ଚାଇନିଜ ଆପ୍‌ ଓ୍ବିଚାର୍ଟକୁ ଟକ୍କର ଦେବାକୁ ପ୍ରସ୍ତୁତି; ଏକାଠି ହେବେ ରିଲାଏନ୍ସ, ଫେସବୁକ

ନୂଆଦିଲ୍ଲୀ,୧୭।୪ : ଚାଇନାର ସୁପର ଆପ୍ଲିକେଶନ ଓ୍ବିଚାର୍ଟକୁ ଟକ୍କରଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ନୂଆ ମଲ୍ଟିପରପସ ଆପ୍‌ ପ୍ରସ୍ତୁତି କରିବା ଲାଗି ଏବେ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍‌ ଏବଂ ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ ଏକାଠି ହୋଇଛନ୍ତି। ହ୍ବାଟ୍ସଆପ୍‌ ପ୍ଲାଟ୍‌ଫର୍ମ ୟୁଜରବେସ୍‌ର ଫାଇଦା ଉଠାଇ ଓ୍ବାଚାର୍ଟକୁ ପଛରେ ପକାଇବା ଲାଗି ଏହି ଦୁଇ ଗ୍ରୁପ୍‌ ଏବେ ସମ୍ଭାବନା ସନ୍ଧାନରେ ରହିଥିବା ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମ ଅଧୀନ ୨ କମ୍ପାନୀ ପ୍ରକଳ୍ପ ଲାଗି ପାଣ୍ଠି, ଟେକ୍ନିକାଲ ସହାୟତା ଏବଂ ଡୋମେନ କ୍ଷେତ୍ରରେ କାମ କରିବେ ବୋଲି ଜଣାପଡିଛି। ମିଡିଆ ରିପୋର୍ଟ ମୁତାବକ ଏଭଳି ଆପ୍‌ କାର୍ଯ୍ୟକାରୀ ହେଲେ ୟୁଜର ରିଲାଏନ୍ସ ରିଟେଲ ଷ୍ଟୋର ଏବଂ ଜିଓ ଡଟ୍‌ କମ୍‌ରେ କିରାନା ସାମଗ୍ରୀ କ୍ରୟ କରିବାକୁ ସକ୍ଷମ ହୋଇପାରିବେ। ଜିଓ ମନିର ବ୍ୟବହାର ଉପଯୋଗ ଗ୍ରାହକ ଏଥି ଲାଗି ପେମେଣ୍ଟ ମଧ୍ୟ କରିପାରିବେ। ନୂଆ ଆପ୍ଲିକେଶନରେ ଡିଜିଟାଲ ପେମେଣ୍ଟ, ସୋସିଆଲ ମିଡିଆ, ଗେମିଂ, ଏୟାର ଟିକେଟ ଏବଂ ହୋଟେଲ ବୁକିଂ ଭଳି ସୁବିଧା ମଧ୍ୟ ରହିବ। ଏଭଳି ଏକ ଆପ୍ଲିକେଶନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ସୁବିଧା ପ୍ରଦାନ କରିବ ବୋଲି ବିଶେଷଜ୍ଞ କହୁଛନ୍ତି। ନୂଆ ଯୋଜନାକୁ ରୂପରେଖ ପ୍ରଦାନ କରିବା ଲାଗି ମୋର୍ଗାନ ଷ୍ଟାନଲି ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ନିଯୁକ୍ତ ହୋଇଛି। ଦୁଇ କମ୍ପାନୀର ନୂଆ ଯୋଜନା ଏକ ଷ୍ଟ୍ରାଟେଜିକ ପାର୍ଟନରଶିପ ହେବ, ଯାହା ଫେସ୍‌ବୁକ୍‌ ଏବଂ ରିଲାଏନ୍ସକୁ ଅଲଗା ଭାବେ ପରିଭାଷିତ ହେବ। ନୂଆ ଯୋଜନାର ଚୂଡ଼ାନ୍ତ ରୂପରେଖ ଏଯାଏ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri