Posted inଜାତୀୟ

ଜି-୨୦ ବହିର୍ବ୍ୟାପାର ମନ୍ତ୍ରୀ ସମ୍ମିଳନୀରେ ମତଭେଦ

ନୂଆଦିଲ୍ଲୀ, ୩ା୩(ପି.ଟି.): ଜି-୨୦ ରାଷ୍ଟ୍ରସମୂହର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସହମତି ହାସଲ ଲାଗି ଆୟୋଜକ ଭାରତର ଜୋର୍‌ଦାର ଉଦ୍ୟମ ସତ୍ତ୍ୱେ ୟୁକ୍ରେନ୍‌ ବିବାଦ ଉପରେ ତୀବ୍ର ମତଭେଦ ପ୍ରକାଶ ପାଇଥିଲା। ତେଣୁ ସମ୍ମିଳନୀର ନିଷ୍କର୍ଷ ସମ୍ପର୍କରେ ମିଳିତ ବିବୃତି ଆସିପାରିଲା ନାହିଁ। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି, ବୈଠକରେ ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇଥିଲା। ତେବେ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ରୁଷିଆ-ଚାଇନା ମଧ୍ୟରେ ମତଭେଦ ଦେଖାଦେଇଥିଲା। ଜି-୨୦ ପ୍ରସ୍ତାବରେ ବିଶ୍ୱ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ନେଇ ଅଧ୍ୟକ୍ଷ ରାଷ୍ଟ୍ରର ସାରାଂଶ ଓ ପରିଣାମ ଦସ୍ତାବିଜ୍‌ ପ୍ରତିଫଳିତ ହୋଇଥିଲା। ବହିର୍ବ୍ୟାପାର ମନ୍ତ୍ରୀମାନେ ଆତଙ୍କବାଦର ନିନ୍ଦା କରିଥିଲେ। ମିଳିତ ବିବୃତିକୁ ରୁଷିଆ ଏବଂ ଚାଇନା ସମର୍ଥନ କଲେ ନାହିଁ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରେ ବ୍ଲିଙ୍କେନ ଏବଂ ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭରୋଭ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହୋଇଥିଲେ। ବୈଠକ ଆରମ୍ଭରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଚ୍ୟାଲେଞ୍ଜ ମୁକାବିଲା କ୍ଷେତ୍ରରେ ସହମତି ହାସଲ ପାଇଁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଅମିତାଭ ବଚ୍ଚନ ମୋତେ କରନ୍ତି ଫୋନ: ଅଭିନେତ୍ରୀ ଦିବ୍ୟା ଦତ୍ତ କଲେ ବଡ଼ ଖୁଲାସା

ଅମିତାଭ ବଚ୍ଚନ ବଲିଉଡର ‘ଶେହନଶା’। ଅନେକ ବ୍ଲକବଷ୍ଟର ଫିଲ୍ମ ଜରିଆରେ ସେ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ରାଜ କରିଆସୁଛନ୍ତି। କେବଳ ଅଭିନୟ ନୁହେଁ, ଉତ୍ତମ ସ୍ବଭାବ…

ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, PUC ସାର୍ଟିଫିକେଟ୍ ବିନା ମିଳିବନି ପେଟ୍ରୋଲ!

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୁଧବାର ଦିନ ବଡ଼ ଘୋଷଣା କରିଛନ୍ତି । ଯାନବାହନ ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ…

ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସୁରକ୍ଷା ଦାବିରେ ବିକ୍ଷୋଭ

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି , ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା…

ଗ୍ରାହକଙ୍କୁ ଲୁହାରଡ୍‌ରେ ପିଟିଲେ ବ୍ୟାଙ୍କ କ୍ୟାଶିୟର, ଟଙ୍କା କାହିଁକି ମିଳୁନି ପଚାରିବାରୁ…

ଧୂଷୁରୀ,୨୩ା୪(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନରେ ଥିବା ଏସ୍‌ବିଆଇ ଆରଡ଼ି ଶାଖାର କ୍ୟାଶିୟର ଜଣେ ଗ୍ରାହକ(ଛାତ୍ର)ଙ୍କୁ ବୁଧବାର ପୂର୍ବାହ୍ନରେ ଲୁହାରଡ୍‌ରେ…

‘ମୁଁ ପ୍ରତ୍ୟେକ ମ୍ୟାଚ୍ ପୂର୍ବରୁ କାର୍ଟୁନ୍ ଦେଖେ…’ କାହିଁକି ଏଭଳି କହିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୩।୪: ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଥିଲା । ଯେତେବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଅଧିଗ୍ରହଣ କରିଥିଲା, ସେତେବେଳେ ସେ ମାତ୍ର ୧୩ ବର୍ଷ ବୟସର…

ହଠାତ୍‌ ଫ୍ଲପ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ: ଖୋଲିଗଲା ପୋଲ୍‌

ନୂଆଦିଲ୍ଲୀ,୨୩।୪: IPL 2026ର ପ୍ରଥମ ଚାରି ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ କରିଥିଲେ। କିଛି ଦିନ ପାଇଁ ସେ ଅରେଞ୍ଜ କ୍ୟାପ ମଧ୍ୟ ରଖିଥିଲେ। କିନ୍ତୁ…

ନିଜ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲେ ଯୁବକ, ବାଟରେ ପିଟିଦେଲା ବସ୍‌, ଆଉ ତା’ ପରେ…

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଗୁରୁବାର ସକାଳେ ଏକ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।…

ପେଣ୍ଟାଗନର ଚେତାବନୀ; ବନ୍ଦ ରହିବ ହର୍ମୁଜ ପ୍ରଣାଳୀ, ବଢ଼ିବ ତେଲ ଦର!

ନୂଆଦିଲ୍ଲୀ,୨୩।୪: ଯଦିଓ ଇରାନ ଏବଂ ଆମେରିକା ମଧ୍ୟରେ ଏକ ସ୍ଥାୟୀ ଯୁଦ୍ଧବିରତି ସ୍ଥିର ହୁଏ, ଏହାର ଅର୍ଥ ନୁହେଁ ଯେ ପରିସ୍ଥିତି ତୁରନ୍ତ ସ୍ୱାଭାବିକ ହେବ । ବିଶେଷକରି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri