ଗୋରୁ ମଡ଼କ, କାରଣ ଅସ୍ପଷ୍ଟ

ନିରାକାରପୁର,୩୦ା୫(ଡି.ଏନ୍‌.ଏ.)- ଗୋ ସମ୍ପଦର ବିକାଶ ନିମନ୍ତେ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ବାତ୍ୟା ପରେ ଗୋ ବଂଶ ବୃଦ୍ଧି ପ୍ରତି ବିପଦ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତି ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବାଲିଗାଁ(କପିଳେଶ୍ୱରପୁର)ଗ୍ରାମରେ ଏବେ ଗୋ ମଡ଼କ ଦେଖିବାକୁ ମିଳିଛି। ୫ରୁ ଊର୍ଦ୍ଧ୍ୱ ଗୋରୁ ଓ ବାଛୁରିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ୬୦ରୁ ଊର୍ଦ୍ଧ୍ୱ ଗୋରୁ ରୋଗାକ୍ରାନ୍ତ ହୋଇଥିବାରୁ ଚିକିତ୍ସା କରାଯାଉଛି। ହେଲେ ଗୋରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମଙ୍ଗଳବାର ଏକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଟିମ୍‌ ଗ୍ରାମର ଘରକୁ ଘର ବୁଲି ଗାଈ, ବାଛୁରିଙ୍କ ଚିକିତ୍ସା କରିଥିଲେ। ୫ ଗୋରୁଙ୍କ ଗୋବର ପରୀକ୍ଷା ପରେ ଏମାନେ କୃମିରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।
ଏହି ପରିସ୍ଥିତିରେ ଚାଷୀ ବବ୍ରୁବାହନ ଜେନା କୁହନ୍ତି, ମୋର ଗୋଟିଏ ଗାଈ, ୨ଟି ଛଡ଼ା ଓ ଗୋଟିଏ ବାଛୁରି ଅଛି। ମୁଁ କ୍ଷୀର ଓ ଦହି ବିକି ପରିବାର ପୋଷଣ କରେ। ବାତ୍ୟାରେ ଗୋରୁମାନଙ୍କ ପାଇଁ ସରକାରୀ ସାହାଯ୍ୟ ମିଳିନାହଁି। ଖାଦ୍ୟାଭାବ, ରୌଦ୍ରତାପ ଯୋଗୁ ଗୋରୁମାନଙ୍କ ପତଳା ଝାଡ଼ା ହେଉଛି। ଏ ପରିସ୍ଥିତିରେ କ’ଣ କରିବି ମୋତେ କିଛି ବୁଦ୍ଧି ଦେଖାଯାଉନି। ସେହିପରି ଗଁାର ଶଶାଙ୍କ ଜେନା କହିଥିଲେ, ଆମର ଗୋଟିଏ ଜର୍ସି ବାଛୁରି ଥିଲା। ମୁଁହରୁ ଝାଳ ବାହାରି ଗଳା ଫୁଲିଗଲା। ଏହାର ୪ ରୁ ୫ ଘଣ୍ଟା ପରେ ଛଟପଟ ହୋଇ ବାଛୁରିଟି ମରିଗଲା। ଗଁାର ଗୋବିନ୍ଦ ମହାପାତ୍ର କହିଥିଲେ, ବାତ୍ୟାର ଏତେଦିନ ପରେ ମଧ୍ୟ ଗୋ ଖାଦ୍ୟ ମିଳିନାହିଁ ଏବଂ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଗାଈ ଓ ବାଛୁରି ରହୁଛନ୍ତି। ଗ୍ରାମର ଗୋ ମଡ଼କ ସ୍ଥିତି ଅନୁଧ୍ୟାନ ନିମନ୍ତେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିରେ ଆସିଥିବା ମେଡିକାଲ ଟିମ୍‌ର ପ୍ରାଣୀ ଚିକିତ୍ସିକ ଦୀପ୍ତି ପଟ୍ଟନାୟକ କହିଥିଲେ, ଆମେ ଖବରପାଇ ଗ୍ରାମରେ ପହଞ୍ଚତ୍ ୬୦ ଗୋରୁଙ୍କ ଚିକିତ୍ସା ବ୍ୟବସ୍ଥା କରିଛୁ। ଭୋକ ଓ ହଜମ ପାଇଁ ମଲ୍‌ଟି ଭିଟାମିନ୍‌ ପାଉଡର ଦେଇଛୁ। ଝାଡା, କାଶ ଓ ଥଣ୍ଡା ପାଇଁ ଔଷଧ ବଣ୍ଟନ କରାଯାଇଛି। ପ୍ରାଣୀ ଚିକିତ୍ସକ ଭକ୍ତ ଚରଣ ଦଳେଇ କହିଥିଲେ ଯେ, ଆମେ ୭ ଦିନ ପୂର୍ବରୁ ଗଁାରେ ପହଞ୍ଚତ୍ ବଜବଜିଆ ରୋଗର ଭାକ୍ସିନ ଏବଂ କୃମିନାଶକ ଔଷଧ ଦେଇଛୁ। ତେବେ କେତେକ ଔଷଧ ଯୋଗାଣ ନ ଥିବାରୁ ଗୋରୁମାନଙ୍କ ରକ୍ତ ନମୁନା ସଂଗ୍ରହ କରିପାରିନୁ। ଅତିଶୀଘ୍ର ରକ୍ତ ନମୁନା ସଂଗ୍ରହ କରି ଫୁଲନଖରାଠାରେ ଥିବା ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ପଠାଯିବା ପରେ କେଉଁ କାରଣରୁ ଏବଂ କି ପ୍ରକାର ରୋଗ ହେଉଛି ତାହା ଜାଣି ଚିକିତ୍ସା କରାଯିବ। ବିଭିନ୍ନ କାରଣରୁ ପ୍ରାୟ ୮ ରୁ ୯ ମାସର ଗୋରୁଙ୍କ ମୃତ୍ୟୁ ହୋଇଥିବା ନେଇ ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?