ତହସିଲ ଟୁଇଟର୍‌ ଆକାଉଣ୍ଟ ହେଉନି ଅପ୍‌ଡେଟ୍‌: ୫ ତହସିଲଦାରଙ୍କୁ ତାଗିଦ୍‌ କଲେ ଜିଲାପାଳ

ଜଗତସିଂହପୁର ଅଫିସ,୨୭ା୫: ଲକ୍‌ଡାଉନ୍‌ ସମୟରେ ଘରେ ବସି ପ୍ରଶାସନ ନିକଟରେ ଅଭିଯୋଗ କରି ସମାଧାନ ପାଇଁ ଟୁଇଟର୍‌ ସୁଯୋଗ ସୃଷ୍ଟି କରୁଛି । କିନ୍ତୁ ଜିଲାର କୁଜଙ୍ଗ, ନାଉଗାଁ, ବିରିଡ଼ି, ବାଲିକୁଦା ଓ ଜଗତ୍‌ସିଂହପୁର ତହସିଲ କାର୍ଯ୍ୟାଳୟ ଟୁଇଟର୍‌ ଅପଡେଟ୍‌ ହେଉନାହିଁ। ଯେଉଁଥିପାଇଁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ପୃକ୍ତ ତହସିଲଦାରମାନଙ୍କୁ ତାଗିଦ୍‌ କରିଛନ୍ତି। ସେ ଏହି ତହସିଲଦାରମାନଙ୍କୁ ଚିଠି ମାଧ୍ୟମରେ ଲେଖିଛନ୍ତି, ପୂର୍ବରୁ ଏକାଧିକବାର ନିୟମିତ ଭାବରେ ତହସିଲ ଟୁଇଟର ଆକାଉଣ୍ଟ ଅପଡେଟ୍‌ କରିବାକୁ କୁହାଯାଇଛି। ଯେହେତୁ ଏବେ ଲକ୍‌ଡାଉନ ଚାଲିଛି ତେଣୁ ଲୋକଙ୍କୁ ଟୁଇଟର ମାଧ୍ୟମରେ ଅଭିଯୋଗ ଦାଖଲ କରିବାକୁ ସୁଯୋଗ ଦେଇଛି। ଅଭିଯୋଗର ସମାଧାନ ହୋଇଗଲେ ଏହା ତହସିଲକୁ ଉତ୍ତମ ଶାସନ ଯୋଗାଇବାରେ ସମର୍ଥ ହେବ। ଏଥିସହ ସାମାଜିକ ଦୂରତା, ମାସ୍କ ବାବଦରେ ଜରିମାନା ଆଦାୟ ଓ ବିଭିନ୍ନ ପ୍ରକାର ରାଜସ୍ବ ମାମଲା ଫଏସଲା ଆଦି ନିୟମିତ ଭାବରେ କରାଯିବା ସହ ତହସିଲ କାର୍ଯ୍ୟାଳୟ ଟୁଇଟ୍‌ର ଆକାଉଣ୍ଟରେ ଅପଡେଟ୍‌ ହେବା କଥା। କିନ୍ତୁ ତହସିଲଦାରମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ।
ସୂଚନା ଅନୁଯାୟୀ, କୁଜଙ୍ଗ ତହସିଲ କାର୍ଯ୍ୟାଳୟ ଗତ ୧୪ ତାରିଖ ପରଠାରୁ ତା’ର ଟୁଇଟର ଆକାଉଣ୍ଟ ଅପଡେଟ୍‌ କରିନି। ସେହିପରି ବିରିଡ଼ି ତହସିଲ ଗତ ୨୦ ତାରିଖ ପରେ, ବାଲିକୁଦା ୨୨, ଜଗତ୍‌ସିଂହପୁର ୧୭ ଓ ନାଉଗାଁ ତହସିଲ ଗତ ୧୩ ତାରିଖ ପରଠାରୁ ଅପଡେଟ୍‌ ହୋଇନାହିଁ । କେବଳ ଏତିକି ନୁହେଁ, ପ୍ରତି ତହସିଲରେ ଅତିରିକ୍ତ ତହସିଲଦାର ନିଯୁକ୍ତ ହୋଇଛନ୍ତି । ଏଥିସହ ସରକାରୀ ଗାଡ଼ି ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏହା ଠିକ୍‌ ଭାବେ ବିନିଯୋଗ ହୋଇିପାରୁନାହିଁ । ଉପରୋକ୍ତ ପ୍ରସଙ୍ଗଗୁଡିକୁ ଦୃଷ୍ଟିଦେଲେ ତହସିଲ ଟୁଇଟର ଆକାଉଣ୍ଟ ନିୟମିତ ଅପଡେଟ୍‌ ହେବା ଜରୁରୀ। ଜିଲାପାଳଙ୍କ ଏହି ଟୁଇଟ୍‌ ଦେଖି ଏରସମା ବ୍ଲକ ଅନ୍ତର୍ଗତ ଗାରିଆର ରବୀନ୍ଦ୍ର ପ୍ରଧାନ ଟୁଇଟ୍‌ କରିଥିଲେ । ସେ ଲେଖିଥିଲେ ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବା ବାବଦ ସରକାରୀ ସହାୟତା ପାଇଁ ୨୦୧୮ରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ସହ କାଗଜପତ୍ର ଦାଖଲ କରିଥିଲେ। କିନ୍ତୁ ଏହି ଦରଖାସ୍ତ ଉପରେ କି ବିଚାର କରାଯାଇଛି ଦୟାକରି ଜଣାଇପାରିବେ କି ? ସେ ଦରଖାସ୍ତ କରିବାର ଇତିମଧ୍ୟରେ ୨ ବର୍ଷ ହୋଇଯାଇଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳି ନ ଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ମାତ୍ର ତାଙ୍କ ଟୁଇଟର ଉତ୍ତର ଦେବାକୁ ଯାଇ ଜିଲାପାଳ ଲେଖିଥିଲେ ୨୩.୮.୧୮ରେ ଏରସମା ବିଡିଓଙ୍କୁ ତଦନ୍ତ କରିବା ପାଇଁ ଚିଠି କରାଯାଇଥିଲା। ଏଥିମଧ୍ୟରେ ବହୁ ବିଳମ୍ବ ହୋଇଯାଇଥିଲେ ସୁଦ୍ଧା ବୁଧବାର ରବୀନ୍ଦ୍ରଙ୍କ ଦରଖାସ୍ତର ବିଚାର ହେବ। ଏଥିସହ ଯେଉଁ କର୍ମଚାରୀଙ୍କ ଯୋଗୁ ବିଳମ୍ବ ହେଲା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

ଭୂକମ୍ପ ଭଗ୍ନାବଶେଷ ଭିତରୁ ୭ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାରକାସ୍‌,୩।୭: ଭେନେଜୁଏଲାରେ ଦୁଇଟି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ବଞ୍ଚିବାର ଏକ ଉଲ୍ଲେଖନୀୟ କାହାଣୀ ସାମ୍ନାକୁ ଆସିଛି। ପ୍ରାୟ ୭ ଦିନ ଧରି ଏକ ଶପିଂ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri