Posted inଭଦ୍ରକ

ଦୁଇ ଜିଲାର ଗୋଟିଏ ହାଟ

ବନ୍ତ,୧୮ା୩(ହରି ନାରାୟଣ ମହାନ୍ତି)- ଭଦ୍ରକ ଓ କେନ୍ଦୁଝର ଜିଲା ସୀମାବର୍ତ୍ତୀ ବସନ୍ତିଆ ହାଟ ଦୁଇ ଜିଲା ମଧ୍ୟରେ ପ୍ରାୟ ଶହେ ବର୍ଷ ଧରି ସମ୍ପର୍କର ସେତୁ ଗଢି ଆସିଛି। ସଜ ପନିପରିବାଠାରୁ ଆରମ୍ଭ କରି ମାଛ, ମାଂସ, ବିଭିନ୍ନ କୃଷି ଜାତ ଦ୍ରବ୍ୟ ଓ ଉପକରଣ ହାଟରେ ଉପଲବ୍ଧ ହୋଇଥାଏ। ଦୁଇ ଜିଲାର ଉପାନ୍ତବାସୀଙ୍କ ତେଲଲୁଣ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ସାଙ୍ଗକୁ ବାଣିଜି୍ୟକ, ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବାରେ ଏହା ସହାୟକ ହୋଇଆସିଛି।
ଭଦ୍ରକ-ଆନନ୍ଦପୁର ୫୩ ନଂ.ରାଜ୍ୟ ରାଜପଥର ବସନ୍ତିଆଠାରେ ଏହି ହାଟ ଅବସ୍ଥିତ ା ପ୍ରାୟ ୨ ଏକରରୁ ଅଧିକ ଜମିରେ ବସୁଥିବା ଉକ୍ତ ହାଟରେ ଶତାଧିକ ହାଟ ଚାଳି ରହିଛି। ପ୍ରତି ସପ୍ତାହରେ ମଙ୍ଗଳବାର ଓ ଶୁକ୍ରବାର ଦୁଇ ଦିନ ହାଟ ବସିଥାଏ। ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲାର ବ୍ୟବସାୟୀ ମାନେ ଏଠାକୁ ଆସି ବ୍ୟବସାୟ କରିଥାନ୍ତି। କଥିତ ଅଛି ଯେ, ପ୍ରାୟ ୧୦୦ ବର୍ଷ ପୂର୍ବେ କେନ୍ଦୁଝର ଜିଲା ଓରାଳି ଗ୍ରାମର ସ୍ବର୍ଗତ ଗୋଲକ ପଟ୍ଟନାୟକ, ବଳରାମ ପଟ୍ଟନାୟକ, ନନ୍ଦିପଦା ଗ୍ରାମର ମୁକୁନ୍ଦ ଚରଣ ସୁୁଆର, ଜଗନ୍ନାଥପୁର ଗ୍ରାମର ସନାତନ ନାୟକ, ବସନ୍ତିଆ ଗ୍ରାମର ହରେକୃଷ୍ଣ ମଇକାପ, ଚିନ୍ତାମଣି ପାଣିଗ୍ରାହୀ, ହଳଧର ପଣ୍ଡାଙ୍କ ଉଦ୍ୟମ କ୍ରମେ ଏଠାରେ ହାଟ ପ୍ରତିଷ୍ଠା ହୋଇଥିଲା ା ୫୩ ନଂ.ରାଜ୍ୟ ରାଜପଥ କଡ଼ ବସନ୍ତିଆ ହାଟ ପଡିଆକୁ ନେଇ ଦୀର୍ଘ ୫୦ ବର୍ଷ ପୂର୍ବେ ବିବାଦ ମୁଣ୍ଡ ଟେକିଥିଲା। ହାଟ ସୀମାକୁ ନିଜ ଅଞ୍ଚଳ ବୋଲି କହି ଉଭୟ ଭଦ୍ରକ ଓ କେନ୍ଦୁଝର ଜିଲାର ଲୋକେ ଅଡି ବସିଥିଲେ। ଶେଷରେ ଉଚ୍ଚ ନ୍ୟାୟାଳୟକୁ ବିବାଦ ଯାଇଥିଲା। ଉକ୍ତ ହାଟର ସୀମା ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ମୌଜାରେ ୪୦ ଭାଗ ଏବଂ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଓରାଳି ପଞ୍ଚାୟତ ନନ୍ଦିପଦା ମୌଜାରେ ୬୦ ଭାଗ ଥିବା ଉଚ୍ଚ ନ୍ୟାୟାଳୟ ଆଦେଶନାମା ଦେଇଥିଲେ ା ଏହାକୁ ରାଜ୍ୟ ସରକାର କାଏମ ରଖିଥିଲେ ା ସେବେଠାରୁ ଏହାକୁ ଦୁଇ ଜିଲାର ଗୋଟିଏ ହାଟ ବୋଲି ଲୋକେ କହି ଆସୁଛନ୍ତି। ବର୍ତ୍ତମାନ ଓରାଳି ପଞ୍ଚାୟତ ହାଟକୁ ପରିଚାଳନା କରୁଛି ା ଦୀର୍ଘ ୨୦ ବର୍ଷ ତଳେ ହାଟ ଯେଉଁଭଳି ଚାଲୁଥିଲା ତାହା ଏବେ ଦେଖିବାକୁ ମିଳୁ ନାହିଁ । ଉଭୟ ଜିଲା ପ୍ରଶାସନ ତଥା ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ହାଟର ଭିତ୍ତିଭୂମି ବିକାଶ ନ ହେବା ଏଥିରେ ଅନ୍ତରାୟ ସାଜିଛି। ଏଣୁ ହାଟ ପରିଚାଳନା ଦାୟିତ୍ୱ ଆର୍‌.ଏମ୍‌.ସି.କୁ ଦିଆଗଲେ ବିକାଶ ସମ୍ଭବ ହେବା ସହ ଅଧିକ ରାଜସ୍ବ ଆଦାୟ ହୋଇ ପାରନ୍ତା ବୋଲି ଓରାଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ରତିକାନ୍ତ ନାୟକ, ବସନ୍ତିଆ ଗ୍ରାମର ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ା ଭଦ୍ରକ ଜିଲା ବନ୍ତ ବ୍ଲକର ବସନ୍ତିଆ, ଛୟାଳସିଂ, ନିଳୋକ, ଟିଲୋ, ରାମଚନ୍ଦ୍ରପୁର, ବନ୍ତ, ପଧାନପଡା ଏବଂ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଓରାଳି, କଳିଗାଁ, ମରୈଗାଁ, ହାଟଡିହୀ, ଇଞ୍ଚୋଳ, ରମ୍ପାସ ଆଦି ପଞ୍ଚାୟତର ଲୋକେ ଅଧିକ ଭାବେ ଏହି ହାଟ ଉପରେ ନିର୍ଭରଶୀଳ ଥିବାରୁ ଏହାର ଭିତ୍ତିଭୂମି ବିକାଶ ଲାଗି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛଧରା ଟ୍ରଲରରେ ଲାଗିଲା ନିଆଁ: ହୁ ହୁ ହୋଇ ଜଳିଗଲା…

ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି।…

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri