ଟଙ୍କା ଓ ଚାଉଳ ନେବାକୁ ହଇରାଣ

ରଣପୁର,୬ା୪(ସ୍ବ.ପ୍ର.): କରୋନା ପାଇଁ ସହାୟତା ଅର୍ଥ ପାଇବା ଲାଗି ରାଶନ କାର୍ଡଧାରୀଙ୍କୁ ଡିଲରଙ୍କ ପାଖକୁ ଦୁଇଥର ଦୌଡିବାକୁ ପଡୁଛି। ଥରେ ଟଙ୍କା ପାଇଁ ଓ ପୁଣି ଥରେ ଚାଉଳ ଲାଗି ଯିବାକୁ ପଡୁଛି। ଏଥିପାଇଁ ହିତାଧିକାରୀଙ୍କୁ ଲାଇନ୍‌ରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡୁଛି। ଏପରି ଅବସ୍ଥା ପାଇଁ ଖୋର୍ଦ୍ଧାର ଜରାଶ୍ରମରେ ରହୁଥିବା ନୟାଗଡ ଜିଲା ରଣପୁର ଏନ୍‌ଏସି ବଳଭଦ୍ରପୁରର ବ୍ରଜ କିଶୋର ବେହେରାଙ୍କ ଦମ୍ପତି ବେଶି ହଟହଟା ହେଉଛନ୍ତି। ଯାନବାହନ ଚଳାଚଳ ବନ୍ଦ ଥିବାବେଳେ ଏକ ଅଟୋକୁ ୪୦୦ ଟଙ୍କାରେ ଭଡାକୁ ଆଣି କିଶୋର ଖୋର୍ଦ୍ଧା ହାଟବସ୍ତ ଜରା ନିବାସରୁ ରଣପୁର ଡିଲରଙ୍କ ପାଖକୁ ଆସିଥିଲେ। ସୋମବାର ପ୍ରାୟ ୩ ଘଣ୍ଟା ଲାଇନ୍‌ରେ ଠିଆ ହେବା ପରେ କିଶୋର ଓ ଯଶୋଦା ୧ ହଜାର ଟଙ୍କା ନେଇଥିଲେ। ସେମାନେ ଚାଉଳ ଦେବା ପାଇଁ ଡିଲରଙ୍କୁ ନେହୁରା ହୋଇଥିଲେ ମଧ୍ୟ ମିଳି ନାହିଁ। ତେଣୁ କିଛିଦିନ ପରେ ପୁଣି ଏହି ଦମ୍ପତି ୫ କେଜି ଲେଖାଏ ୧୦ କେଜି ଚାଉଳ ପାଇଁ ଅଟୋ ଭଡା କରି ଆସିବେ ବୋଲି କହିଛନ୍ତି। ପ୍ରଶାସନ ପକ୍ଷରୁ ଯଦି ରାଶନକାର୍ଡଧାରୀଙ୍କୁ ଏକା ସଙ୍ଗରେ ଚାଉଳ ଓ ଟଙ୍କା ପ୍ରଦାନ କରାଯାଆନ୍ତା ତେବେ ଏହି ଦମ୍ପତିଙ୍କ ପରି ବହୁ ଲୋକ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଚର୍ଚ୍ଚାରେ କଳାହାଣ୍ଡି ଛାତ୍ର ଅନିରୁଦ୍ଧ

ଭବାନୀପାଟଣା,୩ା୫(ଉତ୍ତମ କୁମାର ଦାଶ):ଆୟର୍ଲାଣ୍ଡ ଡବଲିନ୍‌ ସିଟି ବିଶ୍ୱବିଦ୍ୟାଳୟରେ ଗତ ସପ୍ତାହରେ ଅନୁଷ୍ଠିତ ସପ୍ତମ ବାର୍ଷିକ ଦକ୍ଷିଣ ଏସିଆ ସମ୍ମିଳନୀରେ ନିଜ ଶୀର୍ଷକ ଉପସ୍ଥାପନ କରି ଚର୍ଚ୍ଚାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri