ଦିନେ ଥିଲେ ଧନ କୁବେର, ଏବେ ଦେବାଳିଆ

ନୂଆଦିଲ୍ଲୀ,୯-୨: ସମୟ ଥିଲା ବିଶ୍ୱ ସ୍ତରରେ ବିଲୟନେୟାରଙ୍କ ମଧ୍ୟରେ ଅନିଲ ଅମ୍ବାନୀ ୬ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ଏବେ ସେ ଦେବାଳିଆ ହୋଇ ଯାଇଛନ୍ତି। ତାଙ୍କର ନେଟ୍‌ ଓର୍ଥ ବା ମୋଟ୍‌ ମୂଳ ସମ୍ପତ୍ତି ଶୂନ ଏବଂ ଦେବାଳିଆ ସ୍ଥିତିକୁ ଚାଲି ଆସିଥିବା ସେ ଲଣ୍ଡନର ଏକ କୋର୍ଟକୁ କହିଛନ୍ତି। ତାଙ୍କ ଠାରୁ ୬୮ କୋଟି ଡଲାର (୪୭୬୦) କୋଟି ଟଙ୍କାର ଋଣ ଅର୍ଥ ଅସୁଲ କରିବା ଲାଗି ଚାଇନାର ବ୍ୟାଙ୍କଗୁଡିକ ପକ୍ଷରୁ ଲଣ୍ଡନ କୋର୍ଟରେ ଏବେ ମାମଲା ବିଚାରାଧୀନ ରହିଛି। ମାମଲାର ଶୁଣାଣି ବେଳେ ଅନିଲଙ୍କ ଓକିଲ କହିଛନ୍ତି ଯେ, ସମୟ ଥିଲା ଯେତେବେଳେ ଅନୀଲ ବିଶ୍ୱର ଜଣେ ଧନୀ ବ୍ୟବସାୟୀ ଭାବେ ପରିଗଣିତ ହେଉଥିଲେ। କିନ୍ତୁ ଭାରତୀୟ ଟେଲିକମ୍‌ ଶିଳ୍ପରେ ଆସିଥିବା ସମସ୍ୟା ଯୋଗୁ ସବୁ କିଛି ପରିବର୍ତ୍ତନ ହୋଇଗଲା। ସେ ଆଉ ଧନୀ ହୋଇ ରହିଲେ ନାହିଁ।
ଚାଇନାର ୩ ବ୍ୟାଙ୍କ ଅନୀଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନକୁ ୯୫୨.୨୦ ନିୟୁତ ଡଲାର (୬୪୭୫ କୋଟି) ଋଣ ଦେଇଥିଲେ। ସେହି ସମୟରେ ଋଣ ଉପରେ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ୨୦୧୭ ପରେ କମ୍ପାନୀ ଋଣ ସୁଝିବା ପାଇଁ ସକ୍ଷମ ହୋଇ ପାରିଲା ନାହିଁ। ବ୍ୟାଙ୍କଗୁଡିକ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଛନ୍ତି ଯେ, ଅନିଲଙ୍କ ପାଖରେ ୧୧ ବା ଏହାଠାରୁ ଅଧିକ ବିଳାସପୂର୍ଣ୍ଣ କାର ରହିଛି। ସେହିଭଳି ଗୋଟିଏ ପ୍ରାଇଭେଟ ଜେଟ, ଗୋଟିଏ ୟାଚ୍‌ ଏବଂ ଦକ୍ଷିଣ ମୁମ୍ବାଇରେ ସିଓ୍ବିଣ୍ଡ ପେଣ୍ଟ ହାଉସ ମଧ୍ୟ ରହିଛି। ବିଚାରପତି ଡେଭିଡ ଓ୍ବାକ୍ସମ୍ୟାନ ପ୍ରଶ୍ନ କରିଛନ୍ତି ଯେ, ବ୍ୟକ୍ତିଗତ ଭାବେ ଦେବାଳିଆ ହୋଇଥିବା ଅନୀଲ ଜୋର ଦେଉଛନ୍ତି, ସେ ଭାରତରେ ଦେବାଳିଆ ହେବା ନେଇ ଆବେଦନ କରିଛନ୍ତି କି?। ଅନିଲଙ୍କ ପକ୍ଷରୁ ଜଣାଶୁଣା ଓକିଲ ହରିସ ସାଲ୍‌ଭେ ପକ୍ଷ ରଖି ଏହାର ଉତ୍ତର ନାଁ ବୋଲି କହିଛନ୍ତି। ଏହାବାଦ ଅଦାଲତ ଭାରତର ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌ର ବିଭିନ୍ନ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ଅନିଲ ୭୦ କୋଟି ଡଲାର ଫେରାଇବା ସ୍ଥିତିରେ ନ ଥିବା ଓକିଲ କହିଛନ୍ତି।
ସହାୟତା କରିପାରିବେନି ପରିବାର
ସଙ୍କଟ ସମୟରେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ପରିବାର ବର୍ଗ ସହାୟତା ଦ୍ୱାରା ବାହାର କରିଥିବା ବ୍ୟାଙ୍କଗୁଡିକ ପକ୍ଷରୁ ମାମଲା ଲଢୁଥିବା ଓକିଲ ଯୁକ୍ତି ରଖିଛନ୍ତି। ଏହାର ଉତ୍ତରରେ ପ୍ରତିପକ୍ଷ ଓକିଲ କହିଛନ୍ତି ଯେ, ମା କୋକିଳା, ପତ୍ନୀ ଟିନା ଅମ୍ବାନୀ, ପୁତ୍ର ଅନମୋଲ ଏବଂ ଅଂଶୁଲଙ୍କ ସମ୍ପତ୍ତି ଏବଂ ଶେୟାର ଉପରେ ଅନୀଲଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ଏହା ଉପରେ ବ୍ୟାଙ୍କଗୁଡିକର ଓକିଲ କହିଛନ୍ତି ଏହା ଗମ୍ଭୀରତାର ସହ ମାନିବାକୁ ହେବ ଯେ, ସଙ୍କଟ ସମୟରେ ତାଙ୍କ ପରିବାରର କୌଣସି ସଦସ୍ୟ ଅନିଲଙ୍କୁ ବାହାରକୁ ଆଣିବାରେ ସହାୟତା କରିପାରିବେ ନାହିଁ।
ଭାଇ ମୁକେଶ ଏସିଆର ସବୁଠାରୁ ବଡ ଧନୀ
ବ୍ୟାଙ୍କଗୁଡିକ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଛନ୍ତି ଯେ, ଅନୀଲଙ୍କ ବଡ ଭାଇ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି। ଫୋର୍ବସ ତାଲିକାରେ ବିଶ୍ୱର ୧୩ ସବୁଠାରୁ ଧନୀ ବ୍ୟକ୍ତି ଭାବେ ମୁକେଶ ଜଣାଶୁଣା। ତାଙ୍କ ନିକଟରେ ପ୍ରାୟ ୫୭ ବିଲିୟନ ଡଲାରର ସମ୍ପତ୍ତି ରହିଛି।
ନିବେଶ ଭାଲ୍ୟୁ ଶେଷ ପଛର କାରଣ
ଅମ୍ବାନୀଙ୍କ ଓକିଲ ରବର୍ଟ ହୋଓ୍ବେ କହିଛନ୍ତି, ଅମ୍ବାନୀଙ୍କ ନିବେଶ ଭାଲ୍ୟୁ ୨୦୧୨ ପରେ ଶେଷ ହୋଇ ଯାଇଥିଲା। ଭାରତ ସରକାରଙ୍କ ପକ୍ଷରୁ ସ୍ପେକ୍ଟ୍ରମ ପ୍ରଦାନ ନୀତିରେ ପରିବର୍ତ୍ତନ ହେବା ଯୋଗୁ ଭାରତୀୟ ଟେଲିକମ୍‌ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି। ୨୦୧୨ରେ ଅନିଲଙ୍କର ନିବେଶ ମୂଲ୍ୟ ୭ ବିଲିୟନ ଡଲାରରୁ ଅଧିକ ରହିଥିଲା। ଏହା ଏବେ ୬୨୩ କୋଟିକୁ ଖସିଛି। ଏହା ପରେ ଯଦି ତାଙ୍କୁ ଋଣ ସୁଝିବା କଥା ବିଚାର କରାଯାଏ ତେବେ ତାଙ୍କ ନିକଟରେ ମୋଟ ସମ୍ପତ୍ତି ଜିରୋ। ସମୟ ଥିଲା ସେ ଅତି ଧନୀ ବ୍ୟବସାୟୀ ଥିଲେ। ମାତ୍ର ଏବେ ସମୟ ବଦଳିଛି। ଏହା ବୁଝିବାକୁ ଅତି ସହଜ ବୋଲି ଓକିଲ କହିଛନ୍ତି।
ମୁଣ୍ଡ ଉପରେ ୯୩ ହଜାର କୋଟିର ଋଣ
ଅନୀଲ ଅମ୍ବାନୀ ରିଲାଏନ୍ସ କମ୍ୟୁନିକେଶନର ଅଧ୍ୟକ୍ଷ ଅଛନ୍ତି। ତାଙ୍କ ଗ୍ରୁପ ଗତ କିଛି ଦିନ ହେବ କଠିନ ସ୍ଥିତି ଦେଇ ଗତି କରୁଛି। ଗ୍ରୁପ ଉପରେ ଋଣର ବହୁତ ବଡ ବୋଝ ରହିଛି। ଏଥି ଯୋଗୁ ସେ ଚିନ୍ତାରେ ରହିଛନ୍ତି। ବ୍ଲୁମବର୍ଗ ରିପୋର୍ଟ ମୁତାବକ ସେପ୍ଟେମ୍ବର ଯାଏ ଗ୍ରୁପ ଉପରେ ୧୩.୨ ବିଲିୟନ ଡଲାର (୯୩ ହଜାର କୋଟି ଟଙ୍କା)ର ଋଣ ରହିଛି।
ବଡ ଭାଇ ମୁକେଶ କରିଥିଲେ ସହାୟତା
ଏରିକସନ କମ୍ପାନୀ ସହ ଏଭଳି ଏକ ବିବାଦ କିଛି ଦିନ ତଳେ ସାମ୍ନାକୁ ଆସିଥିଲା। ରିଲାଏନ୍ସ କମ୍ୟୁନିକେଶନ ଉପରେ ଏରିକସନର ୫୫୦ କୋଟି ବକେୟା ଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନିଲ ଏହି ଋଣ ସୁଝିବା ଲାଗି ରାଜି ହୋଇଥିଲେ। ଏଥିରେ ବଡ ଭାଇ ମୁକେଶ ଅମ୍ବାନୀ ତାଙ୍କୁ ଋଣ ସୁଝିବାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?