ଜୁନାଗଡ ବ୍ଲକରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଡାକ୍ତର ଅଭାବ, ଫାର୍ମସିଷ୍ଟ ଦେଖୁଛନ୍ତି ରୋଗୀ

ଜୁନାଗଡ,୧୪।୭(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜୁନାଗଡ ବ୍ଲକବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜୁନାଗଡ ସହରରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟସ୍ବାସ୍ଥ୍ୟ (ସିଏଚ୍‌ସି)ଓ ପିପିସି ରହିଥିବାବେଳେ ଚିଲଗୁଡାରେ ମଧ୍ୟ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେହିପରି ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଦେଦର, କୁଲିହାରୀ, ଚାରବାହାଲ, ମହିଚଲା ଓ ହାବସପୁରଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି)ରହିଛି। ଏହାସହ ବ୍ଲକର ୨୫ଟି ପଞ୍ଚାୟତରେ ଉପ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ୩୦ ଶଯ୍ୟା ବିଶିଷ୍ଠ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ନାନା ସମସ୍ୟା ଦେଇ ଗତି କରୁଛି। ଏଠାରେ ନିୟମିତ ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ (ଗାଇନିକ୍‌) ଡାକ୍ତର ନାହାନ୍ତି। ଭବାନୀପାଟଣା ବ୍ଲକ ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡେପୁଟେଶନରେ ଜଣେ ଗାଇନିକ ଡାକ୍ତର ଏଠାକୁ ଆସିଛନ୍ତି। ସେହିପରି ଦୀର୍ଘବର୍ଷ ହେବ ଭେଷଜ ବିଶେଷଜ୍ଞ (ମେଡିସିନ ସ୍ପେଶାଲିଷ୍ଟ) ଓ ଶଲ୍ୟ ଚିକିତ୍ସା ବିଶେଷଜ୍ଞ (ସର୍ଜରୀ) ଡାକ୍ତର ପଦବୀ ଖାଲି ପଡିଛି। ଫଳରେ ଉପଯୁକ୍ତ ଚିକିତ୍ସା ନ ପାଇଁ ଏଠାକାର ରୋଗୀମାନେ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଜୁନାଗଡ ଡାକ୍ତରଖାନାରେ ୩ଜଣ ନିୟମିତ ଡାକ୍ତର ଓ ୨ଜଣ ଡେପୁଟେଶନ ଡାକ୍ତର ଅଛନ୍ତି। ସେହିପରି କୌଣସି ଲୋକ ଦୁର୍ଘଟଣା ହେଲେ ଏକ୍ସରେ କରିବା ପାଇଁ ଏଠାରେ ନିୟମିତ ଏକ୍ସରେ ଟେକନିସିୟାନ ନାହାନ୍ତି। କେବଳ ସପ୍ତାହକୁ ଥରେ କିମ୍ବା ୨ଥର ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ଏକ୍ସରେ ଟେକନିସିୟନ ଆସି କାମ କରିଥାନ୍ତି। ଅନ୍ୟପଟେ ଜୁନାଗଡ ପିପିସିରେ ମଧ୍ୟ ଜଣେ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଜଣେ ଶିଶୁ ବିଶେଷଜ୍ଞ ଡାକ୍ତର ରହିବା କଥା। ହେଲେ ଅଦ୍ୟାବଧି ଏହି ପଦବୀଗୁଡିକ ପୂରଣ ହୋଇନାହଁି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା କୌଣସି ଶବ ବାହକ ଗାଡି ନାହଁି। ଯଦି କୌଣସି ରୋଗୀ ଡାକ୍ତରଖାନାରେ ମୃତ୍ୟୁବରଣ କରେ ତେବେ ୩୫ କି.ମି. ଦୂର କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଶବ ବାହକ ଗାଡି ଆସିଥାଏ। ଫଳରେ ଶବ ନେବା ପାଇଁ ଏଠାରେ ତାଙ୍କ ସମ୍ପର୍କୀୟଙ୍କୁ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ। ସେହିପରି ଦେଦର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲିପଡିଥିବାରୁ ଏବେ ସେଠାରେ ଫାର୍ମାସିଷ୍ଠ ରୋଗୀ ଦେଖୁଥିବା ଜଣାପଡିଛି। ଏଥିରୁ ସେଠାରେ କିପରି ସ୍ବାସ୍ଥ୍ୟସେବା ଚାଲିଥିବ ତାହା ସହଯେ ଅନୁମେୟ। ସେହିପରି ମହିଚଲା ଓ କୁଲିହାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ପଦବୀ ଖାଲିପଡିଛି। ଏପଟେ ପଞ୍ଚାୟତ ମୁଖ୍ୟାଳୟରେ ଥିବା ଉପସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନେ ପ୍ରାୟ ସମୟରେ ରହୁ ନ ଥିବାରୁ ସବୁବେଳେ କେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ, ଦୀର୍ଘଦିନ ହେବ ଏହି ସବୁ ସମସ୍ୟା ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସମାଧାନ ଦିଗରେ ଦୃଷ୍ଟି ନ ପଡିବା ସାଧାରଣରେ କ୍ଷୋଭର ବିଷୟ। ଏ ନେଇ ଜୁନାଗଡ ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ପଣ୍ଡାଙ୍କୁ ପଚାରିବାରୁ ଡାକ୍ତର ପଦବୀ ପାଇଁ ବିଭାଗୀୟ ଉଚ୍ଚଅଧିକାରୀଙ୍କୁ ଜଣାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri