Posted inଖେଳ

ଦିବାରାତ୍ର ଟେଷ୍ଟ: ଆନନ୍ଦ-କାର୍ଲସେନ ଇଡେନ ଘଣ୍ଟି ବଜାଇବେ

କୋଲକାତା, ୮।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଳିବ। ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଏହି ଐତିହାସିକ ମୁହୂର୍ତ୍ତରେ ଦୁଇ ଚେସ୍‌ ସୁପରଷ୍ଟାର ବିଶ୍ୱନାଥନ ଆନନ୍ଦ ଓ ନରଓ୍ବେର ମାଗ୍ନସ କାର୍ଲସେନ ଇଡେନ ଗାର୍ଡନର ଘଣ୍ଟି ବଜାଇବେ। ପରମ୍ପରା ଦୃଷ୍ଟିକୋଣରୁ ପୂର୍ବତନ ବିଶ୍ୱ ଚାମ୍ପିୟନ ଆନନ୍ଦ ଓ ଏବେକାର ବିଶ୍ୱ ଚାମ୍ପିୟନ କାର୍ଲସେନ ମ୍ୟାଚ୍‌ର ୫ ଦିନ ମଧ୍ୟରେ ଗୋଟିଏ ଦିନରେ ଘଣ୍ଟି ବଜାଇବେ। ନବନିର୍ବାଚିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ଇଚ୍ଛା ଅନୁଯାୟୀ ଏହି କାର୍ଯ୍ୟସମ୍ପନ୍ନ ହେବ। ତେବେ କାର୍ଲସେନ ଖୁବଶୀଘ୍ର ଏ ନେଇ ସମ୍ମତି ଜଣାଇବେ ବୋଲି ଆଶା କରାଯାଉଛି। ଗ୍ରାଣ୍ଡ ଚେସ୍‌ ଟୁରର ଅଂଶସ୍ବରୂପ ଟାଟା ଷ୍ଟିଲ୍‌ ଚେସ ଇଣ୍ଡିଆ- ରାପିଡ ଓ ବ୍ଲିଜ ୨୦୧୯ ପ୍ରତିଯୋଗିତାରେ ଏହି ତାରକା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ଇଡେନ ଘଣ୍ଟି ବଜାଇବାକୁ ବିସିସିଆଇ କାର୍ଲସେନଙ୍କୁ ନିମନ୍ତ୍ରଣ କରିଛି। ଯଦି ସମୟ ମିଳେ ତା’ହେଲେ ଆନନ୍ଦ ଓ କାର୍ଲସେନ କୌଣସି ଗୋଟିଏ ଦିନରେ ଉପସ୍ଥିତ ରହିବେ ଗୁରୁବାର ଏହି ଗସ୍ତର ବ୍ରାଣ୍ଡିଂ ପାର୍ଟନର ଓ ଅଫିସିଆଲ ସ୍ପୋନସର ଓ ଗେମ୍‌ପ୍ଲାନ ସ୍ପୋଟର୍‌ସ ନିର୍ଦ୍ଦେଶକ ଜିତ୍‌ ବାନାର୍ଜୀ କହିଛନ୍ତି। ଆନନ୍ଦ ନିମନ୍ତ୍ରଣ ସ୍ବୀକାର କରି ସାରିଛନ୍ତି ବୋଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ତରଫରୁ କୁହାଯାଇଛି। ତେବେ କାର୍ଲସେନଙ୍କ ସମ୍ମତିକୁ ଅପେକ୍ଷା କରାଯାଇଛି। ମ୍ୟାଚ୍‌ ଅପରାହ୍ନ ୧ଟାରେ ଆରମ୍ଭ ହେବ। ପ୍ରଥମ ଦିବସରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଇଡେନ ଘଣ୍ଟି ବଜାଇବା ପରେ ମ୍ୟାଚ ଆରମ୍ଭ ହେବ। ଏହି ଅବସରରେ ଏକାଧିକ ଭାରତୀୟ କ୍ରୀଡ଼ା ତାରକା ଉପସ୍ଥିତ ରହିବେ। ସେମାନଙ୍କ ମଧ୍ୟରେ ସାନିଆ ମିର୍ଜା, ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ ବକ୍ସିଂ ସୁପରଷ୍ଟାର ଏମ୍‌.ସି. ମେରୀକମ ସାମିଲ ରହିଛନ୍ତି।
ଏହି ଅବସରରେ ୨୦୦୦ରେ ଭାରତ ଓ ବାଂଲାଦେଶ ମଧ୍ୟ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିବା କ୍ରିକେଟରଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ମ୍ୟାଚ୍‌ରେ ଗାଙ୍ଗୁଲି ଅଧିନାୟକ ହିସାବରେ ପଦାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri