ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବୁଡୁ ସାହୁ ନାମକ ଜଣେ ଯୁବକଙ୍କୁ ସୋମବାର ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟାରେ ନାବାଳିକା ଜଣକ ଗ୍ରାମର ଦେଉଳ ପୋଖରୀ ନିକଟରେ ଥିବା ନଳକୂପରୁ ମାଠିଆରେ ପାଣିଭର୍ତ୍ତି କରୁଥିବା ବେଳେ ସେ ଏକୁଟିଆ ଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର ଉଦ୍ଦେଶ୍ୟରେ ଏକ ବୁଦା ମୂଳକୁ ଟାଣି ଟାଣି ନେଇଯାଇଥିଲେ। ସେ ପାଟି କରିବାରୁ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଗ୍ରାମର ରଘୁନାଥ ଦାସ ପୋଖରୀକୁ ଗାଧୋଇ ଯାଉଥିବା ବେଳେ ନାବାଳିକା ଜଣକ ବୁଦା ମୂଳେ ଥିବା ଦେଖିଥିଲେ। ସେ ସେଠାକୁ ଯିବାରୁ ଅଭିଯୁକ୍ତ ଜଣକ ଦୌଡ଼ି ପଳାଇଥିଲେ। ନାବାଳିକାଙ୍କୁ ଖୋଜିବା ପାଇଁ ତାଙ୍କ ଦୁଇ ଭାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ସବୁ କଥା କହିଥିଲେ। ଦୁଇ ଭାଇ ନାବାଳିକାଙ୍କୁ ନେଇ ଘରେ ପହଞ୍ଚିଥିଲେ। ପରେ ରାତି ପ୍ରାୟ ୯ ଟାରେ ନାବାଳିକାଙ୍କ ଭାଇ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା (ନଂ.୩୭୮/୨୪) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?