ଗୁରୁବାରଠାରୁ ଘରେ ପହଞ୍ଚିବ ମଦ

ମୁମ୍ବାଇ, ୧୩ା୫: ମହାମାରୀ କରୋନା ଭାଇରସ୍‌ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ମହାରାଷ୍ଟ୍ର ସରକାର ମଦ୍ୟପଙ୍କ ଲାଗି ମଦ ହୋମ୍‌ ଡେଲିଭରି କରିବା ପଦକ୍ଷେପ ଗ୍ରହଣ କରୁଛନ୍ତି। ଘରପାଖ ରିଟେଲ ଶପ୍‌ରୁ ଅନ୍‌ଲାଇନ୍‌ରେ ଯେକେହି ମଦ ମଗାଇ ପାରିବେ। ବର୍ତ୍ତମାନ ଫୋନ୍‌ ଦ୍ୱାରା ଏହାକୁ ଅର୍ଡର କରାଯାଇ ପାରିବ ବୋଲି ସରକାର କହିଛନ୍ତି। ମଦ ଅର୍ଡର କରିବାର ଦୁଇଦିନ ମଧ୍ୟରେ ଏହା ଗ୍ରାହକଙ୍କ ଘରେ ପହଞ୍ଚିବ। କାରଣ ଡେଲିଭରି ବୟ, ପ୍ରସ୍ତୁତି ସହ ଯୋଗାଇବା ଲାଗି କିଛି ସମୟ ଲାଗିବ ବୋଲି ଅବକାରୀ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ମଙ୍ଗଳବାରଠାରୁ ରାଜ୍ୟ ଅବକାରୀ ବିଭାଗ ବିଭିନ୍ନ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକୁ ଖୋଲିବା ସହ ଲୋକଙ୍କ ଅର୍ଡର ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକଙ୍କ ନାମ ଓ ଠିକଣା ରଖି ଏସବୁକୁ ହୋମ୍‌ ଡେଲିଭରି କରିବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ଇ-ଟୋକନ ସିଷ୍ଟମ ଲାଗୁକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇ, ପୁଣେ, ନାସିକ ଆଦି ସହରର ହୋଲ୍‌ସେଲରମାନେ ଫୋନ୍‌ ଓ ଆପ୍‌ ମାଧ୍ୟମରେ ଅର୍ଡର ରଖି ନିର୍ଦ୍ଧାରିତ ସମୟରେ ମଦର ହୋମ୍‌ ଡେଲିଭରୀ କରିବାକୁ କୁହାଯାଇଛି। ସନ୍ଧ୍ୟା ୬ଟାରେ ସମସ୍ତ ମଦ ଦୋକାନ ବନ୍ଦ ରଖିବା ଓ ବିନା ଲାଇସେନ୍ସଯୁକ୍ତ ଦୋକାନ ଏହି କାରବାର ନ କରିବାକୁ ନିର୍ଦ୍ଦେଶ ରହିଛି। ହୋମ୍‌ ଡେଲିଭରି କରୁଥିବା ବୟ ମୁହଁରେ ମାସ୍କ ପିନ୍ଧିବା, ହ୍ୟାଣ୍ଡ୍‌ ସାନିଟାଇଜର ବାରମ୍ବାର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷାକରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଏହି ବୟ ମେଡିକାଲରୁ ଡାକ୍ତରଙ୍କ ଦ୍ୱାରା ସ୍ବୀକୃତ ଫିଟ୍‌ନେସ୍‌ ସାର୍ଟିଫିକେଟ ପାଇଥିବା ଜରୁରୀ। ମଦ ଦୋକାନ ମାଲିକ ଏସବୁର ଦାୟିତ୍ୱ ଗ୍ରହଣ କରି ବିଭିନ୍ନ ସ୍ଥିତିର ସମୀକ୍ଷା କରିବେ ବୋଲି କୁହାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଆସୋସିଏସନ ଅଫ୍‌ ପ୍ରୋଗ୍ରେସିଭ୍‌ ଲିକର ଭେଣ୍ଡର୍ସ ପକ୍ଷରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri