ଦିବ୍ୟାଙ୍ଗ ସୁକାନ୍ତି, ଧନେଶ୍ୱର ଏବେ ସୁଖଦୁଃଖର ସାଥୀ

ଆରଡ଼ି,୯।୩(ଡି.ଏନ.ଏ.)-ସମାଜରେ ସୁସ୍ଥ ଲୋକଙ୍କ ପରି ଜୀବନ ବିତାଇବାକୁ ୨୦୧୭ରେ ବୈଦିକ ରୀତିରେ ବିବାହ କରିଥିଲେ। ୭ ମାସ ତଳେ ସେମାନଙ୍କ କୋଳ ମଣ୍ଡନ କରିଛି ଏକ ଶିଶୁପୁତ୍ର। ତେଲଲୁଣର ସଂସାର ମଧ୍ୟରେ ଦୁଃଖ ଆସିଲେ ବି ସେଥିରେ ଖାତିର ନ କରି ହସି ହସି ସ୍ଥିତିକୁ ସାମ୍ନା କରୁଛନ୍ତି ଏହି ଦମ୍ପତି। ଦିବ୍ୟାଙ୍ଗ ହୋଇଥିଲେ ବି କାହା ଉପରେ ନିର୍ଭର ନ କରି ସେମାନେ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି।
ଏହି ଦିବ୍ୟାଙ୍ଗ ଦମ୍ପତି ହେଲେ ଧନେଶ୍ୱର ପରିଡ଼ା ଓ ସୁକାନ୍ତି ପରିଡ଼ା। ଘର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁରରେ। ଧନେଶ୍ୱର ୨ ମାସର ହୋଇଥିବା ବେଳେ ମିଳିମିଳାରେ ତାଙ୍କର ଦୁଇ ଆଖି ନଷ୍ଟ ହୋଇଯାଇଥିଲା। ସେ ସ୍ଥାନୀୟ ସୁନ୍ଦରପୁର- ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିଲ କୁମାର ଦାସଙ୍କ ଉଦ୍ୟମରେ ସେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ପାରିଥିଲେ। ପରେ ସେ ବିନା ଗୁରୁରେ ନିଜ ଉଦ୍ୟମରେ ଢୋଲ ବଜାଇବା ଶିଖିଥିଲେ। ଏଥିସହ ସଙ୍ଗୀତ ସାଧନା ମଧ୍ୟ କରିଥିଲେ। ଏବେ ସୁଲଳିତ କଣ୍ଠରେ ଭଜନ ଶୁଣାଇବା ସହ ସଂକୀର୍ତ୍ତନ ମଣ୍ଡଳୀରେ ବିଭିନ୍ନ ସ୍ଥାନକୁ ଯାଇ ସଙ୍ଗୀତ ପରିବେଷଣ କରି ଲୋକଙ୍କ ହୃଦୟ ଜିଣିପାରିଛନ୍ତି। ସେଥିରୁ ଯାହା ମିଳୁଛି ଚଳୁଛି ପରିବାର। ଧନେଶ୍ୱରଙ୍କ ମାତାପିତା ଓ ୨ ଭାଇ ଅଛନ୍ତି। ହେଲେ ପତ୍ନୀ ଓ ଶିଶୁପୁତ୍ରଙ୍କୁ ନେଇ ତାଙ୍କର ଛୋଟ ସଂସାର। ଉଭୟ ମାସିକ ୫ ଶହ ଟଙ୍କା ଲେଖାଏ ସରକାରୀ ଭତ୍ତା ପାଉଛନ୍ତି। ପୂର୍ବରୁ ପାଉଥିବା ମାଗଣା ୧୦ କେଜି ଚାଉଳ ବର୍ଷେ ହେଲା ଆଉ ମିଳୁନି। ସୁକାନ୍ତିଙ୍କର ଜନ୍ମ ବେଳୁ ବାମହାତ କହୁଣି ପାଖରୁ ନାହିଁ। ସେ ଅବିବାହିତ ଥିବାବେଳେ ଏକ ଶିଳ୍ପ ତାଲିମ ଶିକ୍ଷାକେନ୍ଦ୍ରରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ବିବାହ ପରେ ସେହି ଚାକିରି ଚାଲିଯାଇଛି। ବର୍ତ୍ତମାନ ଗୋଟିଏ ହାତରେ ସେ ସମସ୍ତ ଘରୋଇ କାମ କରିବା ସହ ସ୍ବାମୀଙ୍କ ପାଇଁ ସାହାରା ପାଲଟିଛନ୍ତି। ଗୋଟିଏ ହାତରେ ସେ ପୁଅର ଯତ୍ନ ନେବା ସହ ଅନ୍ୟ କାମ ମଧ୍ୟ କରୁଛନ୍ତି। ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉଥିବାବେଳେ ଏହି ଦମ୍ପତି ଅଣଦେଖାର ଶିକାର ହୋଇଛନ୍ତି। ତଥାପି ସେମାନେ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଧନେଶ୍ୱର କହନ୍ତି, ସେ ତାଙ୍କ ଶିଶୁପୁତ୍ରକୁ ପାଠ ପଢ଼ାଇ ବଡ଼ ମଣିଷ କରିବେ। ସେହି ସ୍ବପ୍ନରେ ଏବେ ଆତ୍ମବିଭୋର ଏହି ଦମ୍ପତି। ଏହି ଦିବ୍ୟାଙ୍ଗ ଦମ୍ପତିଙ୍କର କର୍ମନିଷ୍ଠା ଓ ଆଚରଣ ବିରଳ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

ଭବାନୀପାଟଣା,୮ା୧୧(ଉତ୍ତମ କୁମାର ଦାଶ): ବିକ୍ରି କରିବା ବାହାନାରେ ନକଲି ସୁନା ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ରବିବାର ଭବାନୀପାଟଣା ସଦର…

ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ…

୬୦ ବର୍ଷରେ ମା’ ଶ୍ୟାମାକାଳୀଙ୍କ ପଥର ମୂର୍ତ୍ତି ପୂଜା, ସନ୍ଧ୍ୟାରେ ଜମିବ ମହୋତ୍ସବର ଆସର

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତ ସ୍ଥାନୀୟ ଜଗରୀ ଜୋର ହାଟ କାଳୀ ପଡ଼ିଆଠାରେ ୬୦ ବର୍ଷ ଧରି ପରମ୍ପରିକ ଭାବେ…

ବନ୍ୟାର ଅନ୍ଧକାରରେ ଦୀପାବଳିର ଆଲୋକ ବାଣ୍ଟିଲେ ଜିଲାପାଳ, ବିପନ୍ନଙ୍କ ଘରେ ପହଞ୍ଚି…

ପୁରୁଷୋତ୍ତମପୁର,୮ା୧୧(ସବିତା ମିଶ୍ର): ବନ୍ୟା ଛଡ଼ାଇ ନେଇଛି ସର୍ବସ୍ବ, ହେଲେ ଛଡ଼ାଇ ପାରିନି ଦୀପାବଳିର ଆଲୋକ। ବନ୍ୟାର ଦୁଃଖରେ ବୁଡ଼ି ରହିଥିବା ପରିବାରଙ୍କ ମୁହଁରେ ହସ ଫୁଟାଇବାକୁ ଗଞ୍ଜାମ…

ଭାଜପା ଯୁବନେତାଙ୍କ ପରଲୋକ, ମାତ୍ର ୩୮ ବର୍ଷ ବୟସରେ ଦୁନିଆ ଛାଡ଼ିଲେ, ଲୁହରେ ଭିଜିଲା ପୂରା ଗାଁ…

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବ ଭାଜପା ନେତା ବୃଷବ ମହାନ୍ତଙ୍କ ଶନିବାର ବିଳମ୍ବିତ ରାତିରେ…

ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ଦଶିପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାର୍ଶାଘାଇ,୭ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ି ହୋଇଛି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଜେଲ ଗଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍‌ ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?