ଚିକିସତ୍ା ଲାଗି ଟଁକା ଅଭାବ୍‌:୩ ବଛର ହେଲା ଖଟେ ପଡ଼ିଛନ୍‌ ପକ୍ଷାଘାତ ରୁଗୀ

ଲାଠୋର, ୨୦ା୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ରୁକୁରାମ ତାଣ୍ଡି(୫୦)। ମାଏକିନା ନୃଜ୍ୟ, ଝି’ ଶିବାନୀ ଆର ପୁଓ ଲଲିତକେ ନେଇ ତାକର ପରିବାର। ଫିଦିନ୍‌ ଜଂଗଲୁ ଜାଲନି କାଠ୍‌ ଆନି ବିକାଭଂଗା କରି ଯାହା କମାସନ ସେଥ୍‌ରେ ତାକର ପରିବାର ଚଲସି। ସବୁ ଠିକ୍‌ଠାକ୍‌ ଚାଲିଥିଲାବେଲେ ଆଏଜ୍‌କେ ୩ ବଛର ତଲେ ସେ ପକ୍ଷାଘାତ ରୋଗ୍‌ରେ ଆକ୍‌ରଁାତ ହେଲେ। ଏହେଦେ ସେ ଖଟେ ପଡ଼ିରହିଛନ୍‌। ଗଧାମଖାନୁ ଆରମ୍‌ କରି ଖାନାପିନା, ଝାଡ଼ାଝପଟ ସବୁ ଖଟେ କରୁଛନ୍‌। ଇଆଡ଼େ ଘରର ଗୁଟେ ବଲି ରୁଜ୍‌ଗାରିଆ ଲୋକ୍‌ ରୋଗ୍‌ରେ ଖଟେ ପଡ଼ି ରହିଲାବେଲେ ଘରର ଥିତି ଦୁହୁଲି ଯାଇଛେ। ଏନ୍‌ତାଥି ପିଲାଛୁଆକର ପାଠ୍‌ପଢ଼ାରେ ଅସବିଧା ଦେଖାଦେଇଛେ। ଇଆଡ଼େ ରୁକୁରାମ ଧାର ଉଧାର କରି ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ା କରେଇ ନିରାଶ ହେଇଛନ୍‌। ଏହେଦେ ପରିବାରଟା ବଡ଼ଭାରି ଅଭାବ ଅନାଟନରେ ଥିଲାବେଲେ ରୁକୁରାମ ଚିକିସତ୍ା ସୁବିଧା ନାଇଁପାଇ କରି ଭଗବାନ ଭରସାରେ ରହିଛନ୍‌। ଇଆଡ଼େ ମାଏକିନା ନୃଜ୍ୟ ପରହର ଘରେ କାମ୍‌ବୁତା କରି ପରିବାର ଚଲଉଛନ୍‌। ସରକାରୀ ସାହାଯ୍‌ କହେଲେ ଇ ଗରିବ୍‌ ପରିବାରକେ ମାସିକ ମିଲୁଛେ ୨୦ କେ.ଜି. ଚାଉଲ। ଏନ୍‌ତା କି ପରିବାରଟା ନିହାତି ଗରିବ୍‌ ଆର ଦୁରଦିନ୍‌ରେ ଗତି କରୁଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଦିଗେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଦୁଖି ପରିବାର ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?