ଚାଲିଚାଲି ଯାଉଥିବା ୪୪ ଶ୍ରମିକ ଉଦ୍ଧାର

ଝାରସୁଗୁଡା ଅଫିସ, ୩୦।୩-ସମଗ୍ର ଦେଶରେ ଲକଡାଉନ ଯୋଗୁଁ ବିଭିନ୍ନ କଳକାରଖାନ ବନ୍ଦ ହୋଇଯାଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାବେ ହଇରାଣ ହରକତ ହେଉଛନ୍ତି। ରବିବାର ଛତିଶଗଡ ରାଜ୍ୟର କେତେକ ଶ୍ରମିକ ଝାରସୁଗୁଡା ରୋଡ ଷ୍ଟେଶନର ରେଳଧାରଣାରେ ଚାଲି ଚାଲି ନିଜ ରାଜ୍ୟକୁ ଯାଉଥିବା ବେଳେ ପ୍ରଶାସନ ଦ୍ୱାରା ଉଦ୍ଧାର ହୋଇଛନ୍ତି। ସୂଚନା ମୁତାବକ ସମ୍ବଲପୁର ଜିଲା ରେଙ୍ଗାଲିସ୍ଥିତ ଏକ କାରଖାନରେ ଏହି ଶ୍ରମିକମାନେ କାର୍ଯ୍ୟ କରୁଥିଲେ। ଲକଡାଉନ ଯୋଗୁଁ କାରଖାନା ବନ୍ଦ ହେବା ପରେ ସେମାନେ ଖାଇବାକୁ ନ ପାଇ ରବିବାର ନିଜ ଗ୍ରାମକୁ ଯିବା ପାଇଁ ଉଦ୍ୟମ କରିଥିଲେ। ରେଙ୍ଗାଲିଠାରୁ ପ୍ରାୟ ୩୫ କିମି ରେଳ ଧାରଣାରେ ଚାଲି ଚାଲି ଯାଉଥିଲେ। ଏ ନେଇ ଝାରସୁଗୁଡା ଜିଲା ପ୍ରଶାସନ ଖବର ପାଇବା ପରେ ଉପଜିଲାପାଳ ଶିବ ଟପ୍ପୋ ଘଟଣାସ୍ଥଳକୁ ଆସି ସେମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ସମ୍ବଲପୁର ପ୍ରଶାସନ ସହିତ ଆଲୋଚନା କରି ସେମାନଙ୍କୁ ଏକ ସ୍ବତନ୍ତ୍ର ଯାନ ଯୋଗେ ସମ୍ବଲପୁର ପଠାଇ ଦିଆଯାଇଥିଲା। ସେଠାରେ ସମ୍ବଲପୁର ଜିଲା ପ୍ରଶାସନ ଦ୍ୱାରା ରହିବା ଓ ଖାଇବା ବନ୍ଦୋବସ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri