ଚୋରାଚାଲାଣ କରୁଥିବା ଗାଡ଼ି ରେଜିଷ୍ଟ୍ରେଶନ ରଦ୍ଦ ହେବ

ଛତ୍ରପୁର,୧୨ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ତଥା ବାଲି ମୋରମ ଆଦି ଚୋରାଚାଲାଣ କରୁଥିବା ଗାଡିଗୁଡିକ ଉପରେ ଏଣିକି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଲଘୁ ଖଣିଜ ଚୋରାଚାଲାଣ କରୁଥିବା ଗାଡ଼ିର ରେଜିଷ୍ଟ୍ରେଶନ ରଦ୍ଦ କରାଯିବ। ଫଳରେ ଉକ୍ତ ଗାଡି କୌଣସି ପରିସ୍ଥିତିରେ ଆଉ ରାସ୍ତାକୁ ବାହାରି ପାରିବ ନାହିଁ। ମାଫିଆଙ୍କ ଉପରେ ଲଗାମ କଷିବା ପାଇଁ ଏପରି ଦୃଢ଼ ନିଷ୍ପତ୍ତିି ନେବାକୁ ଜିଲାପାଳ ବୈଠକରେ ଉପସ୍ଥିତ ତହସିଲଦାର ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଇନ ଅନୁମୋଦିତ ଖଣିଗୁଡିକର ଲାଇସେନ୍ସ ପ୍ରଦାନରେ ବିଳମ୍ବ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ସମସ୍ୟା ହାତ ପାଆନ୍ତାରେ ସମାଧାନ କରିବା ପାଇଁ ଜିଲାର ବିଭିନ୍ନ ଅପହଞ୍ଚ ଇଲାକାରେ ମହାସମାଧାନ ଶିବିର ଆୟୋଜନ କରାଯିବ। ଜିଲାପାଳ ଏବଂ ବିଭାଗୀୟ କର୍ମଚାରୀ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ତତକ୍ଷଣାତ୍‌ ସମାଧାନ ପନ୍ଥା ଗ୍ରହଣ କରିବେ। ଜିଲାପାଳ ଜିରୋ ପେଣ୍ଡେନ୍ସି ଅଫ୍‌ ୱାର୍କ ଘୋଷଣା କରିଛନ୍ତି। କୌଣସି କର୍ମଚାରୀ ପାଖରେ କୌଣସି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବ ନାହିଁ। କାମ ପଡି ରହିଲେ କର୍ମଚାରୀଙ୍କ ବିରୋଧରେ ସମୁଚିତ ଦଣ୍ଡବିଧାନ କରାଯିବ। କାର୍ଯ୍ୟାଳୟରେ ଅଧିଗ୍ରହଣ ଚିଠିଗୁଡିକ ରୀତିମତ ରେଜିଷ୍ଟରରେ ଉଲ୍ଲେଖ ରହିବ। ଏଥିରେ ଅବହେଳା କଲେ କର୍ମଚାରୀଙ୍କ ଦରମା ବନ୍ଦ କରାଯିବ। ପ୍ରତ୍ୟେକ କାର୍ଯ୍ୟର ରୂପାୟନ ସମୟ ଭିତରେ କରାଯିବ। ତହସିଲଦାରମାନେ ଜନସାଧାରଣଙ୍କ ଅଧିକ ସୁବିଧାଭାଜନ ହେବେ। ସରକାରୀ ଜମି ଜବରଦଖଲ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଜିଲାପାଳ କହିଥିଲେ। ଯେଉଁମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ଜମି ଜବରଦଖଲ କରିଛନ୍ତି, ସେମାନଙ୍କ ଘର ତୁରନ୍ତ ଭଙ୍ଗାଯିବ। ଜମିଜମା ଦାଖଲ ଓ ଖାରଜ ଏବଂ ରେଜିଷ୍ଟ୍ରେଶନ୍‌ ସମ୍ବନ୍ଧୀୟ ନିୟମାବଳୀ ଜନସାଧାରଣଙ୍କ ଅବଗତି ନିମନ୍ତେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ଜିଲା ପ୍ରଶାସନ ପକ୍ଷରୁ ମାଗଣାରେ ବଣ୍ଟାଯିବ। ଏହାଦ୍ୱାରା ସାଧାରଣ ଜନତା ଜମିଜମା ବାବଦରେ ମଧ୍ୟସ୍ଥଙ୍କ ଦ୍ୱାରା ହତାଶ ହେବେ ନାହିଁ। ଜିଲାରେ ପାଣି ପାଉଚ୍‌ ସମ୍ପୂର୍ଣ୍ଣ ନିଷେଧ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ସରକାରୀ କାର୍ଯ୍ୟରେ ପାଣି ପାଉଚ୍‌ ବ୍ୟବହାର କରାଯିବ ନାହିଁ। ପାଣି ପାଉଚ୍‌ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ସିଲ୍‌ କରାଯିବ ଏବଂ ପାଣି ପାଉଚ୍‌ ପରିବହନ କରୁଥିବା ଗାଡି ଜବତ କରାଯାଇ ଜରିମାନା କରାଯିବାକୁ କୁହାଯାଇଛି। ପେଟ୍ରୋଲ ପମ୍ପରେ ହେଲମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ ନିୟମ କଡାକଡି ହେବ। ନୂତନ ଭାବେ ତିଆରି ହେବାକୁ ଥିବା ଅଙ୍ଗନୱାଡି କେନ୍ଦ୍ର ପାଇଁ ନିକଟସ୍ଥ ବିଦ୍ୟାଳୟ ପରିସରରେ ସ୍ଥାନ ନିରୂପଣ କରି ସାତ ଦିନ ମଧ୍ୟରେ ସମ୍ପୃକ୍ତ ବିଭାଗକୁ ଜଣାଇବା ପାଇଁ ଜିଲାପାଳ ବୈଠକରେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲା ରାଜସ୍ବ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲେ ବି ୨୪ ଘଣ୍ଟା ସତର୍କ ରହିବାକୁ ଜିଳାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର,୨୦ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା…

ବାତ୍ୟା ଅକ୍ୱାନର ତାଣ୍ଡବ: ତାରାତାରିଣୀ ପାହାଡ଼ରେ ଭୂସ୍ଖଳନ

ପୁରୁଷୋତ୍ତମପୁର,୨୦ା୧୧(ସବିତା ମିଶ୍ର): ବାତ୍ୟା ଅକ୍ୱାନ୍‌ର ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଏବେ ବିପଦ ଡାକି ଆଣିଛି। ପ୍ରବଳ ବର୍ଷା ଯୋଗୁ ଦକ୍ଷିଣଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’…

ଅକ୍ବାନ ପ୍ରଭାବରେ ଦିଗପହଣ୍ଡି ଜଳବନ୍ଦୀ, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ସାହିରେ ପଶିଲା ନର୍ଦ୍ଦମା ପାଣି

ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଅକ୍ୱାନ ପ୍ରଭାବରେ ଦିଗପହଣ୍ଡିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ…

ବାତ୍ୟା ‘ଅକ୍ୱାନ’ ପାଇଁ ସଜାଗ ଗଞ୍ଜାମ ଏନ୍‌ଏସି: ଥଇଥାନ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଲେ ଇଓ, ୧୦୨ ଜଣଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆସନ୍ତାକାଲି ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି…

ବାତ୍ୟା ‘ଅକ୍ୱାନ’ ପାଇଁ ବଡ଼ ନିଷ୍ପତ୍ତି: ଗଞ୍ଜାମରେ ଆସନ୍ତାକାଲି ଗଡ଼ିବନି ବସ୍ କି ଟ୍ରକ୍

ଛତ୍ରପୁର, ୧୯।୧୧ (ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ…

ବାତ୍ୟା ପାଇଁ ହାଇଆଲର୍ଟ: ଡହ-ଭଞ୍ଜନଗର ଜଳଭଣ୍ଡାର ପରିଦର୍ଶନ ସ୍ଥିତି ପରଖିଲେ ପରିବହନ ମନ୍ତ୍ରୀ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଗୁରୁବାର ରାତିରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ…

ମାଡ଼ି ଆସୁଛି ବାତ୍ୟା ‘ଅକ୍ୱାନ’: ଆତଙ୍କିତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ

ଗଞ୍ଜାମ,୧୯।୧୧(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବର ତାଣ୍ଡବ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ବାତ୍ୟା ଅକ୍ୱାନକୁ ନେଇ ଚିନ୍ତାରେ ଅଞ୍ଚଳବାସୀ l ବାତ୍ୟା ଅକ୍ୱାନ…

ଅଶାନ୍ତ ସମୁଦ୍ରରେ ଫସିଲେ ଆନ୍ଧ୍ର ମତ୍ସ୍ୟଜୀବୀ, ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୧୯।୧୧(ଦିଲ୍ଲୀପି ସାମଲ): ସମ୍ଭାବ୍ୟ ବାତ୍ୟା ଓ ସମୁଦ୍ରର ଅଶାନ୍ତ ପରିସ୍ଥିତି ଯୋଗୁ ନିଜ ଅଞ୍ଚଳକୁ ଫେରି ନ ପାରି ଓଡ଼ିଶା ଉପକୂଳରେ ଆଶ୍ରୟ ନେଇଛନ୍ତି ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?