Posted inଜାତୀୟ

ଦଳବଦଳ ନିରୋଧୀ ଆଇନ ଗଣତନ୍ତ୍ର ବିରୋଧୀ: ତଥାଗତ

ନୂଆଦିଲ୍ଲୀ,୧୩।୧୨:ଦଳବଦଳ ନିରୋଧୀ ଆଇନକୁ ପୂର୍ବତନ ଏମ୍‌ପି ତଥାଗତ ସତପଥୀ କଡ଼ା ସମାଲୋଚନା କରିଛନ୍ତି। ଗୁରୁବାର ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ପକ୍ଷରୁ ଏଠାରେ ଆୟୋଜିତ ଦଳବଦଳ ନିରୋଧୀ ଆଇନ ଓ ହୁଇପ୍‌ ବ୍ୟବସ୍ଥା ସମ୍ପର୍କିତ ଆଲୋଚନାରେ ଭାଗନେଇ ତଥାଗତ କହିଛନ୍ତି, କୌଣସି ପ୍ରସଙ୍ଗରେ ଜଣେ ଏମ୍‌ପି କିମ୍ବା ବିଧାୟକ ନିଜର ମତାମତ ରଖିବା ଉପରେ ଏହି ଆଇନ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହା ଗଣତନ୍ତ୍ର ବିରୋଧୀ। ଅର୍ଥାତ୍‌ ଏଭଳି ଆଇନ ଗଣତନ୍ତ୍ରକୁ ଭିତରୁ ଫମ୍ପା କରିଦେଇଛି। ସଦସ୍ୟମାନେ ନିର୍ଦ୍ଦିଷ୍ଟ ଶୈଳୀରେ ପ୍ରତିକ୍ରିୟା ରଖିବାକୁ ବାଧ୍ୟ ହେଉଛନ୍ତି, ଯାହା ଭାରତ ଭଳି ଏକ ପରିପକ୍ୱ ଗଣତନ୍ତ୍ରରେ ଘଟିବା ଉଚିତ ନୁହେଁ ବୋଲି ତଥାଗତ ମତ ରଖିଥିଲେ।
ଦଳୀୟ ନେତୃତ୍ୱ ଏବଂ ଏମ୍‌ପି ବା ବିଧାୟକମାନଙ୍କ ମଧ୍ୟରେ ଅବିଶ୍ୱାସରୁ ଦଳବଦଳ ନିରୋଧୀ ଆଇନ ଅଣାଯାଇଥିଲା। ଅବିଶ୍ୱାସ କାରଣରୁ ଦଳୀୟ ନେତୃତ୍ୱ ହୁଇପ୍‌ ଜାରି କରୁଛି। ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଥିଲେ ଏଭଳି ଘଟନ୍ତା ନାହିଁ। ତାଙ୍କୁ ଭୋଟ ଦେଇଥିବା ବିଭିନ୍ନ ମତଦାତାଙ୍କ ପ୍ରତିନିଧିତ୍ୱ କରିବା ଜଣେ ଏମ୍‌ପି ବା ବିଧାୟକଙ୍କ ଦାୟିତ୍ୱ। ଦଳର ନେତାମାନେ ସେମାନଙ୍କ ସଦସ୍ୟମାନଙ୍କୁ ବିଶ୍ୱାସ କରୁନାହାନ୍ତି ଓ ହୁଇପ୍‌ ମାଧ୍ୟମରେ ସେମାନଙ୍କୁ ଗୃହରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ତଥାଗତ କହିଛନ୍ତି। ଏହାସହ ଅନ୍ୟମାନଙ୍କ ଅପେକ୍ଷା ଜଣେ ବିଧାୟକ ବା ଏମ୍‌ପି ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଆମକୁ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ, ଯେଉଁଠି ଆମର ବିଧାୟକ ବା ଏମ୍‌ପିମାନଙ୍କ ଉପରେ ବିଶ୍ୱାସ ରହିଥିବ, ପ୍ରଥମତଃ ସେମାନେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ହେଉଥିବେ। ତା’ପରେ ରାଷ୍ଟ୍ର, ଦଳ ଓ ଶେଷରେ ନେତୃତ୍ୱ ନିକଟରେ ଉତ୍ତରଦାୟୀ ବୋଲି ତଥାଗତ କହିଥିଲେ। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଲୋକ ସଭା ସଦସ୍ୟ ମନୀଷ୍‌ ତିଓ୍ବାରୀ, କଂଗ୍ରେସ ଏମ୍‌ପି ଶଶୀ ଥରୁର, ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ଏମ୍‌ପି ଆସାଦୁଦ୍ଦିନ ଓଓ୍ବାଇସି ଏବଂ ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ଚୌଧ୍‌ରୀ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଦଳବଦଳ ଆଇନ ଏଭଳି ପ୍ରକ୍ରିୟା ସୃଷ୍ଟି କରିଛି, ଯେଉଁଥିରେ ଜଣେ ସଦସ୍ୟ ସ୍ବେଚ୍ଛାକୃତ ଭାବେ ନିଜ ଦଳର ସଦସ୍ୟତା ତ୍ୟାଗକଲେ କିମ୍ବା ଭୋଟ ବେଳେ ଦଳୀୟ ନେତୃତ୍ୱଙ୍କ ନିର୍ଦ୍ଦେଶର ଅବମାନନା କଲେ ସେ ଅଯୋଗ୍ୟ ଘୋଷିତ ହେବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା କର୍ମଚାରୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri