ଗୁଣପୁର,୧୭।୪(ଡି.ଏନ୍.ଏ.):ରାୟଗଡା ଜିଲା ରାମନାଗୁଡା ବ୍ଲକ ସୁଲୁଡିସ୍ଥିତ କାଥୋଲିକ ଚର୍ଚ୍ଚରେ ୨୦୦୮ ଅଗଷ୍ଟ ୨୫ରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଏକ ବାଇକ୍ ପୋଡି ଦେଇଥିଲେ। ଏହି ଘଟଣା ଗୁଣପୁର ଏଡିଜେଙ୍କ କୋର୍ଟରେ ବିଚାରାଧୀନ ଥିଲା। ବୁଧବାର ଏହି ଘଟଣାର ରାୟ ପ୍ରକାଶ ପାଇଛି। ଉକ୍ତ ଘଟଣାରେ ୭ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତଙ୍କ ପାଇଁ ବିଶ୍ୱନାଥ ସାହୁ ଏବଂ ସରକାରଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ସେନାପତି ମାମଲା ପରିଚାଳନା କରୁଥିଲେ।
ପ୍ରକାଶ ଯେ, ୨୦୦୮ ଅଗଷ୍ଟ ୨୫ରେ ସୁଲୁଡି ଗ୍ରାମସ୍ଥିତ ଚର୍ଚ୍ଚକୁ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭାଙ୍ଗିବା ଓ ଏକ ବାଇକ୍ ପୋଡି ଦେଇଥିବା ନେଇ ଗୁଣପୁର ଥାନାରେ ଅଭିଯୋଗ ହୋଇଥିଲା। ୨୭ ତାରିଖରେ ଚର୍ଚ୍ଚର ଫାଦର ମାଥ୍ୟୁ ନାୟକଙ୍କ ଅଭିଯୋଗ କ୍ରମେ ପୋଲିସ ହୃଷୀକେଶ ପାତ୍ର, ବାଳକୃଷ୍ଣ ପଣ୍ଡା, ନବୀନ ଚନ୍ଦ୍ର ନାୟକ, ବୃନ୍ଦାବନ ସେନାପତି, ଉମା ଶଙ୍କର କଂସବେହେରା, କେ.ଗୌରୀ ଏବଂ ଅମିତ କୁମାର ସାହୁଙ୍କ ନାମରେ ମାମଲା ରୁଜୁ କରିଥିଲା। ଏହି ମାମଲାର ବିଚାର ଗୁଣପୁର କୋର୍ଟରେ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଗୁଣପୁର ଏଡିଜେ ନିଶୀଥ ନିଶ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲା ରୁଜୁ ହେବା ପରେ ଅଭିଯୁକ୍ତମାନେ ଜାମିନରେ ଥିଲେ। ସୂଚନାଯୋଗ୍ୟ, ୨୦୦୮ ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଅବସରରେ କନ୍ଧମାଳର ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଆତତାୟୀମାନେ ହତ୍ୟା କରିଥିଲେ। ଓଡିଶାର ବିଭିନ୍ନ ସ୍ଥାନରେ ଏହା ପ୍ରଭାବରେ ହିଂସା ଘଟିଥିଲା। ଏହି ହତ୍ୟାକାଣ୍ଡର ପ୍ରଭାବ ସେତେବେଳେ ରାୟଗଡା ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥିଲା।
କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ
ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…
ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…
ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଆରମ୍ଭ
କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…
ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…
ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍, ବାପାଙ୍କୁ ଆସିଲା ଏମିତି କଲ୍…
ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…
ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ଆର୍ଆଇ, ଆଉ ତା’ପରେ…
ଗୁଣପୁର,୧୫।୭(ସୁଜାତା ପାଢ଼ୀ/ ସଂକେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ…
Archives

