ଗୋରୁ ମଡ଼କ, କାରଣ ଅସ୍ପଷ୍ଟ

ନିରାକାରପୁର,୩୦ା୫(ଡି.ଏନ୍‌.ଏ.)- ଗୋ ସମ୍ପଦର ବିକାଶ ନିମନ୍ତେ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ବାତ୍ୟା ପରେ ଗୋ ବଂଶ ବୃଦ୍ଧି ପ୍ରତି ବିପଦ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତି ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବାଲିଗାଁ(କପିଳେଶ୍ୱରପୁର)ଗ୍ରାମରେ ଏବେ ଗୋ ମଡ଼କ ଦେଖିବାକୁ ମିଳିଛି। ୫ରୁ ଊର୍ଦ୍ଧ୍ୱ ଗୋରୁ ଓ ବାଛୁରିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ୬୦ରୁ ଊର୍ଦ୍ଧ୍ୱ ଗୋରୁ ରୋଗାକ୍ରାନ୍ତ ହୋଇଥିବାରୁ ଚିକିତ୍ସା କରାଯାଉଛି। ହେଲେ ଗୋରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମଙ୍ଗଳବାର ଏକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଟିମ୍‌ ଗ୍ରାମର ଘରକୁ ଘର ବୁଲି ଗାଈ, ବାଛୁରିଙ୍କ ଚିକିତ୍ସା କରିଥିଲେ। ୫ ଗୋରୁଙ୍କ ଗୋବର ପରୀକ୍ଷା ପରେ ଏମାନେ କୃମିରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।
ଏହି ପରିସ୍ଥିତିରେ ଚାଷୀ ବବ୍ରୁବାହନ ଜେନା କୁହନ୍ତି, ମୋର ଗୋଟିଏ ଗାଈ, ୨ଟି ଛଡ଼ା ଓ ଗୋଟିଏ ବାଛୁରି ଅଛି। ମୁଁ କ୍ଷୀର ଓ ଦହି ବିକି ପରିବାର ପୋଷଣ କରେ। ବାତ୍ୟାରେ ଗୋରୁମାନଙ୍କ ପାଇଁ ସରକାରୀ ସାହାଯ୍ୟ ମିଳିନାହଁି। ଖାଦ୍ୟାଭାବ, ରୌଦ୍ରତାପ ଯୋଗୁ ଗୋରୁମାନଙ୍କ ପତଳା ଝାଡ଼ା ହେଉଛି। ଏ ପରିସ୍ଥିତିରେ କ’ଣ କରିବି ମୋତେ କିଛି ବୁଦ୍ଧି ଦେଖାଯାଉନି। ସେହିପରି ଗଁାର ଶଶାଙ୍କ ଜେନା କହିଥିଲେ, ଆମର ଗୋଟିଏ ଜର୍ସି ବାଛୁରି ଥିଲା। ମୁଁହରୁ ଝାଳ ବାହାରି ଗଳା ଫୁଲିଗଲା। ଏହାର ୪ ରୁ ୫ ଘଣ୍ଟା ପରେ ଛଟପଟ ହୋଇ ବାଛୁରିଟି ମରିଗଲା। ଗଁାର ଗୋବିନ୍ଦ ମହାପାତ୍ର କହିଥିଲେ, ବାତ୍ୟାର ଏତେଦିନ ପରେ ମଧ୍ୟ ଗୋ ଖାଦ୍ୟ ମିଳିନାହିଁ ଏବଂ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଗାଈ ଓ ବାଛୁରି ରହୁଛନ୍ତି। ଗ୍ରାମର ଗୋ ମଡ଼କ ସ୍ଥିତି ଅନୁଧ୍ୟାନ ନିମନ୍ତେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିରେ ଆସିଥିବା ମେଡିକାଲ ଟିମ୍‌ର ପ୍ରାଣୀ ଚିକିତ୍ସିକ ଦୀପ୍ତି ପଟ୍ଟନାୟକ କହିଥିଲେ, ଆମେ ଖବରପାଇ ଗ୍ରାମରେ ପହଞ୍ଚତ୍ ୬୦ ଗୋରୁଙ୍କ ଚିକିତ୍ସା ବ୍ୟବସ୍ଥା କରିଛୁ। ଭୋକ ଓ ହଜମ ପାଇଁ ମଲ୍‌ଟି ଭିଟାମିନ୍‌ ପାଉଡର ଦେଇଛୁ। ଝାଡା, କାଶ ଓ ଥଣ୍ଡା ପାଇଁ ଔଷଧ ବଣ୍ଟନ କରାଯାଇଛି। ପ୍ରାଣୀ ଚିକିତ୍ସକ ଭକ୍ତ ଚରଣ ଦଳେଇ କହିଥିଲେ ଯେ, ଆମେ ୭ ଦିନ ପୂର୍ବରୁ ଗଁାରେ ପହଞ୍ଚତ୍ ବଜବଜିଆ ରୋଗର ଭାକ୍ସିନ ଏବଂ କୃମିନାଶକ ଔଷଧ ଦେଇଛୁ। ତେବେ କେତେକ ଔଷଧ ଯୋଗାଣ ନ ଥିବାରୁ ଗୋରୁମାନଙ୍କ ରକ୍ତ ନମୁନା ସଂଗ୍ରହ କରିପାରିନୁ। ଅତିଶୀଘ୍ର ରକ୍ତ ନମୁନା ସଂଗ୍ରହ କରି ଫୁଲନଖରାଠାରେ ଥିବା ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ପଠାଯିବା ପରେ କେଉଁ କାରଣରୁ ଏବଂ କି ପ୍ରକାର ରୋଗ ହେଉଛି ତାହା ଜାଣି ଚିକିତ୍ସା କରାଯିବ। ବିଭିନ୍ନ କାରଣରୁ ପ୍ରାୟ ୮ ରୁ ୯ ମାସର ଗୋରୁଙ୍କ ମୃତ୍ୟୁ ହୋଇଥିବା ନେଇ ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri