ଦାନଗହୀର ଶଟ୍‌ଡାଉନ: ଘର ଦୁଆରେ ପହଞ୍ଚୁଛି ଅତ୍ୟାବଶ୍ୟକ ସାମଗ୍ରୀ

ପୁରୀ ଅଫିସ/ପିପିଲି,(ଡି.ଏନ.ଏ.)୬ା୪: ପୁରୀ ଜିଲା ପିପିଲି ବ୍ଲକ ଦାନଗହୀର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଅଧିକ ତତ୍ପର ହୋଇପଡିଛି। ଜିଲାର ଅନ୍ୟ ଅଞ୍ଚଳକୁ କିପରି ଏହା ସଂକ୍ରମିତ ନ ହେବ ସେଥିଲାଗି ବିଭିନ୍ନ ପଦକ୍ଷେପ ନେଇଛି। ଦାନଗହୀର ସମେତ ଏହାର ଆଖାପାଖ ଅଞ୍ଚଳକୁ ଶଟ୍‌ଡାଉନ କରାଯାଇଥିବାବେଳେ ଏହାକୁ କଣ୍ଟେନମେଣ୍ଟ ଜୋନ(ଆବଦ୍ଧ ଅଞ୍ଚଳ) ଭାବେ ଘୋଷଣା କରାଯାଇଛି। ଫଳରେ ଏହି ଅଞ୍ଚଳ ମଧ୍ୟକୁ କେହି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ କିମ୍ବା ସମ୍ପୃକ୍ତ ଅଞ୍ଚଳର ଲୋକେ ଘରୁ ବାହାରକୁ ବାହାରିବେ ନାହିଁ ବୋଲି କଟକଣା ଲଗାଯାଇଛି। ଏହି କଟକଣା ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ କିପରି ସୁବିଧାରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ତାର ବ୍ୟବସ୍ଥା କରିଛି ଜିଲା ପ୍ରଶାସନ। ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଘର ଦୁଆରେ ପନିପରିବା ଏବଂ ରାସନ ସାମଗ୍ରୀଠାରୁ ଆରମ୍ଭ କରି ଔଷଧପତ୍ର ପହଞ୍ଚାଉଛି ପ୍ରଶାସନ।

ଆବଦ୍ଧ ଅଞ୍ଚଳରେ ୬ ହଜାର ଲୋକ
ପୁରୀ ଜିଲାର ପ୍ରଥମ କରୋନା ଆକ୍ରାନ୍ତ ଦାନଗହୀର ଗାଁରୁ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଯୋଗଦେଇ ଫେରିଥିଲେ। ଶୁକ୍ରବାର ରାତିରେ ସେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଜିଲା ପ୍ରଶାସନ ଭୋରୁ ସମ୍ପୃକ୍ତ ଗାଁକୁ ନିଜ ହେପାଜତକୁ ନେଇଥିଲା। ସକାଳୁ ଦାନଗହୀର ଗାଁକୁ ବିଶୋଧନ କରାଯିବା ସହ ଜିଲାପାଳ ବଲୱନ୍ତ ସିଂ ଦାନଗହୀର ଓ ଆଖପାଖ ଅଞ୍ଚଳକୁ ଶଟ୍‌ଡାଉନ କରିଥିଲେ। ଏଥିସହ ଦାନଗହୀରକୁ ସଂଯୋଗ ଥିବା ଦାନଗହୀର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକକୁ କଣ୍ଟେନମେଣ୍ଟ ଜୋନ(ଆବଦ୍ଧ ଅଞ୍ଚଳ) ଘୋଷଣା କରାଯାଇଛି। ଏହିସବୁ ଛକକୁ ବନ୍ଦ କରିଦିଆଯାଇଛି। ପିପିଲି ବ୍ଲକ ହାଟସାହି ପଞ୍ଚାୟତର ରାଜସ୍ବ ଗ୍ରାମ ଦାନଗହିର। ଏହା ଅଧୀନରେ ୬ଟି ୱାର୍ଡ (ଦାନଗହୀର ଛକ, ଦାନଗହୀର, କାଇଣ୍ଡାସାହି, ସିଂହପାଟଣା, ତାଳବଣିଆ ଓ କାଲାମ୍‌ସାହି) ରହିଛି। ଏଠାରେ ପ୍ରାୟ ୪ହଜାର ଲୋକ ବସବାସ କରୁଛନ୍ତି। ସେହିପରି ପିପିଲି ଏନ୍‌ଏସିର ୧୪ ନଂ. ଓ ୧୫ ନଂ ୱାର୍ଡକୁ ମଧ୍ୟ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଏହି ଦୁଇ ୱାର୍ଡରେ ଜୟପୁର ଶାସନ, ଜୟପୁର କିଲା, ଶିରିଆପୁର ଓ ସୁଲତାନ ନଗର ଆଦି ଅଞ୍ଚଳ ରହିଛି। ଏଠାରେ ପ୍ରାୟ ୨ହଜାର ଲୋକ ରହୁଛନ୍ତି। ତେଣୁ ୬ହଜାର ଲୋକ ଶଟ୍‌ଡାଉନରେ ରହିଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଗାଁରେ ବୁଲୁଛି ରାଶନ ଓ ପରିବା ଗାଡ଼ି
ଆବଦ୍ଧ ଅଞ୍ଚଳର ବାସିନ୍ଦା ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଏହି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସୁବିଧାକୁ ସୁବନ୍ଦୋବସ୍ତ କରିବା ଲାଗି ଉପଜିଲାପାଳ ଭବତାରଣ ସାହୁଙ୍କ ଅଧୀନରେ ବିଭିନ୍ନ ଟିମ୍‌ ଗଠନ କରାଯାଇଛି। ପିପିଲି ବ୍ଲକ ପକ୍ଷରୁ ଦୁଇଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ୧୦ ମଧ୍ୟରେ ଏହି ଦୁଇଟି ଗାଡି ରାଶନ ଏବଂ ପରିବାର ନେଇ ଲୋକଙ୍କ ଘର ପାଖରେ ପହଞ୍ଚତ୍ବ। ସେହିପରି ମେଡିକାଲ ସୁବିଧା ପାଇଁ ଦୁଇଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଦୁଇଜଣଙ୍କ ଫୋନ ନଂ. ଜାରି ହୋଇଛି। ଆବଦ୍ଧ ଅଞ୍ଚଳବାସୀ ସେମାନଙ୍କ ସହ ଯୋଗାଯୋଗ କରି ମେଡିକାଲ ସୁବିଧା ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri