Odisha Elections 2024

ଠାକୁରମୁଣ୍ଡା ବ୍ଲକରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ତୀର୍ଥ ଭ୍ରମଣରେ ଯାଇ ଫେରିଥିଲେ ବୃଦ୍ଧ

ଠାକୁରମୁଣ୍ଡା, ୨୧।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକରେ ପ୍ରଥମ କରି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଜିଲାରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଠାକୁରମୁଣ୍ଡାର ଜଣେ ୭୦ ବର୍ଷୀୟ ବୃଦ୍ଧ ରହିଛନ୍ତି। ଚିହ୍ନଟ ବୃଦ୍ଧ ତୀର୍ଥ ଭ୍ରମଣରେ ଆନ୍ଧ୍ରପ୍ରଦେଶ ଯାଇ ଫେରିବା ପରେ ୧୨ ତାରିଖଠାରୁ ଦିଗଧରଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଉକ୍ତ କେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ମୋଟ ୧୨ ଜଣ ଆସି ରହିଛନ୍ତି। ସକାଳେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପହଞ୍ଚି ଆକ୍ରାନ୍ତଙ୍କ ତଥ୍ୟ ସଂଗ୍ରହ କରିବା ପରେ ଚିକିତ୍ସା ନିମନ୍ତେ ପଠାଇଛନ୍ତି। ଏହି ୩ ଜଣକୁ ମିଶାଇ ଜିଲାରେ ମୋଟ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକରେ ବସିଥିବା ଅବସ୍ଥାରେ ଚାଲିଗଲା ଚାଳକଙ୍କ ଜୀବନ

ବଡବିଲ,୩୧।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ ବାରବାଙ୍କ ସ୍ଥିତ ୫୨୦ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକରେ ବସିଥିବା ଅବସ୍ଥାରେ ଜଣେ...

ବରଗଡ଼ରେ ଅଂଶୁଘାତ ନେଲା ଜୀବନ

ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଅଂଶୁଘାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ବରଗଡ଼ ହାଟପଦାର ସୁବଳ ବେହେରା (୩୧) ବୋଲି ଜିଲା ଜରୁରୀକାଳୀନ...

ନିର୍ବାଚନ ଫଳାଫଳକୁ ନେଇ ସଟ୍ଟା ବଜାର ସକ୍ରିୟ: ଜୁନ୍‌ ୪କୁ ଅପେକ୍ଷା

ବାଲିଗୁଡା, ୩୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଜୁନ୍‌ ୧ରେ ରାଜ୍ୟର ସମସ୍ତ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବ। ଜୁନ ୪ ଦିନ ଭୋଟ ଗଣତି ହୋଇ...

ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପୁରୀ,୩୧।୫: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି...

ଓଲଟିଲା ଭ୍ୟାନ୍‌ : ୨ ମୃତ, ୬ ଗୁରୁତର

ହେମଗିର,୩୧।୫(ଚୈତନ୍ୟ ପଟେଲ): ସୁନ୍ଦରଗଡ ଜିଲା ହେମଗିର ଥାନା ଅନ୍ତର୍ଗତ ଉସତାଲି ଘାଟି ନିକଟରେ ଏକ ଶ୍ରମିକ ନେଇ ଯାଉଥିବା କ୍ୟାମ୍ପର ଭ୍ୟାନ ଭାରସାମ୍ୟ ହରାଇ ଦୁଘଟଣାଗ୍ରସ୍ତ...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା

ଖୋର୍ଦ୍ଧା,୩୧।୫(ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା ଲାଗିଛି। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ପ୍ରାର୍ଥୀ...

ନୂଆ ଜୀବନ ପାଇଲେ ଜୀବନ: ଆହତ ନାବାଳକଙ୍କ ଶରୀରରୁ କଢାଗଲା ଲୁହାରଡ

ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ରଥପଡାରେ ଶୁକ୍ରବାର ସକାଳୁ ପିଲାକଳିରୁ ଜଣେ ନାବାଳକଙ୍କ ଶରୀର ଭିତରକୁ ପଶି ଯାଇଥିବା ଲୁହାରଡକୁ ବାହାର କରାଯାଇଛି। ଭୀମସାର୍‌, ବୁର୍ଲା...

ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି

ଭଦ୍ରକ,୩୧ା୫(ସନାତନ ରାଉତ): ଜୁନ୍‌ ୧ରେ ଭଦ୍ରକ ଜିଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଜିଲାର ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri