ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ନିଲମ୍ବନ ଘଟଣା: ୨୪ ଘଣ୍ଟିଆ କାଲିମେଳା ବନ୍ଦ

କାଲିମେଳା,୧୬।୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର, ତାଙ୍କର ପୁନଃ ନିଯୁକ୍ତି ଦାବିରେ ସୋମବାର କାଲିମେଳାରେ ବନ୍ଦ ପାଳନ କରାଯାଇଛି। ବିଜେଡି,ଭାଜପା ଓ କଂଗ୍ରେସର ଲୋକ ପ୍ରତିନିଧିଙ୍କ ସହ କାଲିମେଳା ଓ ପଡିଆ ବ୍ଲକରୁ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏଥିରେ ସାମିଲ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବନ୍ଦ ପାଳନ ଯୋଗୁ କାଲିମେଳା ବଜାରର ସମସ୍ତ ଦୋକାନ ବନ୍ଦ ରହିଥିଲା। ତେବେ ଗାଡି ମୋଟର ଚଳାଚଳ ସ୍ବାଭାବିକ ଥିଲା। ସ୍କୁଲ କଲେଜ ଖୋଲା ରହିଥିଲା। ଧାରଣାରେ ବ୍ଲକ ଅଧ୍ୟକ୍ଷ ମାଲା ମାଢି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚୈତନ୍ୟ ଚୌଧୁରୀ, ଜିଲା ପରିଷଦ ସଭ୍ୟ ଉତ୍ତମ ରାୟ, ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୁଖାର୍ଜୀ, ଭାଜପା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ, ଯୁବ ସଭାପତି ଅବଧୁତ ପ୍ରସାଦ ଦୁର୍ଗା, ବିଜେଡି ନେତା କାର୍ତ୍ତିକ ଦେବନାଥ, ବିକାଶ ମଲ୍ଲିକଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟମାନେ ସାମିଲ ଥିଲେ। ସେମାନେ ସରକାରଙ୍କ ଏଭଳି ବଦଳିକୁ ବିରୋଧ କରିବା ସହ ନିନ୍ଦା କରିଥିଲେ। ପରେ ଲୋକ ପ୍ରତିନିଧିମାନେ ବ୍ଲକ ସଭାଗୃହରେ ଥିବା ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଜିଲାପାଳ ମନୀଷ ଅଗ୍ରୱାଲ ଦାବିପତ୍ର ଗ୍ରହଣ କରି କହିଥିଲେ ଯେ ଡାକ୍ତର ମଲ୍ଲିକଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରାଯାଇ ରିପୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଥିଲା। ସେଠାରୁ ଡାକ୍ତର ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ମୋ ହାତରେ କିଛି ନାହଁି। ବିଡିଓ ଉମା ଶଙ୍କର ଦଳାଇ ଓ ସିଡିଏମଓ ଅଜୟ ବୈଠାରୁ ଧରଣା ସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରି ଡାକ୍ତର ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଏହି ସମୟରେ ଡାକ୍ତର ମଲ୍ଲିକଙ୍କୁ ଏଠାକୁ ଫେରାଇ ଆଣିବାକୁ ଶତାଧିକ ମହିଳାପୁରୁଷ ସିଡିଏମଙ୍କ ନିକଟରେ ଦାବି କରିଥିଲେ। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତରଙ୍କ ବଦଳରେ ୨ ଜଣ ଡାକ୍ତର ଅବିଦ ହୁସେନ ଖାନ ଓ ଡାକ୍ତର ମୁକ୍ତିକାନ୍ତ ମଲ୍ଲିକ ଥିଲେ। ଡାକ୍ତର ମଲ୍ଲିକ ଅଧିକ ସମୟ ଦେଇ ରୋଗୀ ସେବା କରୁଥିଲେ। କେତେକ ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଏଠାରୁ ବଦଳି କରାଯାଇଛି। ମାତ୍ର ଏହି ଅଭିଯୋଗକୁ ଜନସାଧାରଣ ଭିତ୍ତିହୀନ ବୋଲି କହିଛନ୍ତି। ତାଙ୍କ ରୋଗୀ ସେବାକୁ ପ୍ରାଧାନ୍ୟ ନ ଦେଇ ତାଙ୍କୁ ଏଠାରୁ ବଦଳି କରାଯିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପୂର୍ବରୁ ଅଞ୍ଚଳବାସୀ ମେଡିକାଲ ସମ୍ମୁଖରେ ୨ ଥର ପ୍ରତିବାଦ ସଭା କରି ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ଏହା ସତ୍ତ୍ୱେ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସୋମବାର ବନ୍ଦ ପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri