ବ୍ରହ୍ମପୁର ଅଫିସ,୧ା୩ – ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ ପାଇଁ ଅନେକ ଯୋଜନା କରାଯାଇଛି। ଏବେ ଶିଶୁ ଶ୍ରମିକ ଉଦ୍ଧାର ପାଇଁ ବ୍ରହ୍ମପୁର ପୋଲିସ ଜିଲାରେ ବଚପନ୍ ବଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଜିଲା ଶ୍ରମ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ସଦସ୍ୟ, ଜୁଭେନାଇଲ ପୋଲିସ ଅଧିକାରୀ ଓ ଚାଇଲ୍ଡ ଲାଇନ କର୍ମକର୍ତ୍ତାଙ୍କୁ ନେଇ ୫ ଜଣିଆ ସ୍କ୍ବାଡ୍ ଗଠିତ ହୋଇଛି। ଏହି ସ୍ବତନ୍ତ୍ର ଡ୍ରାଇଭ ଗତ ମଙ୍ଗଳବାରରୁ ବ୍ରହ୍ମପୁର ପୋଲିସ ଜିଲାରେ ଆରମ୍ଭ ହୋଇଥିଲା। ଶନିବାର ଶେଷ ଦିନରେ ଏହି ସ୍କ୍ବାଡ୍ ଜରଡ଼ା ଥାନା ଇଲାକାରେ ଥିବା ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ କୌଣସି ଶିଶୁ ଶ୍ରମିକ ଉଦ୍ଧାର ହୋଇ ପାରି ନ ଥିବା ଜଣାପଡିଛି। ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ୧୦ ଥାନା ଇଲାକାରେ ବିପଜ୍ଜନକ ଓ ଅସ୍ବାସ୍ଥ୍ୟକର ପରିବେଶରେ କାମ କରୁଥିବା ଦୁଇ ଜଣ ନାବାଳିକା ଶିଶୁ ଶ୍ରମିକଙ୍କ ସମେତ ୪୧ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜିଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ସୂଚନା ଦେଇଛନ୍ତି। ବୈଦ୍ୟନାଥପୁର ଥାନା ଇଲାକାରୁ ୭ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗୋଷାଣୀନୂଆଗଁା ଥାନା ଇଲାକାରୁ ୬, ଟାଉନ ଥାନା ଇଲାକାରୁ ୧୧, ବଡବଜାର ଅଞ୍ଚଳରୁ ୮ ଶିଶୁ ଶ୍ରମିକ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଗୋପାଳପୁର ଥାନା ଅଞ୍ଚଳରୁ ଜଣେ, ଗୋଳନ୍ଥରା ଥାନା ଅଞ୍ଚଳରୁ ୩, ସଦର ଥାନା ଅଞ୍ଚଳରୁ ଜଣେ ନାବାଳିକା, ଦିଗପହଣ୍ଡି ଥାନା ଅଞ୍ଚଳରୁ ଜଣେ ଓ କେ.ନୂଆଗଁା ଥାନା ଅଞ୍ଚଳରୁ ୨ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିଲେ। ଉଦ୍ଧାର ଶିଶୁ ଶ୍ରମିକମାନଙ୍କୁ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ କାଉନ୍ସେଲିଂ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଉଦ୍ଧାର ଶିଶୁ ଶ୍ରମିକମାନେ କହିଛନ୍ତି, ପାରିବାରିକ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଆମେ ବିଭିନ୍ନ ସ୍ଥାନରେ କାମ କରୁଥିଲୁ। ଦିନକୁ ଖାଇବା ଓ ରହିବା ସୁବିଧା ସହ ୧୦୦ ରୁ ୨୦୦ ଟଙ୍କା ମିଳୁଥିଲା ବାପା ମା’ଙ୍କ ସହମତିରେ ଆମେ ଏଠାରେ କାମ କରୁଥିଲୁ ବୋଲି ସେମାନେ କହିଛନ୍ତି।
ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…
ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍
ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…
ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍, ରାତି ପାହିଲା ବେଳକୁ…
ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ…
ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ
ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…
ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ
ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…
ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ
ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…
୨୪ ଯାଏ ଏହି ଜିଲାରେ ସ୍କୁଲ୍ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର
ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…
ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର
ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

