Posted inଜାତୀୟ

ଦିଲ୍ଲୀ ଦଙ୍ଗା: ହ୍ବାଟସ୍‌ ଆପ୍‌ ଉପରେ କଡା ନଜର

ନୂଆଦିଲ୍ଲୀ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି। ଏହାପରେ ବି କିଛି ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି। ଏବେସୁଦ୍ଧା ଏହି ଦଙ୍ଗାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩ଶହ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଉତ୍ତର-ପୂର୍ବ ଦିଲ୍ଲୀରେ ପ୍ରାୟ ୭ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ସେ ପ୍ରଥମଥର ପୁରୀଙ୍କ ସହ ସାକ୍ଷାତ୍‌ କରିଥିବା କହିଛନ୍ତି। ଦିଲ୍ଲୀର ଶାସନ ବ୍ୟବସ୍ଥାରେ ଅନେକ କିଛି ପୁରୀଙ୍କ ମନ୍ତ୍ରଣାଳୟ ଅନ୍ତର୍ଗତ ହୋଇଥିବାରୁ ଆମେ ଦୁହେଁ ମିଶି ଦିଲ୍ଲୀ ପାଇଁ କାମ କରିବୁ ବୋଲି କେଜରିଓ୍ବାଲ କହିଛନ୍ତି। ଦିଲ୍ଲୀ ସରକାରଙ୍କ ତରଫରୁ କୁହାଯାଇଛି କି ହ୍ବାଟସ୍‌ ଆପ୍‌ ମାଧ୍ୟମରେ ଉତ୍ତେଜନା ସୃଷ୍ଟି କରିବା ଭଳି ବାର୍ତ୍ତା ଭାଇରାଲ ହେଉଛି। ତେଣୁ ଏଭଳି ବାର୍ତ୍ତା ଯେଉଁମାନଙ୍କ ନିକଟକୁ ଆସୁଛି ସେମାନେ ତୁରନ୍ତ ଅଭିଯୋଗ କରନ୍ତୁ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହ୍ବାଟସ୍‌ ଆପ୍‌ ନମ୍ବର ଜାରି କରାଯିବ। ଯେଇଁଥିରେ ଏସମ୍ପର୍କିତ ଅଭିଯୋଗ କରିବାକୁ କହିଛନ୍ତି ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?