ଗୁରୁବାରଠାରୁ ଘରେ ପହଞ୍ଚିବ ମଦ

ମୁମ୍ବାଇ, ୧୩ା୫: ମହାମାରୀ କରୋନା ଭାଇରସ୍‌ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ମହାରାଷ୍ଟ୍ର ସରକାର ମଦ୍ୟପଙ୍କ ଲାଗି ମଦ ହୋମ୍‌ ଡେଲିଭରି କରିବା ପଦକ୍ଷେପ ଗ୍ରହଣ କରୁଛନ୍ତି। ଘରପାଖ ରିଟେଲ ଶପ୍‌ରୁ ଅନ୍‌ଲାଇନ୍‌ରେ ଯେକେହି ମଦ ମଗାଇ ପାରିବେ। ବର୍ତ୍ତମାନ ଫୋନ୍‌ ଦ୍ୱାରା ଏହାକୁ ଅର୍ଡର କରାଯାଇ ପାରିବ ବୋଲି ସରକାର କହିଛନ୍ତି। ମଦ ଅର୍ଡର କରିବାର ଦୁଇଦିନ ମଧ୍ୟରେ ଏହା ଗ୍ରାହକଙ୍କ ଘରେ ପହଞ୍ଚିବ। କାରଣ ଡେଲିଭରି ବୟ, ପ୍ରସ୍ତୁତି ସହ ଯୋଗାଇବା ଲାଗି କିଛି ସମୟ ଲାଗିବ ବୋଲି ଅବକାରୀ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ମଙ୍ଗଳବାରଠାରୁ ରାଜ୍ୟ ଅବକାରୀ ବିଭାଗ ବିଭିନ୍ନ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକୁ ଖୋଲିବା ସହ ଲୋକଙ୍କ ଅର୍ଡର ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକଙ୍କ ନାମ ଓ ଠିକଣା ରଖି ଏସବୁକୁ ହୋମ୍‌ ଡେଲିଭରି କରିବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ଇ-ଟୋକନ ସିଷ୍ଟମ ଲାଗୁକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇ, ପୁଣେ, ନାସିକ ଆଦି ସହରର ହୋଲ୍‌ସେଲରମାନେ ଫୋନ୍‌ ଓ ଆପ୍‌ ମାଧ୍ୟମରେ ଅର୍ଡର ରଖି ନିର୍ଦ୍ଧାରିତ ସମୟରେ ମଦର ହୋମ୍‌ ଡେଲିଭରୀ କରିବାକୁ କୁହାଯାଇଛି। ସନ୍ଧ୍ୟା ୬ଟାରେ ସମସ୍ତ ମଦ ଦୋକାନ ବନ୍ଦ ରଖିବା ଓ ବିନା ଲାଇସେନ୍ସଯୁକ୍ତ ଦୋକାନ ଏହି କାରବାର ନ କରିବାକୁ ନିର୍ଦ୍ଦେଶ ରହିଛି। ହୋମ୍‌ ଡେଲିଭରି କରୁଥିବା ବୟ ମୁହଁରେ ମାସ୍କ ପିନ୍ଧିବା, ହ୍ୟାଣ୍ଡ୍‌ ସାନିଟାଇଜର ବାରମ୍ବାର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷାକରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଏହି ବୟ ମେଡିକାଲରୁ ଡାକ୍ତରଙ୍କ ଦ୍ୱାରା ସ୍ବୀକୃତ ଫିଟ୍‌ନେସ୍‌ ସାର୍ଟିଫିକେଟ ପାଇଥିବା ଜରୁରୀ। ମଦ ଦୋକାନ ମାଲିକ ଏସବୁର ଦାୟିତ୍ୱ ଗ୍ରହଣ କରି ବିଭିନ୍ନ ସ୍ଥିତିର ସମୀକ୍ଷା କରିବେ ବୋଲି କୁହାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଆସୋସିଏସନ ଅଫ୍‌ ପ୍ରୋଗ୍ରେସିଭ୍‌ ଲିକର ଭେଣ୍ଡର୍ସ ପକ୍ଷରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri