Posted inଭଦ୍ରକ

ଦୁଇ ଜିଲାର ଗୋଟିଏ ହାଟ

ବନ୍ତ,୧୮ା୩(ହରି ନାରାୟଣ ମହାନ୍ତି)- ଭଦ୍ରକ ଓ କେନ୍ଦୁଝର ଜିଲା ସୀମାବର୍ତ୍ତୀ ବସନ୍ତିଆ ହାଟ ଦୁଇ ଜିଲା ମଧ୍ୟରେ ପ୍ରାୟ ଶହେ ବର୍ଷ ଧରି ସମ୍ପର୍କର ସେତୁ ଗଢି ଆସିଛି। ସଜ ପନିପରିବାଠାରୁ ଆରମ୍ଭ କରି ମାଛ, ମାଂସ, ବିଭିନ୍ନ କୃଷି ଜାତ ଦ୍ରବ୍ୟ ଓ ଉପକରଣ ହାଟରେ ଉପଲବ୍ଧ ହୋଇଥାଏ। ଦୁଇ ଜିଲାର ଉପାନ୍ତବାସୀଙ୍କ ତେଲଲୁଣ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ସାଙ୍ଗକୁ ବାଣିଜି୍ୟକ, ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବାରେ ଏହା ସହାୟକ ହୋଇଆସିଛି।
ଭଦ୍ରକ-ଆନନ୍ଦପୁର ୫୩ ନଂ.ରାଜ୍ୟ ରାଜପଥର ବସନ୍ତିଆଠାରେ ଏହି ହାଟ ଅବସ୍ଥିତ ା ପ୍ରାୟ ୨ ଏକରରୁ ଅଧିକ ଜମିରେ ବସୁଥିବା ଉକ୍ତ ହାଟରେ ଶତାଧିକ ହାଟ ଚାଳି ରହିଛି। ପ୍ରତି ସପ୍ତାହରେ ମଙ୍ଗଳବାର ଓ ଶୁକ୍ରବାର ଦୁଇ ଦିନ ହାଟ ବସିଥାଏ। ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲାର ବ୍ୟବସାୟୀ ମାନେ ଏଠାକୁ ଆସି ବ୍ୟବସାୟ କରିଥାନ୍ତି। କଥିତ ଅଛି ଯେ, ପ୍ରାୟ ୧୦୦ ବର୍ଷ ପୂର୍ବେ କେନ୍ଦୁଝର ଜିଲା ଓରାଳି ଗ୍ରାମର ସ୍ବର୍ଗତ ଗୋଲକ ପଟ୍ଟନାୟକ, ବଳରାମ ପଟ୍ଟନାୟକ, ନନ୍ଦିପଦା ଗ୍ରାମର ମୁକୁନ୍ଦ ଚରଣ ସୁୁଆର, ଜଗନ୍ନାଥପୁର ଗ୍ରାମର ସନାତନ ନାୟକ, ବସନ୍ତିଆ ଗ୍ରାମର ହରେକୃଷ୍ଣ ମଇକାପ, ଚିନ୍ତାମଣି ପାଣିଗ୍ରାହୀ, ହଳଧର ପଣ୍ଡାଙ୍କ ଉଦ୍ୟମ କ୍ରମେ ଏଠାରେ ହାଟ ପ୍ରତିଷ୍ଠା ହୋଇଥିଲା ା ୫୩ ନଂ.ରାଜ୍ୟ ରାଜପଥ କଡ଼ ବସନ୍ତିଆ ହାଟ ପଡିଆକୁ ନେଇ ଦୀର୍ଘ ୫୦ ବର୍ଷ ପୂର୍ବେ ବିବାଦ ମୁଣ୍ଡ ଟେକିଥିଲା। ହାଟ ସୀମାକୁ ନିଜ ଅଞ୍ଚଳ ବୋଲି କହି ଉଭୟ ଭଦ୍ରକ ଓ କେନ୍ଦୁଝର ଜିଲାର ଲୋକେ ଅଡି ବସିଥିଲେ। ଶେଷରେ ଉଚ୍ଚ ନ୍ୟାୟାଳୟକୁ ବିବାଦ ଯାଇଥିଲା। ଉକ୍ତ ହାଟର ସୀମା ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ମୌଜାରେ ୪୦ ଭାଗ ଏବଂ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଓରାଳି ପଞ୍ଚାୟତ ନନ୍ଦିପଦା ମୌଜାରେ ୬୦ ଭାଗ ଥିବା ଉଚ୍ଚ ନ୍ୟାୟାଳୟ ଆଦେଶନାମା ଦେଇଥିଲେ ା ଏହାକୁ ରାଜ୍ୟ ସରକାର କାଏମ ରଖିଥିଲେ ା ସେବେଠାରୁ ଏହାକୁ ଦୁଇ ଜିଲାର ଗୋଟିଏ ହାଟ ବୋଲି ଲୋକେ କହି ଆସୁଛନ୍ତି। ବର୍ତ୍ତମାନ ଓରାଳି ପଞ୍ଚାୟତ ହାଟକୁ ପରିଚାଳନା କରୁଛି ା ଦୀର୍ଘ ୨୦ ବର୍ଷ ତଳେ ହାଟ ଯେଉଁଭଳି ଚାଲୁଥିଲା ତାହା ଏବେ ଦେଖିବାକୁ ମିଳୁ ନାହିଁ । ଉଭୟ ଜିଲା ପ୍ରଶାସନ ତଥା ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ହାଟର ଭିତ୍ତିଭୂମି ବିକାଶ ନ ହେବା ଏଥିରେ ଅନ୍ତରାୟ ସାଜିଛି। ଏଣୁ ହାଟ ପରିଚାଳନା ଦାୟିତ୍ୱ ଆର୍‌.ଏମ୍‌.ସି.କୁ ଦିଆଗଲେ ବିକାଶ ସମ୍ଭବ ହେବା ସହ ଅଧିକ ରାଜସ୍ବ ଆଦାୟ ହୋଇ ପାରନ୍ତା ବୋଲି ଓରାଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ରତିକାନ୍ତ ନାୟକ, ବସନ୍ତିଆ ଗ୍ରାମର ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ା ଭଦ୍ରକ ଜିଲା ବନ୍ତ ବ୍ଲକର ବସନ୍ତିଆ, ଛୟାଳସିଂ, ନିଳୋକ, ଟିଲୋ, ରାମଚନ୍ଦ୍ରପୁର, ବନ୍ତ, ପଧାନପଡା ଏବଂ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଓରାଳି, କଳିଗାଁ, ମରୈଗାଁ, ହାଟଡିହୀ, ଇଞ୍ଚୋଳ, ରମ୍ପାସ ଆଦି ପଞ୍ଚାୟତର ଲୋକେ ଅଧିକ ଭାବେ ଏହି ହାଟ ଉପରେ ନିର୍ଭରଶୀଳ ଥିବାରୁ ଏହାର ଭିତ୍ତିଭୂମି ବିକାଶ ଲାଗି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri