ଥମୁନି ବାଲ୍ୟ ବିବାହ ଧାରା ପ୍ରଥା ଦାୟରେ ଏବେ ବି ବଳି ପଡୁଛନ୍ତି ବାଳିକା

ଜୟପୁର,୯ା୨(ନି.ପ୍ର.)

ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାରେ ଏବେ ବି ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ବାଲ୍ୟ ବିବାହ ରୋକାଯିବା ଘଟଣା ଦର୍ଶାଉଛି ଯେ ଏଯାବତ୍‌ ଏହି ପ୍ରଥା ଲୋପ ପାଇନାହିଁ। ନିରକ୍ଷରତା ଓ ସଚେତନତାର ଅଭାବ ସହ ପରମ୍ପରାକୁ ଆବୋରି ବସିବା ଯୋଗୁ ଏବେ ବି ବଳି ପଡୁଛନ୍ତି ବାଳିକା। ବାଲ୍ୟ ବିବାହ ବିରୋଧରେ ପ୍ରଶାସନର ସଚେତନତା କେବଳ ଜିଲାସ୍ତରୀୟ ସଭାସମିତି, ସମୀକ୍ଷା ବୈଠକରେ ସୀମିତ ରହିଥିବା ବେଳେ ତୃଣମୂଳ ସ୍ତରରେ ଏହାର ପ୍ରକୃତ ପ୍ରଭାବ ପଡୁନାହିଁ। ଚାଇଲ୍ଡ ଲାଇନ ବିଭାଗ ସହଯୋଗ ନ କଲେ ଏହାକୁ ରୋକିବା ଦିଗରେ ସଫଳତା ନେଇ ଆଶଙ୍କା ପ୍ରକାଶ ପାଇଛି।
ଅବିଭକ୍ତ କୋରାପୁଟ ଜିଲାର ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲାରେ ୬୦ ପ୍ରତିଶତରୁ ଅଧିକ ଆଦିବାସୀ ଲୋକ ରହୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବହୁ ପ୍ରଚଳିତ ପରମ୍ପରା ସହ ଦାରିଦ୍ର୍ୟତା ଯୋଗୁ କମ୍‌ ବୟସରେ ଝିଅମାନେ ବିବାହ କରିଥାନ୍ତି। ବାଲ୍ୟ ବିବାହ ଓ କମ୍‌ ବୟସରେ ମାତୃତ୍ୱ ଲାଭ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ବେଳେ ଏହା ସାଂସାରିକ ଭବିଷ୍ୟତ ଗଢ଼ିବାରେ ଏକ ବାଧକ ଭାବେ ରହିଆସିଛି। ଯେଉଁ ସମୟରେ କିଶୋରୀମାନେ ବିଦ୍ୟାଳୟରେ ପାଠ ପଢ଼ିବା କଥା, ସେହି ସମୟରେ ବିବାହ ସେମାନଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲିଦିଏ। ଆଦିବାସୀ ଝିଅ ୧୨ରୁ ୧୩ ବର୍ଷ ବୟସରେ ବିବାହ କରୁଛନ୍ତି। ଅଳ୍ପ ବୟସରେ ଗର୍ଭଧାରଣ କରି ପ୍ରସବକାଳୀନ ମୃତ୍ୟୁମୁଖରେ ପଡୁଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ବାଲ୍ୟବିବାହ କ୍ଷେତ୍ରରେ ରାଜ୍ୟରେ ମାଲକାନଗିରି ଜିଲା ପ୍ରଥମ ଓ କୋରାପୁଟ ଜିଲା ଚତୁର୍ଥ ସ୍ଥାନରେ ରହିଛି। ନିରକ୍ଷରତା ଓ ସଚେତନତାର ଅଭାବ ଯୋଗୁ ବାଲ୍ୟ ବିବାହ ପ୍ରଥା ଆଶାନୁରୂପ ଭାବେ ବନ୍ଦ ହୋଇପାରି ନ ଥିବା ୟୁନିସେଫ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ସରକାର ଏ ଦିଗରେ ପ୍ରଭାବୀ ପଦକ୍ଷେପ ନେଉନାହାନ୍ତି। ଏ ସମ୍ପର୍କରେ ଆଇସିଡିଏସ୍‌ ପ୍ରୋଗ୍ରାମ ଅଫିସର ସ୍ବର୍ଣ୍ଣଭା ଦାଶଙ୍କୁ ପଚାରିବାରୁ ସେ କହିନ୍ତ୍‌ନ୍ତି, ବାଲ୍ୟ ବିବାହ ରୋକିବା ପାଇଁ ଜିଲାପାଳଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri