ଜୁନାଗଡ ବ୍ଲକରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଡାକ୍ତର ଅଭାବ, ଫାର୍ମସିଷ୍ଟ ଦେଖୁଛନ୍ତି ରୋଗୀ

ଜୁନାଗଡ,୧୪।୭(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜୁନାଗଡ ବ୍ଲକବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜୁନାଗଡ ସହରରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟସ୍ବାସ୍ଥ୍ୟ (ସିଏଚ୍‌ସି)ଓ ପିପିସି ରହିଥିବାବେଳେ ଚିଲଗୁଡାରେ ମଧ୍ୟ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେହିପରି ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଦେଦର, କୁଲିହାରୀ, ଚାରବାହାଲ, ମହିଚଲା ଓ ହାବସପୁରଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି)ରହିଛି। ଏହାସହ ବ୍ଲକର ୨୫ଟି ପଞ୍ଚାୟତରେ ଉପ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ୩୦ ଶଯ୍ୟା ବିଶିଷ୍ଠ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ନାନା ସମସ୍ୟା ଦେଇ ଗତି କରୁଛି। ଏଠାରେ ନିୟମିତ ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ (ଗାଇନିକ୍‌) ଡାକ୍ତର ନାହାନ୍ତି। ଭବାନୀପାଟଣା ବ୍ଲକ ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡେପୁଟେଶନରେ ଜଣେ ଗାଇନିକ ଡାକ୍ତର ଏଠାକୁ ଆସିଛନ୍ତି। ସେହିପରି ଦୀର୍ଘବର୍ଷ ହେବ ଭେଷଜ ବିଶେଷଜ୍ଞ (ମେଡିସିନ ସ୍ପେଶାଲିଷ୍ଟ) ଓ ଶଲ୍ୟ ଚିକିତ୍ସା ବିଶେଷଜ୍ଞ (ସର୍ଜରୀ) ଡାକ୍ତର ପଦବୀ ଖାଲି ପଡିଛି। ଫଳରେ ଉପଯୁକ୍ତ ଚିକିତ୍ସା ନ ପାଇଁ ଏଠାକାର ରୋଗୀମାନେ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଜୁନାଗଡ ଡାକ୍ତରଖାନାରେ ୩ଜଣ ନିୟମିତ ଡାକ୍ତର ଓ ୨ଜଣ ଡେପୁଟେଶନ ଡାକ୍ତର ଅଛନ୍ତି। ସେହିପରି କୌଣସି ଲୋକ ଦୁର୍ଘଟଣା ହେଲେ ଏକ୍ସରେ କରିବା ପାଇଁ ଏଠାରେ ନିୟମିତ ଏକ୍ସରେ ଟେକନିସିୟାନ ନାହାନ୍ତି। କେବଳ ସପ୍ତାହକୁ ଥରେ କିମ୍ବା ୨ଥର ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ଏକ୍ସରେ ଟେକନିସିୟନ ଆସି କାମ କରିଥାନ୍ତି। ଅନ୍ୟପଟେ ଜୁନାଗଡ ପିପିସିରେ ମଧ୍ୟ ଜଣେ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଜଣେ ଶିଶୁ ବିଶେଷଜ୍ଞ ଡାକ୍ତର ରହିବା କଥା। ହେଲେ ଅଦ୍ୟାବଧି ଏହି ପଦବୀଗୁଡିକ ପୂରଣ ହୋଇନାହଁି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା କୌଣସି ଶବ ବାହକ ଗାଡି ନାହଁି। ଯଦି କୌଣସି ରୋଗୀ ଡାକ୍ତରଖାନାରେ ମୃତ୍ୟୁବରଣ କରେ ତେବେ ୩୫ କି.ମି. ଦୂର କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଶବ ବାହକ ଗାଡି ଆସିଥାଏ। ଫଳରେ ଶବ ନେବା ପାଇଁ ଏଠାରେ ତାଙ୍କ ସମ୍ପର୍କୀୟଙ୍କୁ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ। ସେହିପରି ଦେଦର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲିପଡିଥିବାରୁ ଏବେ ସେଠାରେ ଫାର୍ମାସିଷ୍ଠ ରୋଗୀ ଦେଖୁଥିବା ଜଣାପଡିଛି। ଏଥିରୁ ସେଠାରେ କିପରି ସ୍ବାସ୍ଥ୍ୟସେବା ଚାଲିଥିବ ତାହା ସହଯେ ଅନୁମେୟ। ସେହିପରି ମହିଚଲା ଓ କୁଲିହାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ପଦବୀ ଖାଲିପଡିଛି। ଏପଟେ ପଞ୍ଚାୟତ ମୁଖ୍ୟାଳୟରେ ଥିବା ଉପସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନେ ପ୍ରାୟ ସମୟରେ ରହୁ ନ ଥିବାରୁ ସବୁବେଳେ କେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ, ଦୀର୍ଘଦିନ ହେବ ଏହି ସବୁ ସମସ୍ୟା ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସମାଧାନ ଦିଗରେ ଦୃଷ୍ଟି ନ ପଡିବା ସାଧାରଣରେ କ୍ଷୋଭର ବିଷୟ। ଏ ନେଇ ଜୁନାଗଡ ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ପଣ୍ଡାଙ୍କୁ ପଚାରିବାରୁ ଡାକ୍ତର ପଦବୀ ପାଇଁ ବିଭାଗୀୟ ଉଚ୍ଚଅଧିକାରୀଙ୍କୁ ଜଣାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?