ଛାତ୍ରାବାସରୁ ଖସି ଆସିଥିବା ୪ ଛାତ୍ରଙ୍କୁ ଉଦ୍ଧାର ପରେ ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର

ଜମନକିରା,୧୫।୧୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ପୋଲିସ ରବିବାର ୪ ଛାତ୍ରଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ କୁଚିଣ୍ଡା ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଛି। ଛାତ୍ରମାନେ ହେଲେ ଜମନକିରା ଥାନା ବଲବସପୁର ନିତ୍ୟା ବଲୁଆଙ୍କ ପୁଅ ପିଙ୍କୁ (୧୨), କୁଚିଣ୍ଡା ଥାନା ଅନ୍ତର୍ଗତ ମନବୋଧ ଗୁରୁଙ୍କ ପୁଅ ବିଷ୍ଣୁ (୧୧), ବଲାଙ୍ଗୀର ଜିଲା ଖରମୁଣ୍ଡା ଗାଁର ଅର୍ଜୁନ ବାରିକଙ୍କ ପୁଅ ଚନ୍ଦ୍ରଶେଖର (୧୧), ଗଜପତି ଜିଲା ରାଇପଙ୍କ ଗାଁର ଦୀନେଶ ମାଝିଙ୍କ ପୁଅ ବିକ୍ରମ (୮) । ସେମାନେ ଭୁବନେଶ୍ୱରର ଏକ ଛାତ୍ରାବାସରେ ରହୁଥିବା କହିଛନ୍ତି।
ପୋଲିସର ସୂଚନା ଅନୁଯାଯୀ, ବିଭିନ୍ନ ମାମଲାରେ ଆଜୀବନ ସଜା କାଟୁଥିବା ୪ ଜଣ ଅଭିଯୁକ୍ତଙ୍କ ପିଲାଙ୍କୁ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରର ଏକ ଛାତ୍ରାବାସରେ ରଖାଯାଇ ପଢ଼ାଯାଉଥିଲା। ତେବେ ସେଠାରେ ଠିକ୍‌ରେ ଖାଦ୍ୟପେୟ ମିଳୁ ନ ଥିବା ଯୋଗୁ ଶନିବାର ସେଠାରୁ ଚାଲି ଯାଇଥିଲେ। ସେମାନେ ପ୍ରଥମେ ଛାତ୍ରାବାସରୁ ବାହାରି ଟ୍ରେନ ଯୋଗେ ସମ୍ବଲପୁର ଯାଇଥିଲେ। ଭୋର ସମୟରେ ଜମନକିରାକୁ ଆସିବା ପାଇଁ ଏକ ଘରୋଇ ବସ୍‌ରେ ବସିଥିଲେ। ବଡ଼ରମା ମନ୍ଦିର ନିକଟରେ ବସ୍‌ କଣ୍ଡକ୍ଟର ଛାତ୍ରମାନଙ୍କୁ ଭଡ଼ା ମାଗିବାରୁ ସେମାନେ ଟଙ୍କା ନ ଥିବା କହିଥିଲେ। ଏଥିରେ କଣ୍ଡକ୍ଟର ତାଗିଦ କରିବା ବେଳେ ଜମନକିରା କଦଳୀମୁଣ୍ଡାର ଜନୈକ ଅଙ୍ଗନଓ୍ବାଡି କର୍ମୀ ପିଲାଙ୍କ ଭଡ଼ା ଦେବା ସହ ନିଜ ଘରକୁ ନେଇ ଖାଇବାକୁ ଦେଇ ପୋଲିସକୁ ଜଣାଇଥିଲେ। ପୋଲିସ ସେମାନଙ୍କୁ ଉଦ୍ଧାର କରି କୁଚିଣ୍ଡା ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri