ଚାଇନିଜ ଆପ୍‌ ଓ୍ବିଚାର୍ଟକୁ ଟକ୍କର ଦେବାକୁ ପ୍ରସ୍ତୁତି; ଏକାଠି ହେବେ ରିଲାଏନ୍ସ, ଫେସବୁକ

ନୂଆଦିଲ୍ଲୀ,୧୭।୪ : ଚାଇନାର ସୁପର ଆପ୍ଲିକେଶନ ଓ୍ବିଚାର୍ଟକୁ ଟକ୍କରଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ନୂଆ ମଲ୍ଟିପରପସ ଆପ୍‌ ପ୍ରସ୍ତୁତି କରିବା ଲାଗି ଏବେ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍‌ ଏବଂ ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ ଏକାଠି ହୋଇଛନ୍ତି। ହ୍ବାଟ୍ସଆପ୍‌ ପ୍ଲାଟ୍‌ଫର୍ମ ୟୁଜରବେସ୍‌ର ଫାଇଦା ଉଠାଇ ଓ୍ବାଚାର୍ଟକୁ ପଛରେ ପକାଇବା ଲାଗି ଏହି ଦୁଇ ଗ୍ରୁପ୍‌ ଏବେ ସମ୍ଭାବନା ସନ୍ଧାନରେ ରହିଥିବା ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମ ଅଧୀନ ୨ କମ୍ପାନୀ ପ୍ରକଳ୍ପ ଲାଗି ପାଣ୍ଠି, ଟେକ୍ନିକାଲ ସହାୟତା ଏବଂ ଡୋମେନ କ୍ଷେତ୍ରରେ କାମ କରିବେ ବୋଲି ଜଣାପଡିଛି। ମିଡିଆ ରିପୋର୍ଟ ମୁତାବକ ଏଭଳି ଆପ୍‌ କାର୍ଯ୍ୟକାରୀ ହେଲେ ୟୁଜର ରିଲାଏନ୍ସ ରିଟେଲ ଷ୍ଟୋର ଏବଂ ଜିଓ ଡଟ୍‌ କମ୍‌ରେ କିରାନା ସାମଗ୍ରୀ କ୍ରୟ କରିବାକୁ ସକ୍ଷମ ହୋଇପାରିବେ। ଜିଓ ମନିର ବ୍ୟବହାର ଉପଯୋଗ ଗ୍ରାହକ ଏଥି ଲାଗି ପେମେଣ୍ଟ ମଧ୍ୟ କରିପାରିବେ। ନୂଆ ଆପ୍ଲିକେଶନରେ ଡିଜିଟାଲ ପେମେଣ୍ଟ, ସୋସିଆଲ ମିଡିଆ, ଗେମିଂ, ଏୟାର ଟିକେଟ ଏବଂ ହୋଟେଲ ବୁକିଂ ଭଳି ସୁବିଧା ମଧ୍ୟ ରହିବ। ଏଭଳି ଏକ ଆପ୍ଲିକେଶନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ସୁବିଧା ପ୍ରଦାନ କରିବ ବୋଲି ବିଶେଷଜ୍ଞ କହୁଛନ୍ତି। ନୂଆ ଯୋଜନାକୁ ରୂପରେଖ ପ୍ରଦାନ କରିବା ଲାଗି ମୋର୍ଗାନ ଷ୍ଟାନଲି ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ନିଯୁକ୍ତ ହୋଇଛି। ଦୁଇ କମ୍ପାନୀର ନୂଆ ଯୋଜନା ଏକ ଷ୍ଟ୍ରାଟେଜିକ ପାର୍ଟନରଶିପ ହେବ, ଯାହା ଫେସ୍‌ବୁକ୍‌ ଏବଂ ରିଲାଏନ୍ସକୁ ଅଲଗା ଭାବେ ପରିଭାଷିତ ହେବ। ନୂଆ ଯୋଜନାର ଚୂଡ଼ାନ୍ତ ରୂପରେଖ ଏଯାଏ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା…

ଶୌଚ ପାଇଁ ଯାଇଥିଲେ ଜମୁନା, ହଠାତ୍‌ ମାଡ଼ିଆସିଲା ହାତୀ: ଆଉ ତା’ପରେ ଯାହା ଘଟିଲା…

ବଣାଇଁ,୬।୬(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡ ତଥା ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳରେ ଏକ ଛଅ ଟିକିଆ ହାତୀପଲ ଘୁରି ବୁଲୁଥିବାବେଳେ ବନ ବିଭାଗ ତାଙ୍କୁ ଘଡାଇଥିଲେ…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri