ଜେଲରେ ଭିଡ଼

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୋର୍ଟ କାର୍ଯ୍ୟ ସୀମିତ। ଫଳରେ କେନ୍ଦ୍ରାପଡ଼ା ସବ୍‌ଜେଲରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ମୋଟ ୧୯୦ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ଥିବାବେଳେ ଇତିମଧ୍ୟରେ ଏହି ସଂଖ୍ୟା ୨୨୦ରୁ ଊର୍ଦ୍ଧ୍ୱ ହୋଇଛି। ସୀମିତ ପରିସୀମାରେ କଏଦୀଙ୍କ ସଂଖ୍ୟା ବୃଦ୍ଧି କରୋନା ଭୂତାଣୁ ସଂକ୍ରମଣ ଭୟକୁ ବଢ଼ାଇ ଦେଇଛି। ନିକଟରେ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫେରେନ୍ସିଂ ପରେ ବହୁ ବିଚାରାଧୀନ କଏଦୀ ଓ ଦୋଷୀଙ୍କୁ ଅନ୍ତରୀଣ ଜାମିନ ଅଥବା ପାରୋଲରେ ଛାଡିବା ପାଇଁ ଆଲୋଚନା ହୋଇଛି। ଏହାଦ୍ୱାରା ଜେଲରେ କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱକୁ କାର୍ଯ୍ୟକାରୀ କରିହେବ। ତେବେ କେନ୍ଦ୍ରାପଡ଼ା ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ନୂଆ ନୁହେଁ। ତଥ୍ୟ ଅନୁଯାୟୀ, ପ୍ରତିମାସ ପ୍ରାୟ ୩୫୦ରୁ ଅଧିକ ଅଭିଯୁକ୍ତ ଏହି ଜେଲରେ କିଛି ଦିନ ବା ସମୟ ପାଇଁ ରହିଥାନ୍ତି। ୨୦୧୮ରେ ଆଇନଜୀବୀଙ୍କ ଆନ୍ଦୋଳନ ସମୟରେ କଏଦୀଙ୍କ ଭିଡ଼ ଏକ ବିସ୍ଫୋରକ ସ୍ଥିତି ଆଣିଥିଲା। ଏହି ସମୟରେ ୫୧୯ ଜଣ କଏଦୀ ଏଠାରେ ରହିଥିଲେ। ଏଥିପାଇଁ ସେତେବେଳେ ୪୯ ଜଣ କଏଦୀଙ୍କୁ ଚୌଦ୍ୱାର ଜେଲକୁ ପଠାଯାଇଥିଲା। କଏଦୀଙ୍କ ସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ ପାଇଁ ଜେଲ ପରିସର ନବୀକରଣ କରାଯିବା ଜରୁରୀ ହୋଇପଡିଛି। ବିଭିନ୍ନ ସମୟରେ ଗୃହ ବିଭାଗ ପକ୍ଷରୁ ଜିଲା ପ୍ରଶାସନ ନିକଟକୁ ଚିଠି ଆସିଥିବା ବେଳେ ଜେଲ କର୍ତ୍ତୃପକ୍ଷ ମଧ୍ୟ ଜିଲାପାଳଙ୍କୁ ଏ ନେଇ ଅବଗତ କରାଇଛନ୍ତି। ଡେରାବିଶ ତହସିଲ ଅଧୀନ ବାରିମୂଳଠାରେ ସ୍ଥାପିତ ଏହି ଜେଲର ପରିସୀମା ଏବେ ୪.୭୫ ଏକରରେ ସୀମିତ ଅଛି। ଏହାକୁ ୧୫ ଏକରରୁ ଅଧିକ ଆକାର ଦେବା ପାଇଁ ଜେଲ କର୍ତ୍ତୃପକ୍ଷ ୨୦୧୯ ଜୁନ ଓ ଜୁଲାଇରେ ଦୁଇଟି ଚିଠି ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ୨୦୧୯ ଅଗଷ୍ଟ ୧୯ ତାରିଖରେ ଡେରାବିଶ ତହସିଲଦାରଙ୍କୁ ଜେଲ ପରିସର ନିକଟରେ ଥିବା ସରକାରୀ ଜମି ଅନୁଧ୍ୟାନ କରିବାକୁ ଜିଲାପାଳ ଏକ ଚିଠି (୧୬୧୧) କରିଛନ୍ତି। ୭ ମାସ ପୂର୍ବର ଏହି ଚିଠିକୁ କାର୍ଯ୍ୟକାରୀ କରିବା ଏବେ ଜରୁରୀ ହୋଇଛି। ନ୍ୟାୟିକ ବ୍ୟବସ୍ଥାରେ ଜେଲ୍‌ ଏକ ଅପରିହାର୍ଯ୍ୟ ଅଙ୍ଗ। ଏହା ଦୋଷୀଙ୍କ ସଜା କାଟିବା ସହିତ ବିଚାରାଧୀନ କଏଦୀଙ୍କ ବାସସ୍ଥାନ। ଏହାର ପରିସର ବୃଦ୍ଧି ହେଲେ କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି କୁଟୀରଶିଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ସୁଚାରୁ ରୂବେ ସମ୍ପାଦିତ ହୋଇପାରିବ।
– ଜଗନ୍ନାଥ ଧଳ


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri