ଦାନଗହୀର ଶଟ୍‌ଡାଉନ: ଘର ଦୁଆରେ ପହଞ୍ଚୁଛି ଅତ୍ୟାବଶ୍ୟକ ସାମଗ୍ରୀ

ପୁରୀ ଅଫିସ/ପିପିଲି,(ଡି.ଏନ.ଏ.)୬ା୪: ପୁରୀ ଜିଲା ପିପିଲି ବ୍ଲକ ଦାନଗହୀର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଅଧିକ ତତ୍ପର ହୋଇପଡିଛି। ଜିଲାର ଅନ୍ୟ ଅଞ୍ଚଳକୁ କିପରି ଏହା ସଂକ୍ରମିତ ନ ହେବ ସେଥିଲାଗି ବିଭିନ୍ନ ପଦକ୍ଷେପ ନେଇଛି। ଦାନଗହୀର ସମେତ ଏହାର ଆଖାପାଖ ଅଞ୍ଚଳକୁ ଶଟ୍‌ଡାଉନ କରାଯାଇଥିବାବେଳେ ଏହାକୁ କଣ୍ଟେନମେଣ୍ଟ ଜୋନ(ଆବଦ୍ଧ ଅଞ୍ଚଳ) ଭାବେ ଘୋଷଣା କରାଯାଇଛି। ଫଳରେ ଏହି ଅଞ୍ଚଳ ମଧ୍ୟକୁ କେହି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ କିମ୍ବା ସମ୍ପୃକ୍ତ ଅଞ୍ଚଳର ଲୋକେ ଘରୁ ବାହାରକୁ ବାହାରିବେ ନାହିଁ ବୋଲି କଟକଣା ଲଗାଯାଇଛି। ଏହି କଟକଣା ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ କିପରି ସୁବିଧାରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ତାର ବ୍ୟବସ୍ଥା କରିଛି ଜିଲା ପ୍ରଶାସନ। ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଘର ଦୁଆରେ ପନିପରିବା ଏବଂ ରାସନ ସାମଗ୍ରୀଠାରୁ ଆରମ୍ଭ କରି ଔଷଧପତ୍ର ପହଞ୍ଚାଉଛି ପ୍ରଶାସନ।

ଆବଦ୍ଧ ଅଞ୍ଚଳରେ ୬ ହଜାର ଲୋକ
ପୁରୀ ଜିଲାର ପ୍ରଥମ କରୋନା ଆକ୍ରାନ୍ତ ଦାନଗହୀର ଗାଁରୁ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଯୋଗଦେଇ ଫେରିଥିଲେ। ଶୁକ୍ରବାର ରାତିରେ ସେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଜିଲା ପ୍ରଶାସନ ଭୋରୁ ସମ୍ପୃକ୍ତ ଗାଁକୁ ନିଜ ହେପାଜତକୁ ନେଇଥିଲା। ସକାଳୁ ଦାନଗହୀର ଗାଁକୁ ବିଶୋଧନ କରାଯିବା ସହ ଜିଲାପାଳ ବଲୱନ୍ତ ସିଂ ଦାନଗହୀର ଓ ଆଖପାଖ ଅଞ୍ଚଳକୁ ଶଟ୍‌ଡାଉନ କରିଥିଲେ। ଏଥିସହ ଦାନଗହୀରକୁ ସଂଯୋଗ ଥିବା ଦାନଗହୀର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକକୁ କଣ୍ଟେନମେଣ୍ଟ ଜୋନ(ଆବଦ୍ଧ ଅଞ୍ଚଳ) ଘୋଷଣା କରାଯାଇଛି। ଏହିସବୁ ଛକକୁ ବନ୍ଦ କରିଦିଆଯାଇଛି। ପିପିଲି ବ୍ଲକ ହାଟସାହି ପଞ୍ଚାୟତର ରାଜସ୍ବ ଗ୍ରାମ ଦାନଗହିର। ଏହା ଅଧୀନରେ ୬ଟି ୱାର୍ଡ (ଦାନଗହୀର ଛକ, ଦାନଗହୀର, କାଇଣ୍ଡାସାହି, ସିଂହପାଟଣା, ତାଳବଣିଆ ଓ କାଲାମ୍‌ସାହି) ରହିଛି। ଏଠାରେ ପ୍ରାୟ ୪ହଜାର ଲୋକ ବସବାସ କରୁଛନ୍ତି। ସେହିପରି ପିପିଲି ଏନ୍‌ଏସିର ୧୪ ନଂ. ଓ ୧୫ ନଂ ୱାର୍ଡକୁ ମଧ୍ୟ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଏହି ଦୁଇ ୱାର୍ଡରେ ଜୟପୁର ଶାସନ, ଜୟପୁର କିଲା, ଶିରିଆପୁର ଓ ସୁଲତାନ ନଗର ଆଦି ଅଞ୍ଚଳ ରହିଛି। ଏଠାରେ ପ୍ରାୟ ୨ହଜାର ଲୋକ ରହୁଛନ୍ତି। ତେଣୁ ୬ହଜାର ଲୋକ ଶଟ୍‌ଡାଉନରେ ରହିଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଗାଁରେ ବୁଲୁଛି ରାଶନ ଓ ପରିବା ଗାଡ଼ି
ଆବଦ୍ଧ ଅଞ୍ଚଳର ବାସିନ୍ଦା ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଏହି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସୁବିଧାକୁ ସୁବନ୍ଦୋବସ୍ତ କରିବା ଲାଗି ଉପଜିଲାପାଳ ଭବତାରଣ ସାହୁଙ୍କ ଅଧୀନରେ ବିଭିନ୍ନ ଟିମ୍‌ ଗଠନ କରାଯାଇଛି। ପିପିଲି ବ୍ଲକ ପକ୍ଷରୁ ଦୁଇଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ୧୦ ମଧ୍ୟରେ ଏହି ଦୁଇଟି ଗାଡି ରାଶନ ଏବଂ ପରିବାର ନେଇ ଲୋକଙ୍କ ଘର ପାଖରେ ପହଞ୍ଚତ୍ବ। ସେହିପରି ମେଡିକାଲ ସୁବିଧା ପାଇଁ ଦୁଇଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଦୁଇଜଣଙ୍କ ଫୋନ ନଂ. ଜାରି ହୋଇଛି। ଆବଦ୍ଧ ଅଞ୍ଚଳବାସୀ ସେମାନଙ୍କ ସହ ଯୋଗାଯୋଗ କରି ମେଡିକାଲ ସୁବିଧା ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁର କିଛି ପ୍ରମାଣ ମିଳିଛି, ଡିସିପି କହିଲେ ମୋବାଇଲରୁ…

କଟକ,୧୭ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

ବଡ଼ ରେକର୍ଡ କଲେ ରୋହିତ-କୋହଲି ଯୋଡ଼ି: ୯୪ ବର୍ଷ ଦିନିକିଆ କ୍ରିକେଟ୍‌ ଇତିହାସରେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି, ରୋହିତ ଶର୍ମା ଏବଂ ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଏପରି ସଫଳତା ହାସଲ କରିଛନ୍ତି ଯାହା ପ୍ରତ୍ୟେକ…

ଅବସର ନେବେ ନାହିଁ ରୋହିତ ଶର୍ମା! ‘ହିଟମ୍ୟାନ’ଙ୍କୁ ନେଇ ଏମିତି କହିଦେଲେ କୋଚ

ନୂଆଦିଲ୍ଲୀ,୧୭।୭: ଦ୍ୱିତୀୟ ଦିନିକିଆରେ ପୁଣି ଥରେ ବିଫଳ ହେବା ପରେ, ତୃତୀୟ ମ୍ୟାଚ ରୋହିତ ଶର୍ମାଙ୍କ ଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ…

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ…

ବଙ୍ଗୋପସାଗରରେ ବୁଡ଼ିଗଲା ଦୁଇ ଡଙ୍ଗା; ୫୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ,୧୭।୭: ମ୍ୟାନମାରରୁ ଯାଇଥିବା ୫୦୦ ରୁ ଅଧିକ ଲୋକ ସମୁଦ୍ରରେ ନିଖୋଜ ହେବାର ଆଶଙ୍କା କରାଯାଉଛି। ଖରାପ ପାଗ ଯୋଗୁ ମ୍ୟାନମାର ଉପକୂଳ ନିକଟରେ ଦୁଇଟି ଡଙ୍ଗା…

‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୭।୭: ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରଥଯାତ୍ରା ନ ସରିବା ଯାଏ ଫିଲ୍ମ…

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri