷା ସହାୟତା ମଧ୍ୟ ଅଦ୍ୟାବଧି ଦିଆଯାଇ ନ ଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ତୁରନ୍ତ ଦାବି ଗୁଡ଼ିକ ପୂରଣ କରା ନ ଗଲେ ଶ୍ରମିକ ଓ ଶ୍ରମିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରଶ୍ମୀରଞ୍ଜନ ଶ୍ରୀକୁମାର, ସଂଯୋଜକ ପ୍ରିୟବ୍ରତ ବେହେରା ପ୍ରମୁଖଙ୍କ ସହ ବହୁ ଶ୍ରମିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri