ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ଶୋଷଣ; ଶ୍ରୀଜୀଉଙ୍କ ଦର୍ଶନ କରାଇବା ପାଇଁ ଦାବି କରୁଛନ୍ତି ମୋଟା ଅଙ୍କର ଟଙ୍କା

ପୁରୀ ଅଫିସ, ୩୦।୧୨: ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ସବୁ ପ୍ରକାର ସୁବିଧା କର। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିଲାଗି ବ୍ୟବସ୍ଥା କର। ଶ୍ରଦ୍ଧାଳୁମାନେ ଯେପରି ଶୋଷଣ ନ ହୁଅନ୍ତି, ସେଥିପ୍ରତି ବି ନଜର ରଖିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ ଜିଲା ପ୍ରଶାସନ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ଏବଂ ସେମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ବି କରାଯାଉଛି। ହେଲେ ଭକ୍ତଙ୍କୁ ଶୋଷଣ ଉପରେ କିନ୍ତୁ ରୋକ୍‌ ଲଗାଯାଇ ପାରୁନାହିଁ। ସାଧାରଣ ଭକ୍ତ ନୁହନ୍ତି ଦିବ୍ୟାଙ୍ଗ ଏବଂ ବରିଷ୍ଠ ଭକ୍ତଙ୍କୁ ବି ଶୋଷଣ କରାଯାଉଛି। ଦର୍ଶନ କରାଇ ଦେବାକୁ କହି ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି। ଏହାକୁ ସମ୍ପୃକ୍ତ ଦିବ୍ୟାଙ୍ଗ ଭକ୍ତ ନାପସନ୍ଦ କରିଛନ୍ତି।
ଆସୁଥିବା ଦିବ୍ୟାଙ୍ଗ ଓ ଚାଲିବାକୁ ସକ୍ଷମ ନ ଥିବା ବରିଷ୍ଠ ନାଗରିକମାନଙ୍କ ଲାଗି ପୂର୍ବରୁ କାଠର ସ୍ବତନ୍ତ୍ର ହ୍ବିଲ ଚେୟାର କରାଯାଇଥିଲା। ଉତ୍ତର ଦ୍ୱାର ବାଟେ ର଼୍ୟାମ୍ପ ଦେଇ ଦିବ୍ୟାଙ୍ଗ ଭକ୍ତମାନେ ସାତପାହାଚ ପର୍ଯ୍ୟନ୍ତ ଯାଉଥିଲେ। ସେଠାରୁ ସମ୍ପର୍କୀୟମାନେ ତାଙ୍କୁ ନେଇ ଦର୍ଶନ କରାଇ ପାରୁଥିଲେ। କିନ୍ତୁ ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ହେବ କାଠ ଚେୟାର ବ୍ୟବସ୍ଥା ନାହିଁ। ଫଳରେ ଦିବ୍ୟାଙ୍ଗ ଓ ବରିଷ୍ଠ ଭକ୍ତମାନେ ଦର୍ଶନ ପାଇଁ ହଇରାଣ ହେଉଛନ୍ତି। ଶ୍ରୀମନ୍ଦିରକୁ କୌଣସି ଦିବ୍ୟାଙ୍ଗ କିମ୍ବା ଚାଲିବାକୁ ସକ୍ଷମ ନ ଥିବା ଭକ୍ତ ଆସିଲେ ସେମାନଙ୍କୁ ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥା ଗାଡ଼ିିରେ ନେଇ ଉତ୍ତର ଦ୍ୱାର ପାଖରେ ଛାଡୁଛନ୍ତି। ଯଦି କାହାର ସମ୍ପର୍କୀୟ ତାଙ୍କୁ ନେଇ ଦର୍ଶନ କରାଇବାରେ ସମର୍ଥ ହେଉଛନ୍ତି ତାହା ହେଲେ ଠିକ୍‌ ଅଛି, ନଚେତ ପହଞ୍ଚତ୍ ଯାଉଛନ୍ତି ଅନେକ ବ୍ୟକ୍ତି। ସେମାନେ ଦର୍ଶନ କରାଇବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି । ଏଥିପାଇଁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଜଣାପଡ଼ିଛି।
ଜଣେ ବୃଦ୍ଧା (ଚାଲିବାକୁ ସକ୍ଷମ ନ ଥିବା) ବ୍ୟାଟେରି ଅଟୋରେ ଆସି ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଖରେ ପହଞ୍ଚତ୍ଲେ। ତାଙ୍କ ସହିତ ଅନ୍ୟ ଜଣେ ମହିଳା ଓ ଜଣେ ପୁରୁଷ ଥିଲେ। ସେ ପହଞ୍ଚତ୍ବା କ୍ଷଣି କେତେଜଣ ଯୁବକ ତାଙ୍କ ପାଖରେ ପହଞ୍ଚତ୍ ଦର୍ଶନ କରାଇଦେବାକୁ କହିଥିଲେ। ଏଥିପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିିବ ବୋଲି ଦାବି କରିଥିଲେ। ଶେଷରେ ସେମାନେ ୫୦୦ ଟଙ୍କାରେ ରାଜି ହୋଇ ତାଙ୍କୁ ଶ୍ରୀମନ୍ଦିରକୁ ନେଇ ଦର୍ଶନ କରାଇଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହିପରି ଭାବେ ଅନେକ ଭକ୍ତଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ୧୦୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଏକ ସ୍ଥାୟୀ ବ୍ୟବସ୍ଥା କରାଯିବା ଦରକାର ବୋଲି ଅନେକେ କହିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାର ଦେଇ ନୂଆ ର଼୍ୟାମ୍ପ ତିଆରି କରାଯାଇଛି। ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଆନନ୍ଦ ବଜାର ଦେଇ ଯାଇଥିବାରୁ ସୁଆର ସେବକମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଭକ୍ତ ସେବା ସଂସ୍ଥାର ପ୍ରତିଷ୍ଠାତା ସମ୍ପାଦକ ଗୋବିନ୍ଦ ପ୍ରସାଦ ମହାନ୍ତି କହିଛନ୍ତି, ଆମ ପାଖରେ କୌଣସି ଦିବ୍ୟାଙ୍ଗ କିମ୍ବା ଚାଲିବାକୁ ସକ୍ଷମ ନ ଥିବା ଭକ୍ତ ପହଞ୍ଚତ୍ଲେ ଆମେ ତାଙ୍କୁ ଗାଡ଼ିିରେ ନେଇ ଉତ୍ତର ଦ୍ୱାର ପାଖରେ ଛାଡ଼ିଥାଉ। କିନ୍ତୁ ସେଠାରୁ ମନ୍ଦିର ଭିତରକୁ ନେବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଫଳରେ ଯେଉଁମାନେ ନେଇ ଭିତରେ ଦର୍ଶନ କରାଉଛନ୍ତି, ସେମାନେ ଅଧିକ ଟଙ୍କା ନେଉଥିବା କେହି କେହି ଆମ ପାଖରେ ଯାଇ ଅଭିଯୋଗ କରୁଛନ୍ତି। ଦର୍ଶନ କରାଉଥିବା ବ୍ୟକ୍ତି ସେମାନଙ୍କଠାରୁ ଟଙ୍କା ନିଅନ୍ତୁ, କିନ୍ତୁ ଅଧିକ ନେଇ ଶୋଷଣ କରନ୍ତୁ ନାହିଁ। ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏହାର ସ୍ଥାୟୀ ସମାଧାନ କରିବା ଦରକାର ବୋଲି ମହାନ୍ତି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏସବୁ ଜିଲାରେ ପ୍ରବଳ ବର୍ଷା: ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ୧୮ ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ୱର, ୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ରବିବାର…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri