Posted inଜାତୀୟ

ଜି-୨୦ ବହିର୍ବ୍ୟାପାର ମନ୍ତ୍ରୀ ସମ୍ମିଳନୀରେ ମତଭେଦ

ନୂଆଦିଲ୍ଲୀ, ୩ା୩(ପି.ଟି.): ଜି-୨୦ ରାଷ୍ଟ୍ରସମୂହର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସହମତି ହାସଲ ଲାଗି ଆୟୋଜକ ଭାରତର ଜୋର୍‌ଦାର ଉଦ୍ୟମ ସତ୍ତ୍ୱେ ୟୁକ୍ରେନ୍‌ ବିବାଦ ଉପରେ ତୀବ୍ର ମତଭେଦ ପ୍ରକାଶ ପାଇଥିଲା। ତେଣୁ ସମ୍ମିଳନୀର ନିଷ୍କର୍ଷ ସମ୍ପର୍କରେ ମିଳିତ ବିବୃତି ଆସିପାରିଲା ନାହିଁ। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି, ବୈଠକରେ ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇଥିଲା। ତେବେ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ରୁଷିଆ-ଚାଇନା ମଧ୍ୟରେ ମତଭେଦ ଦେଖାଦେଇଥିଲା। ଜି-୨୦ ପ୍ରସ୍ତାବରେ ବିଶ୍ୱ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ନେଇ ଅଧ୍ୟକ୍ଷ ରାଷ୍ଟ୍ରର ସାରାଂଶ ଓ ପରିଣାମ ଦସ୍ତାବିଜ୍‌ ପ୍ରତିଫଳିତ ହୋଇଥିଲା। ବହିର୍ବ୍ୟାପାର ମନ୍ତ୍ରୀମାନେ ଆତଙ୍କବାଦର ନିନ୍ଦା କରିଥିଲେ। ମିଳିତ ବିବୃତିକୁ ରୁଷିଆ ଏବଂ ଚାଇନା ସମର୍ଥନ କଲେ ନାହିଁ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରେ ବ୍ଲିଙ୍କେନ ଏବଂ ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭରୋଭ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହୋଇଥିଲେ। ବୈଠକ ଆରମ୍ଭରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଚ୍ୟାଲେଞ୍ଜ ମୁକାବିଲା କ୍ଷେତ୍ରରେ ସହମତି ହାସଲ ପାଇଁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ, ବନ୍ଦ ଘରୁ ସୁନାଗହଣା ସହ ୩ ଲକ୍ଷ ଲୁଟିନେଲେ…

କଲ୍ୟାଣସିଂହପୁର,୨୫।୪(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦିନକୁ ଦିନ ଚୋରି ଓ ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କଲ୍ୟାଣସିଂହପୁର ଦାନୁ ସାହିରେ ସୁଶାନ୍ତ…

ଦିଲ୍ଲୀ କ୍ୟାପିଟାଲ ଖେଳାଳି ଲୁଙ୍ଗି ଏନ୍‌ଗିଡି ଗୁରୁତର

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ଲୁଙ୍ଗି ଏନ୍‌ଗିଡି ଗୁରୁତର ଆହତ ହୋଇଛନ୍ତି। ପଞ୍ଜାବ ଇନିଂସର ତୃତୀୟ ଓଭରରେ ଫିଲ୍ଡିଂ କରୁଥିବା ବେଳେ…

ଆମେରିକା ସହିତ ଆଲୋଚନା ପୂର୍ବରୁ ହର୍ମୁଜକୁ ନେଇ ଚେତାବନୀ ଦେଲା ଇରାନ, ଆମେ ପୁଣି ପ୍ରତିଶୋଧ ନେବୁ…

ତେହରାନ,୨୫ା୪: ଏକ ଇରାନୀ ପ୍ରତିନିଧି ଦଳ ବର୍ତ୍ତମାନ ପାକିସ୍ତାନରେ ଉପସ୍ଥିତ ଅଛନ୍ତି । ଦେଶର ବୈଦେଶିକ ମନ୍ତ୍ରୀ ନିଜେ ଏହି ଦଳର ନେତୃତ୍ୱ ନେଉଛନ୍ତି । ଆମେରିକା…

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଧରାପଡ଼ିଲେ ଫେରାର ଅଭିଯୁକ୍ତ ସ୍ୱାମୀ

ଖଜୁରିପଡ଼ା,୨୫ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା ଘଟଣାରେ ଶନିବାର ସ୍ୱାମୀ ଗିରଫ ହୋଇଛନ୍ତି।…

ହରଭଜନ ସିଂଙ୍କ ଘର ବାହାରେ ପ୍ରବଳ ହଙ୍ଗାମା, କାନ୍ଥରେ ଦେଶଦ୍ରୋହୀ ଲେଖିଲେ AAP କର୍ମୀ

ନୂଆଦିଲ୍ଲୀ,୨୫ା୪: ଆମ ଆଦମୀ ପାର୍ଟି (ଆପ)ର ଅନେକ ରାଜ୍ୟ ସଭା ଏମପି ଭାଜପାରେ ଯୋଗଦେବା ପରେ ପଞ୍ଜାବରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି । ଦଳର କର୍ମୀମାନଙ୍କ…

ପାନୀୟ ଜଳ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ପୁରୁଷୋତ୍ତମପୁର,୨୫ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ପାନୀୟ ଜଳ ଲାଗି ମହିଳାମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ପାଣି ଯୋଗାଇଦେବାକୁ ଦାବିକରି ବ୍ରହ୍ମପୁର-ପୁରୁଷୋତ୍ତମପୁର…

ଭାଜପାରେ ଯୋଗ ଦେବାର ୨୪ ଘଣ୍ଟା ଭିତରେ ରାଘବଙ୍କୁ ବଡ଼ ଝଟ୍‌କା, ହଠାତ୍‌ ହରାଇଲେ…

ନୂଆଦିଲ୍ଲୀ,୨୫ା୪: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଛାଡ଼ି ଭାଜପାରେ ଯୋଗ ଦେଇଥିବା ଏମ୍‌ପି ରାଘବ ଚଢ଼ାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ…

ରାଘବ ଛାଡିଲେ AAP, ହେଲେ କାହିଁକି ଭାଇରାଲ ହେଉଛି ପରିଣୀତିଙ୍କ ପୁରୁଣା ଭିଡ଼ିଓ? ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ

ମୁମ୍ବାଇ,୨୫।୪: ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ଦମ୍ପତି। ସେମାନେ ସେମାନଙ୍କର ଲଭଲି କେମେଷ୍ଟ୍ରି ଏବଂ ସାଧାରଣରେ ବାରମ୍ବାର ଏକାଠି ଦେଖାଯିବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri