ତିନିଦିନ ହେଲା ଟେନ୍‌ସା କଲେଇପୋଷ ରାସ୍ତା ଜାମ : ଦୁର୍ଦ୍ଦଶାରେ ୫୦ହଜାର ଜନସାଧାରଣ

ଟେନ୍‌ସା, ୯।୨ (ଡି.ଏନ.ଏ)- ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ସୁନ୍ଦରଗଡ଼ ଜିଲା କୋଇଡ଼ାର ବରସୁଆଁ ନୂଆପୋଲର ଉଭୟ ପାର୍ଶ୍ୱ ଶୋଚନୀୟ ହୋଇଛି। ଫଳରେ ଗାଡ଼ିମୋଟର ଦୁଇଦିନ ଧରି ଜାମ ରହିଛି। ଅଞ୍ଚଳର ୫୦ ହଜାର ଜନସାଧାରଣ ଦୁଃଖଦୁର୍ଦ୍ଦଶା ଭୋଗ କରୁଛନ୍ତି। ପୋଲର ଉଭୟ ପଟରେ ନୂଆକରି ମାଟି ପକାଯାଇଛି। ପୂର୍ତ୍ତ ବିଭାଗର ଖାମଖିଆଲି କାମ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତିନି ଦିନ ହେଲା ଉଭୟ ପାର୍ଶ୍ୱରେ ୧୦ହଜାରରୁ ଊର୍ଦ୍ଧ୍ୱ ଗାଡି ଛିଡା ହୋଇଛି। ଗାଡିର ଡ୍ରାଇଭର ହେଲପର ତିନିଦିନ ହେଲା ଜଙ୍ଗଲ ମଧ୍ୟରେ ଗାଡି ଛାଡି ଯାଇ ପାରୁନାହାନ୍ତି। ଭୋକ ଉପାସରେ ଦୟନୀୟ ଅବସ୍ଥାରେ ପଡିରହିଛନ୍ତି। କୌଣସି ପ୍ରଶାସନିକ ଅଧିକାରୀ କି ପୂର୍ତ୍ତବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ପରିସ୍ଥିତି ଭୟାବହ ହୋଇପଡିଛି। କୌଣସି ଗାଡି ଚଳାଚଳ କରିପାରୁନାହିଁ। ଯାତ୍ରୀବାହି ବସଠାରୁ ଆରମ୍ଭ କରି ଦୁଇ ଚକିଆ, ଚାରିଚକିଆ ଯାନ ମଧ୍ୟ ଯାମରେ ଫଶି ରହିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା କୋଇଡା, ଲହୁଣୀପଡା ବ୍ଲକର ୫୦ ହଜାର ଜନସାଧାରଣ ଅସୁବିଧା ଭୋଗ କରୁଛନ୍ତି। ରାସ୍ତା ତିନି ଦିନ ଜାମ ଯୋଗୁ ବେପାର ବାଣିଜ୍ୟଠାରୁ ଆରମ୍ଭ କରି ସାମଗ୍ରୀ ପରିବହନ ବନ୍ଦ ରହିଛି। ଅଞ୍ଚଳର ଲୋକେ ଦୈନନ୍ଦିନ ଜରୁରୀ ସାମଗ୍ରୀ ପାଇ ପାରୁନାହାନ୍ତି । ରୋଗୀ ବଣାଇ, ଲହୁଣୀପଡା, ରାଉରକେଲା ଯାଇପାରୁନାହାନ୍ତି। ଜିଲା ଖଣିଜ ପାଣ୍ଠି ସହାୟତରେ ପୂର୍ତ୍ତବିଭାଗ ଦାୟିତ୍ୱରେ ଉକ୍ତ ପୋଲ ନିର୍ମାଣ ପାଇଁ ଠିକାଦାର ନିଯୁକ୍ତି କରାଯାଇଥିଲା। ପୋଲ ନିର୍ମାଣ ପରେ ଉଭୟ ପାର୍ଶ୍ୱରେ ଯେଉଁ ମାଟି ଢଳା ହେଲା ତାହା ଠିକ ଭାବେ କାମ କରାଗଲା ନାହିଁ । କି ପଥର କ୍ବାରି ହେଲା ନାହିଁ । ବର୍ଷା ହେବା ଯୋଗୁ ମାଟି ଧସିକିବା ସହ ତକଳୁ ଦବି ଗଲା । ଏଥିରେ ମୋରମ ଢାଳି ରାସ୍ତାକୁ ଠିକ କରିବା କଥା । ତାହା ନ ହେବା ଯୋଗୁ ଗତ ତିନି ଦିନ ହେଲା ରାସ୍ତା ଜାମ ରହିଛି । କେବେ ଜାମ ହଟିବ ତାହା ଜଣାନାହିଁ। ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବରସୁଆଁ, ଟେନ୍‌ସାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?