‘ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି’

ବ୍ରହ୍ମପୁର ଅଫିସ୍‌, ୧୨ା୯-ଦେଶର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ଓ ବନଜୀବୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦର ଉଦ୍ୟମ ତଥା ଭାରତୀୟ ଜଙ୍ଗଲ ଆଇନ -୧୯୨୭ରେ ପ୍ରସ୍ତାବିତ ସଂଶୋଧନକୁ ତୀବ୍ର ବିରୋଧ କରିଛି ଅଖିଳ ଭାରତ କିଷାନ୍‌ ମଜଦୁର ସଭା(ଏଆଇକେଏମ୍‌ଏସ୍‌)। ବୁଧବାର ସଂଗଠନର ନେତୃତ୍ୱରେ ଗଞ୍ଜାମ, କନ୍ଧମାଳ ଏବଂ ଗଜପତି ଜିଲାର ବହୁ ଆଦିବାସୀ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଂଶୋଧନ ବିରୋଧରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି। ଯଦି ଏଭଳି ହୁଏ, ଭୟଙ୍କର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ସଂଗଠନ ଚେତାଇ ଦେଇଛି।
ପୁରୁଷ ପୁରୁଷ ଧରି ଜଙ୍ଗଲ ଉପରେ ନିର୍ଭର କରି ଆସୁଥିବା ଦେଶର ପ୍ରାୟ ପନ୍ଦର କୋଟି ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନଜୀବୀଙ୍କୁ ଆଇନଗତ ଅଧିକାର ଦେବା ଉଦ୍ଦେଶ୍ୟରେ ୨୦୦୬ରେ ଯେଉଁ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହୋଇଥିଲା, ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ଏଥିରେ ଜଙ୍ଗଲ ଉପରେ ଲୋକଙ୍କ ବ୍ୟକ୍ତିଗତ ଅଧିକାର, ସାମୂହିକ ଅଧିକାର, ଗୋଷ୍ଠୀ ଜଙ୍ଗଲ ଅଧିକାର, ସାଂସ୍କୃତିକ ଅଧିକାର, ପ୍ରାକୃତିକ ବାସସ୍ଥାନ ଅଧିକାର ଆଦି ଅନେକ ଅଧିକାର ଥିଲେ ବି ସରକାର କେବଳ ମାତ୍ର କିଛି ଡ଼େସିମିଲ ଜମି ଉପରେ ବ୍ୟକ୍ତିଗତ ପଟ୍ଟା ଦେଇ ନିଜର ଦାୟିତ୍ୱରୁ ଓହରିଯାଉଛନ୍ତି। ବର୍ଷ ବର୍ଷ ଧରି ଲୋକେ ଆବେଦନ କରିଥିବା ପଟ୍ଟା ଦରଖାସ୍ତ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବେଳେ ବିଭିନ୍ନ ଆଳରେ ମନଇଚ୍ଛା ଦରଖାସ୍ତକୁ ଖାରଜ କରି ଦିଆଯାଉଛି। ଖଣି ଓ କାରଖାନାର ସମ୍ଭାବନା ଥିବା ଜଙ୍ଗଲ ଜମିରେ ଜାଣିଶୁଣି ଲୋକଙ୍କୁ ପଟ୍ଟା ଦିଆଯାଉନି। ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ଲାଗି ତଥା କେନ୍ଦ୍ରର ମୋଦି ସରକାରର ଷଡ଼ଯନ୍ତ୍ରମୂଳକ ଭୂମିକା ଲାଗି ନିକଟ ଅତୀତରେ ସୁପ୍ରିମକୋର୍ଟ ଜଙ୍ଗଲ ଜମିରୁ ଆବେଦନ ଖାରଜ ହୋଇଥିବା ପ୍ରାୟ ୧୧ ଲକ୍ଷ ପରିବାରଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଜନ ବିରୋଧୀ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯେ କୌଣସି ଉଦ୍ୟମକୁ ତୀବ୍ର ବିରୋଧ କରାଯିବ ବୋଲି ବିକ୍ଷୋଭ ବେଳେ ଆଦିବାସୀମାନେ ଚେତାବନୀ ଦେଇଛନ୍ତି। କର୍ପୋରେଟ୍‌ମାନଙ୍କ ସ୍ବାର୍ଥରେ ଦେଶର ଅନେକ ଜନ ସପକ୍ଷବାଦୀ ଆଇନକୁ ସଂଶୋଧନ କରି ଆସିଥିବା କେନ୍ଦ୍ରର ମୋଦି ସରକାର ଇତି ମଧ୍ୟରେ ଭାରତୀୟ ଜଙ୍ଗଲ ଆଇନ – ୧୯୨୭କୁ ସଂଶୋଧନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ଆଦିବାସୀ ଓ ବନଜୀବୀଙ୍କୁ ଦମନ କରିବାକୁ ଜଙ୍ଗଲ କର୍ମଚାରୀମାନଙ୍କୁ ଅଧିକ କ୍ଷମତା ଦେବ ଏବଂ ଲୋକଙ୍କ ଜଙ୍ଗଲ ଉପରେ ଥିବା ଅଧିକାରକୁ ଛଡ଼େଇ ନେବ। ଏଥିରେ ଜଙ୍ଗଲ ରକ୍ଷା ନଁାରେ ସମସ୍ତ ଜଙ୍ଗଲ କର୍ମଚାରୀଙ୍କୁ ଆଗ୍ନେୟାସ୍ତ୍ର ଯୋଗାଇବାକୁ ତଥା ଯେତେବେଳେ ଚାହିଁଲେ ସେମାନେ ଲୋକଙ୍କ ଉପରେ ଗୁଳି ଚଳେଇବାକୁ ଅଧିକାର ଦେଉଛି। ଏପରିକି ଗୁଳି ଚଳାଇଥିବା କର୍ମଚାରୀଙ୍କୁ ଆଇନଗତ ଭାବେ ସୁରକ୍ଷିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି। ଏହା ସହିତ ସରକାର ଚାହିଁଲେ ଜଙ୍ଗଲ ଅଧିକାର ଆଇନ – ୨୦୦୬ରେ ଲୋକଙ୍କୁ ଦେଇଥିବା ଜଙ୍ଗଲ ପଟ୍ଟା ଓ ସ୍ବୀକୃତିକୁ ମଧ୍ୟ ପ୍ରତ୍ୟାହାର କରିବାକୁ ଯେଉଁ ବ୍ୟବସ୍ଥା ରହିଛି ତାହା ଜଙ୍ଗଲ ଅଧିକାର ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ନେତାମାନେ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରୋକ୍ତ ଜନ ବିରୋଧୀ ପଦକ୍ଷେପ ବିରୋଧରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଗଠନର ରାଜ୍ୟ ଉପସଭାପତି କୁଶନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଗଜପତି ଜିଲା ସମ୍ପାଦକ କେଦାର ଶବର, ଚାଷୀ ନେତା ଲଡ଼ୁ କିଶୋର ଡ଼ାକୁଆ, ରାଜ୍ୟ କମିଟି ସଭ୍ୟ ରଘୁନାଥ ନାୟକ, ଆଦିବାସୀ ନେତା କାଡ଼ୁକା ଶବର, ରାଜା ସୁରେଶ, କାରୁକା ଶବର, ମଙ୍ଗଳା ମଳିକ, ମୁରଲୀ ଶବର ଓ ଅର୍ଜୁନ ଗମାଙ୍ଗ ପ୍ରମୁଖ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri