ଦ୍ୱନ୍ଦ୍ୱରେ ଚାଷୀ

ଧାନ ଉତ୍ପାଦନରେ ବଳକା ଜିଲା ସୁବର୍ଣ୍ଣପୁର। ଆଧୁନିକ ଉପାୟରେ ଚାଷ କରି ସ୍ଥାନୀୟ କୁଶଳୀ ଚାଷୀ ଅଧିକ ଉତ୍ପାଦନ କରୁଛନ୍ତି। ବାହାର ଜିଲା ଓ ରାଜ୍ୟକୁ ଏଠାରୁ ଚାଉଳ ଯୋଗାଣ ହେଉଛି। ଧାନ ଚାଷରେ ସୁନାମ ମିଳିଛି। ଜିଲାର ଦୁଇ ମହିଳା ଚାଷୀ କୃଷିକର୍ମଣ ପୁରସ୍କାର ପାଇଛନ୍ତି। କିନ୍ତୁ ସରକାର ସ୍ଥାନୀୟ ଚାଷୀଙ୍କ ପାଇଁ ସମ୍ବେଦନଶୀଳ ନୁହନ୍ତି। ଧାନ ବିକ୍ରି କ୍ଷେତ୍ରରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଚାଷୀମାନେ ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀ ଧାନ ବିକି ପାରୁନି। ଚଳିତ ଖରିଫ୍‌ ଧାନକ୍ରୟରେ ନାନା ବିଶୃଙ୍ଖଳା ସୃଷ୍ଟି ହୋଇଛି। ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ ଅମଳ ଭଲ ହୋଇଥିଲା। ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ ସରକାରଙ୍କ ଅନ୍‌ଲାଇନ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ଚାଷୀଙ୍କୁ କ୍ଷତି ସହିବାକୁ ବାଧ୍ୟ କରିଛି। ହଜାରହଜାର ପଞ୍ଜୀକୃତ ଚାଷୀଙ୍କୁ ଟୋକନ ମିଳି ନ ଥିବା ବେଳେ ସରକାର ଧାନକ୍ରୟ ବନ୍ଦ କରି ଦେଇଛନ୍ତି । ଟୋକନ ପାଇ ନ ଥିବା ଚାଷୀଙ୍କୁ ଧାନ ବିକ୍ରି ପାଇଁ ସୁଯୋଗ ଦେବାକୁ ଜିଲାସ୍ତରୀୟ ଧାନକ୍ରୟ କମିଟିର ସ୍ବତନ୍ତ୍ର ବୈଠକ ବସିଥିଲା। ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ କିଣିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଚିଠି ଲେଖାଗଲା। କିନ୍ତୁ ଧାନକିଣା ଆରମ୍ଭ ହେଉନି। ଚାଷୀ ଦ୍ୱନ୍ଦ୍ୱରେ ଅଛନ୍ତି। କମ୍‌ଦରରେ ବ୍ୟବସାୟୀଙ୍କୁ ଚାଷୀ ଧାନ ବିକ୍ରି କରୁଛନ୍ତି। ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହୋଇଥିଲା । ୪୭ ହଜାର ୯୯୦ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଥିଲେ । ଜିଲାରୁ ୩୪ଲକ୍ଷ କୁଇଣ୍ଟାଲ ଧାନକ୍ରୟ ପାଇଁ ଟାର୍ଗେଟ୍‌ ମିଳିଥିଲା। ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୪୪ହଜାର ୭୪୦ଜଣ ଚାଷୀଙ୍କଠାରୁ ୩୨ଲକ୍ଷ ୯୦ହଜାର ୧୧୫କୁଇଣ୍ଟାଲ ଧାନ କ୍ରୟ ହୋଇଛି । ଟୋକନ ପାଇ ନ ଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାରେ ଚାଷୀ ସଂଗଠନଗୁଡିକ ପକ୍ଷରୁ ସରକାରଙ୍କୁ ଦାୟୀ କରାଯାଉଛି । ସୁବର୍ଣ୍ଣପୁର ଜିଲାର ୪୧ ମିଲର୍ସ ସମସ୍ତ ଧାନ ସଂଗ୍ରହ କରିବାକୁ ଅକ୍ଷମ ଥିବାରୁ ବାହାର ଜିଲାର ମିଲର୍ସଙ୍କୁ ସାମିଲ କରିବା ପାଇଁ ପ୍ରଶାସନ ଚିଠି ଲେଖିଥିଲା। ହେଲେ ରାଜ୍ୟ ଯୋଗାଣ ନିଗମ ଦେଢ ମାସ ବିଳମ୍ବରେ ବରଗଡ ଓ ସମ୍ବଲପୁର ଜିଲାର ୧୩ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିଥିଲେ। ଅନ୍‌ଲାଇନ ଟୋକନ ଇସ୍ୟୁ ଓ କ୍ୟାନସେଲ ସମ୍ପର୍କରେ ଚାଷୀ ବୁଝି ପାରିଲେନି । ଅଦିନିଆ ବର୍ଷା ମଧ୍ୟ ଦାଉ ସାଧିଲା। ତେଣୁ ଟୋକନ ଇସ୍ୟୁ କରିବା ସହ ଧାନ ସଂଗ୍ରହ ଅବଧି ବୃଦ୍ଧି କରିବାକୁ ଚାଷୀମାନେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?