ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର: ଇକୋ ପାର୍କ ଉନ୍ନତୀକରଣ କରାଯାଉ

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ସହରରେ ଥିବା ଇକୋ ପାର୍କରେ ଏବେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏପରି କି ପାର୍କରେ ଥିବା ଆସୁଷଙ୍ଗିକ ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ଅଧିକ ଉନ୍ନତୀକରଣ କରିବାକୁ ସହରର ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି। ଏ ନେଇ କେତେଜଣ ବରିଷ୍ଠ ନାଗରିକ ପୌରନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ଥିବା ସୁବ୍ରତ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏ ନେଇ କ’ଣ ଉନ୍ନତି ହୋଇପାରିବ ତାହାର ଅନୁଧ୍ୟାନ କରାଯିବ ବୋଲି ବେହେରା କହିଛନ୍ତି। ଏ ନେଇ ସେ ଏକ ଟିମ୍‌ ଗଠନ କରିବେ ବୋଲି ମଧ୍ୟ ସେ କହିଛନ୍ତି।
ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି ଯେ, ଇକୋ ପାର୍କରେ ଥିବା ଜିମ୍‌ ଖାନାର ସରଞ୍ଜାମ ମଧ୍ୟରୁ କେତେକ ଅକାମି ହୋଇପଡ଼ିଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଏହାକୁ ମରାମତି କରିବା ସହ ଅଧିକ ସରଞ୍ଜାମର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ପାର୍କରେ ଥିବା ପୁଷ୍ପ ଉଦ୍ୟାନକୁ ଅଧିକ ସୁନ୍ଦର କରିବା, ଔଷଧୀୟ ବୃକ୍ଷ ରୋପଣ ଓ ଗାଡ଼ି ରଖିବା ପାଇଁ ସେଡ୍‌ କରିବା, ପାଦଚଲା ରାସ୍ତା ପ୍ରଶସ୍ତୀକରଣ କରି ବୃକ୍ଷ ରୋପଣ କରିବା, ପାର୍କ ପୋଖରୀରେ ହଂସମାନଙ୍କ ସଂଖ୍ୟା ବୃଦ୍ଧି, ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଟଏ ଟ୍ରେନ୍‌, ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବ୍ୟବସ୍ଥା ଦିଗରେ ଦୃଷ୍ଟି ଦେବାକୁ ଦିଲିପ ମୋଦି, ଶୈଲଶ ଚନ୍ଦ୍ର ଦାଶଗୁପ୍ତ, ଟୁକୁନା ମହାପାତ୍ର, ପ୍ରଭାସିନୀ ପାଣିଗ୍ରାହୀ, ମାନସ କୁମାର ପ୍ରଧାନ, ସୁକାନ୍ତି ସାହୁ, ସୁଶାନ୍ତ ଦାସ, ଦୀପକ ପ୍ରଧାନ, ପ୍ରଶାନ୍ତ ଦାସ, ବିଜୟ କୁମାର ପ୍ରମୁଖ ପୌରନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri