ତେଲଙ୍ଗାନାରେ ୩୨ ଡାକ୍ତର କରୋନା ସଂକ୍ରମିତ

ହାଇଦ୍ରାବାଦ,୪।୬: ଓସମାନିଆ ମେଡିକାଲ କଲେଜ ସହ ସହବଦ୍ଧ ଥିବା ହସ୍ପିଟାଲରେ ପାଖାପାଖି ୩୨ ଜଣ ଡାକ୍ତର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଗୁରୁବାର ତେଲଙ୍ଗାନା-ଜୁନିୟର ଡକ୍ଟରର୍ସ ଆସୋସିଏଶନ(ଟି-ଜେୟୁଡିଏ)ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାର ସଭାପତି ଉମା ନଗେନ୍ଦ୍ର ବିଷ୍ଣୁ କହିଛନ୍ତି ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆହୁରି କିଛି ଟେଷ୍ଟ ରିପୋର୍ଟ ମଧ୍ୟ ଏପର୍ଯ୍ୟନ୍ତ ଆସିନାହିଁ। ଏହା ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଡାକ୍ତରମାନେ ସଂକ୍ରମିତ ହେବା ପରେ ଏବେ ଏହି ଆଗଧାଡିର କରୋନା ଯୋଦ୍ଧା ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି। ସେମାନେ ୭ ଦିନ କ୍ୱାରାଣ୍ଟାଇନ ମାଗିବା ସହ କରୋନା ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପିପିଇ ସହ ଏନ୍‌-୯୫ ମାସ୍କ ଦେବାକୁ କହିଛନ୍ତି। ସରକାର ମଧ୍ୟ ଏକ କମିଟି ଗଠନ କରି ଏମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ଅବସର ନେଲେ ଏହି କ୍ରିକେଟର, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୫।୧୦: ପାକିସ୍ତାନୀ ମହିଳା କ୍ରିକେଟର କାଇନାତ ଇମତିଆଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଏକ ପୋଷ୍ଟ ମାଧ୍ୟମରେ ସେ ଏହି ଖବର ଜଣାଇ ଲେଖିଥିଲେ,…

ୟୁକ୍ରେନ୍‌ରେ ଭାରତୀୟ ଔଷଧ ପ୍ଲାଣ୍ଟ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଜଣେ ମୃତ

ନୂଆଦିଲ୍ଲୀ,୫ା୧୦: ୟୁକ୍ରେନ୍‌ରେ ଥିବା ଭାରତର କୁସୁମ ଗ୍ରୁପ୍‌ ପରିଚାଳିତ ଏକ ଔଷଧ କାରଖାନା ଉପରେ ରୁଷିଆ ଡ୍ରୋନ୍‌ ଆକ୍ରମଣ କରିବାରୁ ଜଣେ ପ୍ରାଣ ହରାଇବା ସହ ଅନେକେ…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?