Posted inଖେଳ

ଆଶେସ ପଞ୍ଚମ ଟେଷ୍ଟ : ସିରିଜ୍‌ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଲଣ୍ଡନ,୧୨।୯(ଏଏଫ୍‌ପି)- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଆଶେସର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ଆରମ୍ଭ ହେବ। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଟିମ୍‌ ପେନ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ଫଳରେ ସିରିଜ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍‌ରେ ବିଜୟୀ ହେବା ଜରୁରୀ ହୋଇ ପଡିଛି। ଅନ୍ତିମ ମ୍ୟାଚ୍‌ ଜିତିଲେ ଅଷ୍ଟ୍ରେଲିଆ ୨୦୦୧ ପରେ ପ୍ରଥମ ଥର ପାଇଁ ଇଂଲଣ୍ଡ ମାଟିରେ ଆଶେସ୍‌ ଜିତିବାର ଗୌରବ ଅର୍ଜନ କରିବ। ଅନ୍ୟପଟେ ଘରୋଇ ଇଂଲଣ୍ଡ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜକୁ ସମାନସ୍ତରରେ ବରାବର ରଖି ୨-୨ରେ ଡ୍ର ରଖିବାକୁ ଚେଷ୍ଟା କରିବ।
ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଜବରଦସ୍ତ ଫର୍ମରେ ରହିଛନ୍ତି। ଚଳିତ ସିରିଜ୍‌ରେ ଏପର୍ଯ୍ୟନ୍ତ ସେ ୫ଟି ଇନିଂସରୁ ୧୩୪ ରନ ଆଭରେଜ୍‌ରେ ୬୭୧ ରନ ସଂଗ୍ରହ କରି ଇଂଲଣ୍ଡ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ର଼୍ୟାଙ୍କିଙ୍ଗ୍‌ରେ ସ୍ମିଥ୍‌ ଏବେ ଶୀର୍ଷରେ ରହିଛନ୍ତି। ଏପର୍ଯ୍ୟନ୍ତ ସେ ୩ଟି ଶତକ ହାସଲ କରିବା ସହ ଗୋଟିଏ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଏଥିରେ ଗୋଟିଏ ଦ୍ୱିଶତକ ସାମିଲ ରହିଛି। ସ୍ମିଥ୍‌ଙ୍କୁ ବାଦ୍‌ ଦେଲେ ମାର୍ନସ ଲାବୁସ୍କାନ ବ୍ୟାଟିଂରେ ସ୍ଥିର ପ୍ରଦର୍ଶନ କରିଛନ୍ତି। ବଲ୍‌ ଟ୍ୟାମ୍ପରିଂ ମାମଲାରେ ୧୨ ମାସ ବାସନ୍ଦର ସମ୍ମୁଖୀନ ହୋଇ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ମିଥ୍‌ଙ୍କ ପ୍ରଦର୍ଶନ ଆହୁରି ଉନ୍ନତ ହୋଇଛି। ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବାଉନ୍ସର ଦ୍ୱାରା ଆହତ ହେବା କାରଣରୁ ସେ ୩ଟି ଇନିଂସ ଖେଳିପାରି ନ ଥିଲେ ମଧ୍ୟ ତାଙ୍କର ରନ୍‌ ସଂଗ୍ରହ ହାର କମିନାହିଁ। ଯଦି ସେ ପୂରା ସିରିଜ ଖେଳିଥାନ୍ତେ ତାହାଲେ ଡନ୍‌ ବ୍ରାଡମ୍ୟାନ ୧୯୩୦ରେ ହାସଲ କରିଥିବା ୯୭୪ ରନ ରେକର୍ଡର ନିକଟବର୍ତ୍ତୀ ହୋଇଥାନ୍ତେ।
ଅଷ୍ଟ୍ରେଲୀୟ ଦ୍ରୁତ ବୋଲରମାନେ ମଧ୍ୟ ଏହି ସିରିଜ୍‌ରେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଜୋଶ ହାଜେଲଉଡ ଓ ବିଶ୍ୱର ୧ ନମ୍ବର ଦ୍ରୁତ ବୋଳର ପ୍ୟାଟ୍‌ କୁମିନ୍ସ ମିଳିତ ଭାବେ ଏପର୍ଯ୍ୟନ୍ତ ସିରିଜ୍‌ରେ ୪୨ଟି ଉଇକେଟ ମିଳିତ ଭାବେ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ଦଳର ବ୍ୟାଟ୍ସମ୍ୟାନଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ ଜାରି ରଖିବାକୁ କହିଛନ୍ତି। ସ୍ମିଥ୍‌ଙ୍କ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି। ଏଭଳି ବ୍ୟାଟିଂ ପୂର୍ବରୁ କେବେ ଦେଖିନାହିଁ ବୋଲି ସେ କହିଛନ୍ତି। ଏହା ସତ୍ତ୍ୱେ ସେ ଆହୁରି ଭଲ ପ୍ରଦର୍ଶନ କରିବାକୁ ବ୍ୟାଟ୍ସମ୍ୟାନଙ୍କୁ କହିଛନ୍ତି। ଅଭିଜ୍ଞ ହୁଅନ୍ତୁ କିମ୍ବା ଅନଭିଜ୍ଞ ହୁଅନ୍ତୁ ମ୍ୟାଚ୍‌ ଜିତିବାକୁ ହେଲେ ସମସ୍ତଙ୍କୁ ଭଲ ଖେଳିବାକୁ ପଡିବ।
ଅପରପକ୍ଷରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ତାଙ୍କ ଦଳକୁ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ। ଦିନିକିଆ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଟାଇଟଲ ହାସଲ କରିବା ପରେ ଇଂଲଣ୍ଡ ଘରୋଇ ମାଟିରେ ଚଳିତ ଆଶେସରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ଆଶେସ ବିଫଳତା ପାଇଁ ରୁଟ୍‌ଙ୍କ ପ୍ରଦର୍ଶନ ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୋଚ୍‌ ଟ୍ରେଭର ବେଲିସ୍‌ ଅଧିନାୟକ ରୁଟ୍‌ଙ୍କୁ ସମର୍ଥନ ଜଣାଇଛନ୍ତି। ରୁଟ୍‌ଙ୍କ ଖରାପ୍‌ ଫର୍ମ ଦେଇ ଗତିକରୁଥିବାରୁ ଦଳର ପ୍ରଦର୍ଶନ ପ୍ରଭାବିତ ହେଉଛି। ତେବେ ସବୁବେଳେ ସବୁ ବ୍ୟାଟ୍ସମ୍ୟାନ ସମାନ ପ୍ରଦର୍ଶନ କରି ନ ଥାନ୍ତି। ଅଷ୍ଟ୍ରେଲିଆ ବୋଲରମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି ବୋଲି ବେଲିସ୍‌ କହିଛନ୍ତି।
ମ୍ୟାଚ୍‌ ପାଇଁ ଇଂଲଣ୍ଡ ୧୩ ଜଣିଆ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଖରାପ ଫର୍ମ ଦେଇ ଗତି କରୁଥିବା ଜାସନ ରୟ ଓ କ୍ରେଗ୍‌ ଓଭରଟନଙ୍କୁ ବାଦ୍‌ ଦିଆଯାଇଛି। ଏହି ଦୁଇ ଖେଳାଳିଙ୍କ ସ୍ଥାନରେ କ୍ରିସ୍‌ ଓ୍ବକ୍ସ ଓ ସାମ କୁରାନଙ୍କୁ ସାମିଲ କରାଯାଇଛି। ତାରକା ଇନ୍‌ଫର୍ମ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ତେବେ ଇଞ୍ଜୁରି କାରଣରୁ ସେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବୋଲିଂ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତ ମ୍ୟାଚ୍‌ରେ ସେ ଦ୍ୱିତୀୟ ଇନିଂସରେ ବୋଲିଂ କରି ନ ଥିଲେ। ପ୍ରଥମ ଇନିଂସ ଖେଳିବା ବେଳେ ଷ୍ଟୋକ୍ସ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଯଦି ସେ ବୋଲିଂ କରି ନ ପାରନ୍ତି ତା,ହେଲେ ସେ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଖେଳିବେ। ଷ୍ଟୋକ୍ସ ଇଂଲଣ୍ଡ ପାଇଁ ଦୁଇଟି ଶତକ ସହ ୩୫୪ ରନ କରି ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ବିଫଳ ହୋଇଛନ୍ତି।
ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଅନୁପସ୍ଥିତିରେ ଷ୍ଟୁଆର୍ଟ ବ୍ରଡ ଓ ଆର୍ଚରଙ୍କ ପ୍ରଦର୍ଶନ ଉପରେ ଇଂଲଣ୍ଡର ଭାଗ୍ୟ ନିର୍ଭର କରିବ। ସ୍ମିଥ୍‌ଙ୍କୁ ରୋକିବାରେ ବିଫଳ ହେଲେ ଅଷ୍ଟ୍ରେଲିଆ ୧୮ ବର୍ଷ ପରେ ଇଂଲଣ୍ଡ ମାଟିରେ ଆଶେସ୍‌ ଜିତି ଇତିହାସ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri