Posted inଭଦ୍ରକ

ନଦୀରୁ ମିଳିଲା ନିଖୋଜ ଶିଶୁଙ୍କ ମୃତଦେହ

ଭଣ୍ଡାରିପୋଖରୀ, ୨୮।୭ (ଡି.ଏନ୍‌.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବନ୍ଦାଳୋ ମଢିଆଳି ପଞ୍ଚାୟତ ବନ୍ଦାଳୋ ଗ୍ରାମର ଜଗନ୍ନାଥ ରଣାଙ୍କ ୧୮ ମାସର ପୁଅ ଆଦିତ୍ୟ ଶୁକ୍ରବାର ଅପରାହ୍ନରେ ନିଖୋଜ ହୋଇଯାଇଥିଲେ। ଶନିବାର ବୈତରଣୀ ନଦୀର ଝୁଟଣା ଘାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ପରିବାର ଲୋକେ ନଦୀରେ ଖୋଜାଖୋଜି କରି ଝୁଟଣା ଘାଟ ପର୍ଯ୍ୟନ୍ତ ଯାଇଥିଲେ। ଝୁଟଣା ଘାଟରେ ଆଦିତ୍ୟଙ୍କ ମୃତଦେହ ଲାଗିଥିବା ଦେଖି ଘରକୁ ଆଣିଥିଲେ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିବା ଜଣାଯାଇଛି। ଉଲ୍ଲେଖନୀୟ ଯେ, ଆଦିତ୍ୟ ଶୁକ୍ରବାର ଅପରାହ୍ନରେ ଘର ପାଖରେ ବରା ଖାଉଥିବା ବେଳେ ସ୍ଥାନୀୟ ବୈତରଣୀ ନଦୀକୁ ଚାଲିଯାଇ ବୁଡ଼ିଯାଇଥିବା ସନ୍ଦେହ କରାଯାଇଥିଲା। ଖବର ପାଇ ଭଣ୍ଡାରିପୋଖରୀ ଦମକଳ କର୍ମଚାରୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri