ଚୋରାଚାଲାଣ କରୁଥିବା ଗାଡ଼ି ରେଜିଷ୍ଟ୍ରେଶନ ରଦ୍ଦ ହେବ

ଛତ୍ରପୁର,୧୨ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ତଥା ବାଲି ମୋରମ ଆଦି ଚୋରାଚାଲାଣ କରୁଥିବା ଗାଡିଗୁଡିକ ଉପରେ ଏଣିକି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଲଘୁ ଖଣିଜ ଚୋରାଚାଲାଣ କରୁଥିବା ଗାଡ଼ିର ରେଜିଷ୍ଟ୍ରେଶନ ରଦ୍ଦ କରାଯିବ। ଫଳରେ ଉକ୍ତ ଗାଡି କୌଣସି ପରିସ୍ଥିତିରେ ଆଉ ରାସ୍ତାକୁ ବାହାରି ପାରିବ ନାହିଁ। ମାଫିଆଙ୍କ ଉପରେ ଲଗାମ କଷିବା ପାଇଁ ଏପରି ଦୃଢ଼ ନିଷ୍ପତ୍ତିି ନେବାକୁ ଜିଲାପାଳ ବୈଠକରେ ଉପସ୍ଥିତ ତହସିଲଦାର ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଇନ ଅନୁମୋଦିତ ଖଣିଗୁଡିକର ଲାଇସେନ୍ସ ପ୍ରଦାନରେ ବିଳମ୍ବ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ସମସ୍ୟା ହାତ ପାଆନ୍ତାରେ ସମାଧାନ କରିବା ପାଇଁ ଜିଲାର ବିଭିନ୍ନ ଅପହଞ୍ଚ ଇଲାକାରେ ମହାସମାଧାନ ଶିବିର ଆୟୋଜନ କରାଯିବ। ଜିଲାପାଳ ଏବଂ ବିଭାଗୀୟ କର୍ମଚାରୀ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ତତକ୍ଷଣାତ୍‌ ସମାଧାନ ପନ୍ଥା ଗ୍ରହଣ କରିବେ। ଜିଲାପାଳ ଜିରୋ ପେଣ୍ଡେନ୍ସି ଅଫ୍‌ ୱାର୍କ ଘୋଷଣା କରିଛନ୍ତି। କୌଣସି କର୍ମଚାରୀ ପାଖରେ କୌଣସି ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବ ନାହିଁ। କାମ ପଡି ରହିଲେ କର୍ମଚାରୀଙ୍କ ବିରୋଧରେ ସମୁଚିତ ଦଣ୍ଡବିଧାନ କରାଯିବ। କାର୍ଯ୍ୟାଳୟରେ ଅଧିଗ୍ରହଣ ଚିଠିଗୁଡିକ ରୀତିମତ ରେଜିଷ୍ଟରରେ ଉଲ୍ଲେଖ ରହିବ। ଏଥିରେ ଅବହେଳା କଲେ କର୍ମଚାରୀଙ୍କ ଦରମା ବନ୍ଦ କରାଯିବ। ପ୍ରତ୍ୟେକ କାର୍ଯ୍ୟର ରୂପାୟନ ସମୟ ଭିତରେ କରାଯିବ। ତହସିଲଦାରମାନେ ଜନସାଧାରଣଙ୍କ ଅଧିକ ସୁବିଧାଭାଜନ ହେବେ। ସରକାରୀ ଜମି ଜବରଦଖଲ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଜିଲାପାଳ କହିଥିଲେ। ଯେଉଁମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ଜମି ଜବରଦଖଲ କରିଛନ୍ତି, ସେମାନଙ୍କ ଘର ତୁରନ୍ତ ଭଙ୍ଗାଯିବ। ଜମିଜମା ଦାଖଲ ଓ ଖାରଜ ଏବଂ ରେଜିଷ୍ଟ୍ରେଶନ୍‌ ସମ୍ବନ୍ଧୀୟ ନିୟମାବଳୀ ଜନସାଧାରଣଙ୍କ ଅବଗତି ନିମନ୍ତେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ଜିଲା ପ୍ରଶାସନ ପକ୍ଷରୁ ମାଗଣାରେ ବଣ୍ଟାଯିବ। ଏହାଦ୍ୱାରା ସାଧାରଣ ଜନତା ଜମିଜମା ବାବଦରେ ମଧ୍ୟସ୍ଥଙ୍କ ଦ୍ୱାରା ହତାଶ ହେବେ ନାହିଁ। ଜିଲାରେ ପାଣି ପାଉଚ୍‌ ସମ୍ପୂର୍ଣ୍ଣ ନିଷେଧ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ସରକାରୀ କାର୍ଯ୍ୟରେ ପାଣି ପାଉଚ୍‌ ବ୍ୟବହାର କରାଯିବ ନାହିଁ। ପାଣି ପାଉଚ୍‌ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ସିଲ୍‌ କରାଯିବ ଏବଂ ପାଣି ପାଉଚ୍‌ ପରିବହନ କରୁଥିବା ଗାଡି ଜବତ କରାଯାଇ ଜରିମାନା କରାଯିବାକୁ କୁହାଯାଇଛି। ପେଟ୍ରୋଲ ପମ୍ପରେ ହେଲମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ ନିୟମ କଡାକଡି ହେବ। ନୂତନ ଭାବେ ତିଆରି ହେବାକୁ ଥିବା ଅଙ୍ଗନୱାଡି କେନ୍ଦ୍ର ପାଇଁ ନିକଟସ୍ଥ ବିଦ୍ୟାଳୟ ପରିସରରେ ସ୍ଥାନ ନିରୂପଣ କରି ସାତ ଦିନ ମଧ୍ୟରେ ସମ୍ପୃକ୍ତ ବିଭାଗକୁ ଜଣାଇବା ପାଇଁ ଜିଲାପାଳ ବୈଠକରେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲା ରାଜସ୍ବ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’…

ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଶୁଭାରମ୍ଭ କଲେ ବିଧାୟକ, ସ୍ଲୋଗାନରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୨।୮(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri