ଗୁଟଖା ଦୋକାନ ଉପରେ ପ୍ରଶାସନର ଚଢାଉ

କେନ୍ଦୁଝର, ୧।୮ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ ବୁଧବାର ପ୍ରଶାସନର ନିଷ୍ପତ୍ତି କ୍ରମେ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଦୋକାନ ଉପରେ ସ୍ବାସ୍ଥ୍ୟ ବିଭାଗ ପୋଲିସ ବିଭାଗ, ଡ୍ରଗସ ବିଭାଗ ସହାୟତାରେ ଚଢାଉ କରାଯାଇଛି। କେନ୍ଦୁଝର ସହରର ୪୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ପ୍ରଶାସନର ମିଳିତ ଚଢ଼ାଉ କରାଯାଉଛି। ସହରରେ ଥିବା ଗୁଟଖା ଗଛିତ ଥିବା ଗୋଦାମ ଘର ଗୁଡିକ ଚଢାଉ ନ କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ା ବିଶେଷ କରି ଯେଉଁ ମାନେ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନର ୧୦୦ ମିଟର ଦୂରରେ ଗୁଟଖା ଓ ଧୂମପାନ ସାମଗ୍ରୀ ବିକ୍ରି କରୁଛନ୍ତି ସେମାନଙ୍କ ଠାରୁ ସମୁଦାୟ ୮୫୦୦ ଟଙ୍କା ଜରିମାନା ଆଦାୟ କରାଯାଉଛି ବୋଲି ଏଡିଏମଓ (ପବ୍ଲିକ ହେଲ୍‌ଥ) ଡକ୍ଟର ନିଳମଣୀ ଦିଲିପଚାନ୍ଦ ବେହେରା କହିଛନ୍ତି। ଏହି ଚଢାଉ ଏବେ ନିୟମିତ ଶିକ୍ଷାନୁଷ୍ଠାନ ପାଖ ଦୋକାନରେ କରାଯିବ ଏବଂ ପରେ ଅନ୍ୟ ସ୍ଥାନରେ କରାଯିବ ବୋଲି ସେ କହିଛନ୍ତି। ତେବେ ଗୋଦାମ ଘର ଉପରେ ଚଢାଉ କରାଯିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଅଫିମ ତଥା ଡ୍ରଗସ ମଧ୍ୟ ବିକ୍ରି ହେଉଥିବାରୁ ଏହାକୁ ମଧ୍ୟ ଧରପଗଡ କରିବା ସହ ଏହାର ମୁଖ୍ୟ ମାନଙ୍କୁ ଧରିବାକୁ ଦାବି ହେଉଛି ା ସିଗାରେଟରେ ଗୁଟଖା ଓ ସିଗାରେଟ ଭଳି ନିଶା ସାମଗ୍ରୀ ବିକ୍ରି ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ୨୦୦୩ ମସିହାରେ ଆଇନ ପ୍ରଣୟନ କରିଥିଲେ। ତେବେ ଏହାକୁ ବିଳମ୍ବରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବେଳେ ଏନେଇ ଜିଲା ସ୍ତରରେ ସପ୍ତାହକ ତଳେ ବୈଠକ ବସି ଏହା ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା ା ଏହି ଚଢାଉ ସ୍ବାସ୍ଥ୍ୟ, ପୋଲିସ, ଅବକାରୀ, ଡ୍ରଗସ ନିୟନ୍ତ୍ରଣ ଆଦି ବିଭାଗ ପକ୍ଷରୁ କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ା ଏସବୁ ଯୋଗାଉଥିବା ମୁଖ୍ୟ ଡିଲର ମାନଙ୍କୁ ଧରପଗଡ କରାଗଲେ ବହୁ ବେଆଇନ କାମ ଧରାପଡିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଚର୍ଚ୍ଚାରେ କଳାହାଣ୍ଡି ଛାତ୍ର ଅନିରୁଦ୍ଧ

ଭବାନୀପାଟଣା,୩ା୫(ଉତ୍ତମ କୁମାର ଦାଶ):ଆୟର୍ଲାଣ୍ଡ ଡବଲିନ୍‌ ସିଟି ବିଶ୍ୱବିଦ୍ୟାଳୟରେ ଗତ ସପ୍ତାହରେ ଅନୁଷ୍ଠିତ ସପ୍ତମ ବାର୍ଷିକ ଦକ୍ଷିଣ ଏସିଆ ସମ୍ମିଳନୀରେ ନିଜ ଶୀର୍ଷକ ଉପସ୍ଥାପନ କରି ଚର୍ଚ୍ଚାକୁ...

କେନାଲରେ ଆସିଲା ପାଣି: ଉପକୃତ ହେବେ ଚାଷୀ

ଡେଲାଙ୍ଗ,୩।୫(ରଶ୍ମିରଞ୍ଜନ ପ୍ରଧାନ): କେନାଲ ପାଣି ପାଇଁ ବହୁ ପ୍ରତୀକ୍ଷା ପରେ ଏବେ ତା’ର ଅନ୍ତ ଘଟିଛି। ମାଛପଡ଼ା ମାଇନରରେ କେନାଲ ପାଣି ଛଡ଼ାଯିବାରୁ ତାହା ଶେଷମୁଣ୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri