Posted inଫୁରସତ

ଡକ୍ଟର ମ୍ୟାଙ୍ଗୋ

ଲକ୍ଷ୍ନୌ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସେବା ଓ ନିଷ୍ଠାପର କାମକୁ ସମ୍ମାନ ଜଣାଇବା ପାଇଁ ଆସିଛି ଡକ୍ଟର ମ୍ୟାଙ୍ଗୋ। କଥାଟା ଶୁଣିବାକୁ ହୁଏତ ଟିକିଏ ଅଡୁଆ ଲାଗିପାରେ। କିନ୍ତୁ ଏଭଳି ଏକ ଆମ୍ବ ଏବେ ବଜାରକୁ ଆସିଛି ଖାସ୍‌ ଡାକ୍ତରଙ୍କ ସେବାକୁ ମନେପକାଇ ସେମାନଙ୍କୁ ସମ୍ମାନ ଦେବା ପାଇଁ। ଏଭଳି ଏକ ଆମ୍ବ କିସମ ତିଆରି କରିଛନ୍ତି ମ୍ୟାଙ୍ଗୋ ମ୍ୟାନ୍‌ ହାଜି କାଲିମୁଲ୍ଲା। ସେ ହେଉଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ମାଲିହାବାଦର ବାସିନ୍ଦା। ପ୍ରାୟ ୩୦୦ରୁ ଅଧିକ କିସମର ଆମ୍ବ ଚାଷ କରି ସଫଳ ହୋଇଛନ୍ତି ହାଜି। ସେଥିପାଇଁ ମ୍ୟାଙ୍ଗୋ ମ୍ୟାନ୍‌ଭାବେ ସ୍ଥାନୀୟ ଅଞ୍ଚଳରେ ସେ ବେଶ୍‌ ପରିଚିତ। ସ୍ବତନ୍ତ୍ର ଭାବରେ ଆମ୍ବଚାଷ କରି ସଫଳତା ହାସଲ କରିଥିବା ଏହି ଆମ୍ବ ଚାଷୀ ଜଣକ ଆଧୁନିକ ପ୍ରଣାଳୀ ଆପଣାଇ ଗୋଟିଏ ଗଛରେ ୩୦୦ ପ୍ରକାରର ଆମ୍ବ ସୃଷ୍ଟି କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ବି ମିଳିଛି। ଏବେ ଏହି ମ୍ୟାଙ୍ଗୋ ମଣିଷ ଦଶହରି ଆମ୍ବର ଆଉ ଏକ ନୂଆ କିସମ ସୃଷ୍ଟି କରିଛନ୍ତି, ଯାହାର ନାଁ ରଖିଛନ୍ତି ଡକ୍ଟର ମ୍ୟାଙ୍ଗୋ। ଏଭଳି ନାଁ ରଖି ସେ ଦେଶରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ସମ୍ମାନ ଜଣାଇବାକୁ ଚାହୁଁଥିବା କହିଛନ୍ତି। ବିଭିନ୍ନ ନୂଆ କିସମ ଆମ୍ବର ସ୍ବତନ୍ତ୍ର ନାଁ ପାଇଁ ମ୍ୟାଙ୍ଗୋ ମ୍ୟାନ୍‌ ହାଜି ବେଶ୍‌ ଜଣାଶୁଣା। ତାଙ୍କର ବିଭିନ୍ନ ପ୍ରକାର ଆମ୍ବର ନାଁ ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଚିନ୍‌ ତେନ୍ଦୁଲକର ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri