ଘାତ ପ୍ରତିଘାତରେ ଝଲସିଛି ପ୍ରତିଭା

ବନ୍ତ, ୨୮।୫ (ଡି.ଏନ.ଏ.) – ପିଲାଟି ବେଳୁ ବହୁ ଘାତପ୍ରତିଘାତ ମଧ୍ୟରେ ସଂଗ୍ରାମ କରି ନିଜ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି ଜଳଧର। ହାରମୋନିୟମ ସାଙ୍ଗକୁ ତବଲା ବାଦନରେ ସେ ବେଶ୍‌ ଧୂରୀଣ। ଏଥିସହ କଣ୍ଠର ଯାଦୁ ଦେଖାଇ ସମସ୍ତଙ୍କୁ ମୋହିତ କରିଥାନ୍ତି। ଯୋଗ ଶିକ୍ଷକ ଭାବେ ସେ ମଧ୍ୟ ପରିଚୟ ହାସଲ କରିଛନ୍ତି। ଏଭଳି ବହୁମୁଖୀ ପ୍ରତିଭାବାନ ହୋଇଥିଲେ ବି ପରିବାର ଚଳାଇବା ଲାଗି ଜଳଧର ନିଜ ଗଁାରେ ଏକ ମଞ୍ଜି ଓ ଚାରା ବିକ୍ରୟକେନ୍ଦ୍ର ଖୋଲି ଏହା ଉପରେ ନିର୍ଭର କରୁଛନ୍ତି। ବିଭିନ୍ନ ସ୍ଥାନରେ କଳା ପ୍ରତିଭା ଦେଖାଇ ରୋଜଗାର କରୁଥିବା କିଛି ଅର୍ଥ ତାଙ୍କ ପାଇଁ ସାହାରା ପାଲଟିଛି। ଅର୍ଥାଭାବ ସ୍ଥିତିକୁ ସାମ୍ନା କରି କଳା ପାଇଁ ନିରନ୍ତର କାର୍ଯ୍ୟ କରୁଥିବାରୁ ସେ ଅଞ୍ଚଳବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି। କେବଳ ସେତିକି ନୁହେଁ ପ୍ରକୃତି ଓ ପରିବେଶର ସୁରକ୍ଷା ଲାଗି ସେ ଲୋକଙ୍କୁ ମଧ୍ୟ ସଚେତନତାର ବାର୍ତ୍ତା ବାଣ୍ଟି ଆସୁଛନ୍ତି।
ଜଳଧରଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ଗ୍ରାମରେ। ବୟସ ୬୦ ଛୁଇଁଲାଣି। ତାଙ୍କ ପିତା ହେଲେ ଲକ୍ଷ୍ମୀଧର ଯେନା। ଜଳଧର କହନ୍ତି, ପିଲାଦିନୁ ବାଦ୍ୟଯନ୍ତ୍ର ପ୍ରତି ତାଙ୍କର ଦୁର୍ବଳତା ଥିଲା। ୪ର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ବାଦ୍ୟଯନ୍ତ୍ର ଶିଖିବା ଆରମ୍ଭ କରିଥିଲେ। ନିକଟସ୍ଥ ଦୋଳପଦୀ ସ୍ଥିତ ଆନନ୍ଦରାମ ପାଟୋଡିଆ ହାଇସ୍କୁଲରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଆର୍ଥିକ ଅନାଟନ ଯୋଗୁ ଆଉ ପାଠ ପଢ଼ିପାରି ନ ଥିଲେ। ନିଜର ସ୍ବଳ୍ପ ଚାଷଜମିରେ ପରିବାର ଚଳାଇବା କଷ୍ଟକର ହେବାରୁ ପରଘରେ ମୂଲ ଲାଗିବାକୁ ପଡ଼ିଥିଲା। ଘରେ ମା’, ବାପାଙ୍କ ସମେତ ସ୍ତ୍ରୀ ପିଲାଙ୍କୁ ନେଇ ବହୁ କୁଟୁମ୍ବ। ଦୈନନ୍ଦିନ ମୂଲ ଲାଗି ଯାହା ମିଳୁଥିଲା ସେଥିରେ ପରିବାର ଚଳୁଥିଲା। ଏହାସତ୍ତ୍ୱେ ସେ ନିଜ ପ୍ରତିଭାକୁ ବଣମଲ୍ଲୀ ଭଳି ଝଡ଼ି ଯିବାକୁ ଦେଇ ନ ଥିଲେ। ନିଜ ଅଞ୍ଚଳରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଭାଗ ନେଇ ହାରମୋନିୟମ ଓ ତବଲା ବାଦନ କରିବା ସହ ସଙ୍ଗୀତ ପରିବେଷଣ କରୁଥିଲେ। ସେଥିରୁ କିଛି ରୋଜଗାର ମଧ୍ୟ କରିପାରୁଥିଲେ। ତାଙ୍କର ଏହି ପାରଦର୍ଶିତା ପାଇଁ ସେ ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି। କେବଳ ସେତିକି ନୁହେଁ ସେ ନିୟମିତ ଅଲେଖ ମହିମା ମେଳା କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଆସୁଛନ୍ତି। ୧୯୯୭ ମସିହାରୁ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ ଓ ଶିବମୁନି ଯୋଗାଶ୍ରମରେ ଯୋଗ ଶିକ୍ଷା ଗ୍ରହଣ କରିଥିବାରୁ ଏବେ ଯୋଗ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ନିଳୋକଠାରେ ଥିବା ଯୋଗାଶ୍ରମକୁ ନିୟମିତ ଯାଇ ଯୋଗ ଶିଖାଉଛନ୍ତି। ସ୍ଥାନୀୟ ବଜାରରେ ଥିବା ଦୋକାନରେ ବିଭିନ୍ନ କିସମର ମଞ୍ଜି ଓ ଚାରା ବିକ୍ରୟ କରିବା ସାଙ୍ଗକୁ ସମୟର ବିନିଯୋଗ କରି ନିଜର ପ୍ରତିଭା ଓ କର୍ତ୍ତବ୍ୟ ପରାୟଣତା ବଜାୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?