Posted inଭଦ୍ରକ

ଶୁଖିଲା ପଡ଼ିଛି ଦଶମୌଜା କେନାଲ

ତିହିଡ଼ି, ୨୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଅପରପକ୍ଷେ ବିଭିନ୍ନ ପଞ୍ଚାୟତରେ ଜମିକୁ ଜଳସେଚିତ କରିବା ପାଇଁ ରହିଥିବା ଦଶମୌଜା କେନାଲ ଶୁଖିଲା ପଡ଼ିଛି। କେନାଲରେ ପ୍ରଚୁର ପାଣି ଛଡ଼ାଯାଉଥିଲେ ମଧ୍ୟ ତାହା ତଳମୁଣ୍ଡର ଥିବା ଜମି ପାଖରେ ପହଞ୍ଚତ୍ ପାରୁନାହିଁ। ଉପରମୁଣ୍ଡରେ ଥିବା ଚାଷୀମାନେ କେନାଲରେ ବନ୍ଧ କରି ଜମିକୁ ପାଣି ଉଠାଇ ଚାଷ କାର୍ଯ୍ୟ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଇଛି। ଏହା ତଳମୁଣ୍ଡରେ ଥିବା ଚାଷୀଙ୍କୁ ନିରାଶ କରିଛି। ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ କୌଣସି ତତ୍ପରତା ନ ଥିବାରୁ କେତେଜଣ ଚାଷୀ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଖରିଫ୍‌ ଧାନଚାଷ ଆରମ୍ଭରୁ ପାଣିପାଗ ପ୍ରତିକୂଳ ଅବସ୍ଥାରେ ରହିଛି। ଆବଶ୍ୟକ ପରିମାଣରେ ବର୍ଷା ହେଉ ନ ଥିବାରୁ ଚାଷଜମି ଶୁଖି ଫାଟି ଅଁା କଲାଣି। ତଳି ଓ ବୁଣାଧାନ ପାଣି ଅଭାବରୁ ହଳଦିଆ ପଡ଼ିଗଲାଣି। ପାଣି ସୁବିଧା ଥିବା ଅଳ୍ପ କେତେକ ସ୍ଥାନରେ ଚାଷୀମାନେ ପମ୍ପସେଟ ସହାୟତାରେ ପାଣି ମଡ଼ାଇ ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି।
ବ୍ଲକର ୯ଟି ପଞ୍ଚାୟତର ଚାଷଜମି ଦଶମୌଜା କେନାଲ ଦ୍ୱାରା ଜଳସେଚିତ ହୋଇଥାଏ। ଏହି କେନାଲ ଏବେ କଳମବଣରେ ଭର୍ତ୍ତି ହୋଇଛି। ମରୁଡ଼ି ପରିସ୍ଥିତିକୁ ଲକ୍ଷ୍ୟକରି ସାଳନ୍ଦୀରେ ପାଣି ଛଡ଼ାଯାଇଥିଲା। ମାତ୍ର ଦଶମୌଜା କେନାଲର ଉପରମୁଣ୍ଡରେ ଚାଷୀମାନେ ବନ୍ଧ ପକାଇ ଜମିକୁ ପାଣି ନେଉଛନ୍ତି। କେନାଲରେ ବନ୍ଧ ପକାଇବା ନିୟମ ନ ଥିଲେ ମଧ୍ୟ କେତେଜଣ ଚାଷୀଙ୍କ ଏ ପ୍ରକାର କାର୍ଯ୍ୟ ଅଧିକାଂଶ ପଞ୍ଚାୟତର ଚାଷୀଙ୍କୁ ସମସ୍ୟାରେ ପକାଇଛି। ବନ୍ଧ ଯୋଗୁ ତାଳପଦା, ଅଚକ, ଭାଟପଡ଼ା, କୋହ୍ଲ, ଫତେପୁର, ମଙ୍ଗଳପୁର, ସିନ୍ଦୋଳ ପଞ୍ଚାୟତର ଚାଷୀମାନେ କେନାଲ ପାଣି ପାଇପାରୁ ନାହାନ୍ତି। ସାଳନ୍ଦୀ ଜଳସେଚନ ବିଭାଗ କେନାଲରେ ପାଣି ଛାଡ଼ିଦେଇ ନିଜର ଦାୟିତ୍ୱ ସାରି ଦେଉଥିବା କୁହାଯାଉଛି। ପାଣିର ଠିକ୍‌ ବିନିଯୋଗ ହୋଇପାରିଲା କି ନାହିଁ ସେନେଇ କୌଣସି ତଦାରଖ କରୁ ନ ଥିବାରୁ ଏହି ପଞ୍ଚାୟତଗୁଡ଼ିକରେ ୬ ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ଥାଇ ମଧ୍ୟ ଚାଷ ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସାଳନ୍ଦୀ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗର ଏସ୍‌ଡିଓ ଆର୍ତ୍ତତ୍ରାଣ ସାହୁଙ୍କୁ ପଚାରିବାରୁ କେନାଲରେ ପ୍ରଚୁର ପାଣି ଛଡ଼ାଯାଇଛି, ପାଣି କିପରି ତଳମୁଣ୍ଡରେ ପହଞ୍ଚତ୍ବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri