ଦାଣ୍ଡରେ ବିତୁଛି ପ୍ରତିଷ୍ଠିତ ମିଲ୍‌ ମାଲିକଙ୍କ ଜୀବନ

ଜୟପୁର,୧୮।୩(ନି.ପ୍ର.) – ଜୀବନରେ ଅଭାବ କ’ଣ ଜଣା ନ ଥିଲା। ପାଖରେ ଥିଲା ୨୫ ଏକର ଚାଷଜମି, ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନଘର ସାଙ୍ଗକୁ ଧାନ ମିଲ୍‌। ଏସବୁ ସମ୍ପତ୍ତିର ମାଲିକ ଥିବା ଦମ୍ପତି ଏବେ ନିଃସ୍ବ। ଯୋଗାଣ ବିଭାଗର ଚଞ୍ଚକତା ଯୋଗୁ ଏଭଳି ଦଶା ଭୋଗିବାକୁ ପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି।
ନୂଆଗାଁର ଦମୟନ୍ତୀ ମହାପାତ୍ର। ବୟସ ପାଖାପାଖି ୭୫ ହେବ। ତାଙ୍କ ସ୍ବାମୀ ୮୦ ବର୍ଷୀୟ ସୁବାସ ମହାପାତ୍ର। ପରିଣତ ବୟସରେ ଜୀବନର ଶେଷ ସମୟ ଏମିତି ଅଭିଶପ୍ତ କଟିବ ବୋଲି ସେମାନେ ଆଶା କରି ନ ଥିଲେ। ଅଭାବ ବୋଲି କିଛି ନ ଥିଲା। ବୋରିଗୁମ୍ମା ନିକଟସ୍ଥ ନୂଆଗାଁରେ ଏମାନଙ୍କ ଗୋଟିଏ ଧାନ ମିଲ ସହ ୨୫ ଏକର ଚାଷଜମି ଓ ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନ ଘର ବି ଥିଲା। କିନ୍ତୁ ଦୁର୍ଭାଗ୍ୟ, ୩ ବର୍ଷ ହେଲା ମିଲଠାରୁ ଆରମ୍ଭ କରି ସବୁ ଦୋକାନ ଘରେ ତାଲା ଝୁଲୁଛି। ଏହି ତାଲା ଅନ୍ୟ କେହି ନୁହେଁ, ବରଂ ପ୍ରଶାସନ ମାରିଛି। ସେହିପରି ଜମିଗୁଡିକୁ ମଧ୍ୟ ପ୍ରଶାସନ ନିଜ ଦଖଲକୁ ନେଇଛି। ଏହା ପରେ ପରିସ୍ଥିତି ଏମିତି ହେଲା ଯେ ଏମାନେ ନିଜ ଗାଁ ଛାଡ଼ି ଏବେ ଜୟପୁରରେ ଜଣେ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। କିଏ ଦେଲେ ଖାଉଛନ୍ତି, ନ ହେଲେ ନାହିଁ। ଏତେ ସମ୍ପତ୍ତିର ମାଲିକ ଥିବା ଏହି ଦମ୍ପତି ବୟସାଧିକ କାରଣରୁ ନିଜ ସମସ୍ତ ସମ୍ପତ୍ତି ନିଜ ପୁଅମାନଙ୍କୁ ତଦାରଖ ପାଇଁ ଦେଇଥିଲେ। ସାନପୁଅଙ୍କୁ ମିଲର ପାଓ୍ବାର ଅଫ ଆଟର୍ଣ୍ଣି ଓ ମଝିଆ ପୁଅଙ୍କୁ ଚାଷଜମିର ମାଲିକାନା ୨୦୧୩ରେ ଦେଇଥିଲେ। ଆଉ ଏହିଠାରୁ ହିଁ ଯୋଗାଣ ବିଭାଗ ସହ ଏମାନଙ୍କ ବିବାଦ ଆରମ୍ଭ ହୋଇଥିଲା। ଯାହା ପାଇଁ ପୂରା ପରିବାର ଏବେ ସର୍ବସ୍ବାନ୍ତ। ପରିବାରର ଅଭିଯୋଗ ହେଉଛି, ୨୦୧୩ରେ ଧାନ ଯୋଗାଇବାକୁ ସେମାନଙ୍କ ଦମୟନ୍ତୀ ରାଇସ ମିଲ ଯୋଗାଣ ବିଭାଗ ଚୁକ୍ତି କରି ନ ଥିଲା। କିନ୍ତୁ ଯୋଗାଣ ବିଭାଗ ସେମାନଙ୍କୁ ୮ ହଜାର କୁଇଣ୍ଟାଲ ଧାନ ଯୋଗାଇଥିବା ଜାଲ ଦସ୍ତାବିଜ ପ୍ରସ୍ତୁତ କରି ପାଖାପାଖି ଦେଢ କୋଟି ଟଙ୍କା ବକେୟା ଦାବି କରିଥିଲା। ଏହି ଅର୍ଥ ସେମାନେ ଦେଇ ନ ପାରିବାରୁ ମିଲରେ ତାଲା ମାରିଛି ଯୋଗାଣ ବିଭାଗ। କେବଳ ଏତିକି ନୁହଁ ଚାଷଜମି ବି ପ୍ରଶାସନ ନିଜ ଦଖଲକୁ ନେବା ସହ ବିନା ଦୋଷରେ ତାଙ୍କ ମଝିଆ ଭାଇଙ୍କ ରହିବା ଘର ଓ ଦୋକାନରେ ବି ତାଲା ପକାଇଛି। ଏହି ମାମଲା ଏବେ ଆର୍‌ଡିସିଙ୍କ ପାଖରେ ବିଚରାଧୀନ ରହିଛି। କୋର୍ଟଙ୍କ ରାୟ ଆସିବା ପରେ ହିଁ ସବୁ ସ୍ପଷ୍ଟ ହୋଇପାରିବ, ତା’ ପୂର୍ବରୁ ଦସ୍ତାବିଜ ଜାଲ୍‌ ବୋଲି କହିହେବନି ବୋଲି କହିଛନ୍ତି ଜିଲା ଯୋଗାଣ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?