ଦମ୍ପତିଙ୍କୁ ମାଡ଼ ମାରି ଲୁଟ୍‌

ଧର୍ମଶାଳା,୫ା୮(ଡି.ଏନ୍‌.ଏ.):  ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଣ୍ଡୁଆ ମୌଜାରେ ରାମଚନ୍ଦ୍ର ପ୍ରଧାନଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ସହ ସ୍ତ୍ରୀଙ୍କୁ ମାଡ଼ ମାରି ଗଡ଼ରେଜରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇ ପଳାଇଥିବା ଗ୍ରାମବାସୀ କହିଛନ୍ତି। ରବିବାର ସକାଳେ ଖବର ପାଇ ଏସ୍‌ଡିପିଓ କେଦାରନାଥ ସାହୁ ଓ ଧର୍ମଶାଳା ଆଇଆଇସି ସରୋଜ କୁମାର ସାହୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ କୌଣସି ସୁରାକ ପୋଲିସ ହାତରେ ଲାଗି ନ ଥିବା ଜଣାପଡିଛି। ପ୍ରକାଶ ଯେ, ସିଂହାପୁର ଗ୍ରାମର ରାମଚନ୍ଦ୍ର ସ୍ତ୍ରୀଙ୍କ ସହ ଜାରକା ନିକଟସ୍ଥ ପଣ୍ଡୁଆ ମୌଜାରେ ଘର କରି ରହୁଛନ୍ତି। ଝିଅପୁଅ ବାହାରେ ରହୁଥିବାରୁ ଅଧିକାଂଶ ସମୟରେ ସେମାନେ ଘରେ ଏକା ରହିଥାନ୍ତି। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ୩ରୁ ୪ଜଣ ଡକାୟତ ଶିଡ଼ିଘର କବାଟ ଭାଙ୍ଗି ଘରେ ପଶିଥିଲେ। ଏହି ସମୟରେ ରାମଚନ୍ଦ୍ର ବିରୋଧ କରିବାରୁ ଡକାୟତମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହିତ ତାଙ୍କ ସ୍ତ୍ରୀ ପିନ୍ଧିଥିବା କାନଫୁଲ ଛିଣ୍ଡାଇ ନେଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହି ଘଟଣା ବାବଦରେ ଝିଅ ଜାଣିବା ପରେ ପାଖ ପଡୋଶୀଙ୍କୁ ବାପା ଓ ମା’ ଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ। ପରେ କିଛିଲୋକ ଘଟଣାସ୍ଥଳରେ ପହଞ୍ଚତ୍ ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଗ୍ରାମବାସୀ କହିଛନ୍ତି। ସେଠାରେ ଝିଅ ଓ ଜ୍ୱାଇଁ ପହଞ୍ଚତ୍ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ: ବଟେଶ୍ୱର ପୀଠରେ ସପ୍ତଫେଣୀ ନାଗ ଦେଖି…

ଗଞ୍ଜାମ,୨୧।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ…

ପ୍ରଧାନମନ୍ତ୍ରୀଙ୍କୁ ‘ଝାଲମୁଢ଼ି’ ଖୁଆଇଥିବା ଦୋକାନୀଙ୍କ ମାସିକ ଆୟ ଜାଣିଲେ ଉଡ଼ିଯିବ ହୋସ୍‌

କୋଲକାତା,୨୧।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ତାଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତି…

ବରୁଣେଇ ପୀଠରେ ସାମୁହିକ ବିବାହ ଉତ୍ସବ: ୪୯ ଯୋଡ଼ିଙ୍କର ଏକାସାଙ୍ଗେ ପଡ଼ିଲା ହାତଗଣ୍ଠି

ଖୋର୍ଦ୍ଧା,୨୧ା୪(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଯୋଡ଼ି ଏହି ବିବାହରେ ସାମିଲ…

ଇସଲାମାବାଦ ଆଲୋଚନାରେ ନୂଆ ଟୁଇଷ୍ଟ! ଯୋଗ ଦେବେ ଟ୍ରମ୍ପ, ଇରାନ ପାଇଁ ଏହା ସରପ୍ରାଇଜ ନାଁ ଆଶ୍ଚର୍ଯ୍ୟକର ଘଟଣା? ଜାଣନ୍ତୁ…

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଇସଲାମାବାଦରେ ହେବାକୁ ଥିବା ଇରାନ ସହିତ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି; କିନ୍ତୁ, ସେ ବ୍ୟକ୍ତିଗତ ଭାବରେ ଯୋଗ…

ମୁଁ ନିଜକୁ ଅସହଜ ମନେ କରୁଛି….ମୈଥିଲିଙ୍କ ଚାଞ୍ଚଲ୍ୟକର ବୟାନ

କୋଲକାତା,୨୧।୪:ଭାଜପା ବିଧାୟକ ମୈଥିଲି ଠାକୁର ବଙ୍ଗଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ହୁଗଲି (ପଶ୍ଚିମବଙ୍ଗ)କୁ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି। ବଙ୍ଗଳାରେ ପହଞ୍ଚିବା ପରେ…

ରାତିରେ ଏତିକି ଘଣ୍ଟା ଶୋଉଛନ୍ତି ଭାରତର ମୁଖ୍ୟ ବିଚାରପତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୪: ମଦୁରାଇ ଜିଲା କୋର୍ଟ ପରିସରରେ ଅତିରିକ୍ତ କୋର୍ଟ କୋଠା ଏବଂ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ପାଇଁ ନୂତନ ଅତିଥି ଗୃହ ଉଦ୍‌ଘାଟିତ ହୋଇଥିଲା। ଏହି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri